Advertisment

Viral: ଏମିତି ଶିକ୍ଷକଙ୍କୁ ଶହେ ସଲାମ୍; ପିଲାଙ୍କ ଉତ୍ତମ ଶିକ୍ଷା ପାଇଁ ଦାନ କରିଦେଲେ କଷ୍ଟ ଅର୍ଜିତ ଅର୍ଥ

ଜଣେ ଶିକ୍ଷକ ନିଜ ଛାତ୍ରର ହୀତ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ବର୍ତ୍ତମାନ ଏହିପରି ଜଣେ ଉତ୍ତମ ସ୍ୱଭାବର ଶିକ୍ଷକ, ଯିଏକି ତାଙ୍କ ଛାତ୍ରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବା ପାଇଁ ତାଙ୍କର ସମସ୍ତ ବୋନସ୍ ଟଙ୍କା ବିନିଯୋଗ କରିଦେଇଛନ୍ତି। ସେହି କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଆଲୋଚନାର ପରିବେଶ ସୃଷ୍ଟି କରିଛନ୍ତି।

ଅଦ୍ୟତନ ହୋଇଛି
Malaysian teacher spends bonus to upgrades classroom

Malaysian teacher spends his bonus on upgrades classroom

Advertisment

ସମଗ୍ର ବିଶ୍ୱରେ ଗୁରୁଙ୍କ ସ୍ଥାନ ଭଗବାନଙ୍କ ସହିତ ସମାନ ବୋଲି ବିବେଚନା କରାଯାଏ। କୁହାଯାଏ ଯେ କେବଳ ଗୁରୁ ହିଁ ନିଜ ଶିଷ୍ୟର ଉନ୍ନତ ତଥା ସଫଳ ଭବିଷ୍ୟତ ଗଢିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ବାସ୍ତବରେ ଏହା ହିଁ ସତ ଯେ ଶିକ୍ଷକମାନେ ହିଁ ପିଲାମାନଙ୍କର ତଥା ଦେଶର ଭବିଷ୍ୟତର ନିର୍ମାତା। ଶିକ୍ଷକଙ୍କ ବିନା ଏବଂ ସମାଜର ବିକାଶ କଳ୍ପନା କରାଯାଇପାରିବ ନାହିଁ।

Advertisment

ଜଣେ ଶିକ୍ଷକ ନିଜ ଛାତ୍ରର ହୀତ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ବର୍ତ୍ତମାନ ଏହିପରି ଜଣେ ଉତ୍ତମ ସ୍ୱଭାବର ଶିକ୍ଷକ, ଯିଏକି ତାଙ୍କ ଛାତ୍ରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବା ପାଇଁ ତାଙ୍କର ସମସ୍ତ ବୋନସ୍ ଟଙ୍କା ବିନିଯୋଗ କରିଦେଇନ୍ତି। ସେହି କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଆଲୋଚନାର ପରିବେଶ ସୃଷ୍ଟି କରିଛନ୍ତି।

ଅଧିକ ପଢ଼ନ୍ତୁ: ଏମିତି ସରପଞ୍ଚଙ୍କୁ ସଲାମ୍...ଗାଁ ଲୋକଙ୍କ ସହ ମିଶି ଖୋଳୁଛନ୍ତି ପୋଖରୀ

Advertisment

ଭାଇରାଲ୍‌ ହେଉଥିବା ଏହି ଭିଡିଓ ମାଲେସିଆର ବୋଲି କୁହାଯାଉଛି, ଯେଉଁଠାରେ ଜଣେ ଶିକ୍ଷକ ତାଙ୍କ ବୋନସ ଟଙ୍କାରେ ଶ୍ରେଣୀଗୃହର ନବୀକରଣ କରିଛନ୍ତି। ଆଜି ବି, ବିଶ୍ୱରେ ଅନେକ ବିଦ୍ୟାଳୟ ଅଛି ଯେଉଁଠାରେ ଛାତ୍ରମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁବିଧା ପାଆନ୍ତି ନାହିଁ।

