Makeshift bridge washed away due to rain in West Bengal
ବାଉଁଶ ପୋଲର କେତେ ବା ବଳ ? ବର୍ଷ ବର୍ଷ ଧରି ଅଗଣିତ ଲୋକଙ୍କ ଭାର ସହୁଥିଲା । ପୋଲ ଉପର ଦେଇ ସାଇକେଲ- ମୋଟର ସାଇକେଲ ବି ଯା’ଆସ କରୁଥିଲା । ହେଲେ ଆଉ ସହିପାରିଲାନି ନଈର ସୁଅକୁ । ଚାହୁଁଚାହୁଁ ଆଖି ସାମ୍ନାରେ ଭାସିଗଲା ବିରାଟ ବାଉଁଶ ପୋଲ ।
ନଈର ପ୍ରଖର ସୁଅରେ ଦୁଇ ଖଣ୍ଡ ହୋଇଗଲା ହାତ ତିଆରି ସେତୁ। ସୌଭାଗ୍ୟବଶତଃ, ଅଳ୍ପକେ ବର୍ତ୍ତିଗଲେ ଲୋକେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଦଳ ନଦୀସ୍ରୋତରେ ଭାସିଆସି ପୋଲ ବାଉଁଶ ଭରାରେ ଲାଗିଥିଲା । ଏହାପରେ ଅଳ୍ପ କିଛି ସେକେଣ୍ଡ ଭିତରେ ବାଉଁଶ ପୋଲଟି ଓଲଟି ପଡ଼ିଥିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1696396111.jpg)