ଏଭଳି ପରିସ୍ଥିତିରେ ମାଲେସିଆର ଜଣେ ଶିକ୍ଷକଙ୍କ ହୃଦୟସ୍ପର୍ଶୀ ପଦକ୍ଷେପ ଆଜିକାଲି ଏକ ଉଦାହରଣ ହୋଇଯାଇଛି। ପିଲାମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ଶିକ୍ଷକ ନିଜ କର୍ତ୍ତବ୍ୟଠାରୁ ଅଧିକ କରିଛନ୍ତି ଯାହା ପ୍ରଶଂସନୀୟ। ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ଟିକେ ବି ମନ ଊଣା କରୁ ନାହାନ୍ତି।

Advertisment

ଭାଇରାଲ ହେଉଥିବା ମାଲେସିଆ ଶିକ୍ଷକଙ୍କ ନାଁ କମଲ ଡାରୱିନ୍ ବୋଲି କୁହାଯାଉଛି, ଯିଏ ତାଙ୍କ ବୋନସ୍ ଟଙ୍କାକୁ ଶ୍ରେଣୀର ନବୀକରଣ ପାଇଁ ବ୍ୟବହାର କରିଛନ୍ତି। ଏହି ପୋଷ୍ଟ୍‌ଟି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମରେ @ weirdkaya ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି।

ରିପୋର୍ଟ ଅନୁଯାୟୀ, କମଲ ଡାରୱିନ୍ ମାତ୍ର ତିନିମାସ ପୂର୍ବରୁ ଏହି ବିଦ୍ୟାଳୟରେ ଯୋଗ ଦେଇଥିଲେ। ଏହି ସମୟ ଭିତରେ ସେ ଶ୍ରେଣୀଗୃହ ପରିବେଶର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ଜାଣିନେଇଥିଲେ ଏବଂ ଏକ ଭଲ ଶ୍ରେଣୀଗୃହ ସୃଷ୍ଟି କରିବାକୁ ଯୋଜନା କରିଥିଲେ ଯାହା ଛାତ୍ରମାନଙ୍କ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ଆରାମଦାୟକ ଏବଂ ଆକର୍ଷଣୀୟ ହେବ।

୬ ଦିନ ପୂର୍ବରୁ ଶେୟାର ହୋଇଥିବା ଏହି ପୋଷ୍ଟ୍‌କୁ ଅନେକ ବାର ଦେଖାଯାଇଛି ଏବଂ ବହୁତ ପସନ୍ଦ କରାଯାଉଛି। ପୋଷ୍ଟରେ ଲୋକମାନେ ଯେମିତି ପ୍ରଶଂସା ଢାଳିଦେଉଛନ୍ତି ସେମିତି ନିଜ ନିଜ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ଜଣେ ଲେଖିଛନ୍ତି, ଯଦି ଶିକ୍ଷକମାନେ ଏଥିପାଇଁ ସେମାନଙ୍କର କଷ୍ଟ ଅର୍ଜିତ ବୋନସ୍ ଦାନ କରିବା ଆବଶ୍ୟକ ପଡୁଛି, ତେବେ ଆମ ବିଦ୍ୟାଳୟଗୁଡ଼ିକ ପାଇଁ ଫଣ୍ଡିଂ ବିଷୟରେ କ’ଣ ବା କୁହାଯିବ? ଅନ୍ୟ ଜଣେ ଲେଖିଛନ୍ତି, ଧନ୍ୟବାଦ... କିନ୍ତୁ ବିଦ୍ୟାଳୟର ୱେଲ୍‌ଫେୟାର୍‌କୁ ଲଜ୍ଜା ଆସିବା ଦରକାର, ଯାହା ଛାତ୍ରମାନଙ୍କ ଆବଶ୍ୟକତା ପାଇଁ ତିଆରି ହୋଇଛି।

Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