Advertisment

ଚୋର ଧରିଲାନି ପୋଲିସ; ଥାନାରେ ପଶି ‘ଆରତି’ କଲେ ଦମ୍ପତି...ଦେଖନ୍ତୁ ଭିଡିଓ

ଦମ୍ପତି ସେମାନଙ୍କ ପିଲାଙ୍କ ସହ ମିଶି ଥାନାକୁ ଯାଇଥିଲେ। ଏହାପରେ ସେମାନେ ପୋଲିସକୁ ଆରତି କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
 Aarti By Madhya Pradesh Couple

cop's aarti

Advertisment

ଅନେକ ସମୟରେ ପୋଲିସ ଆମ ଅଭିଯୋଗକୁ ଅଣଦେଖା କରିଦିଏ। ମାମଲାକୁ ଗୁରୁତର ସହ ନନେବାରୁ ପୀଡିତ ମାନସିକ ଚାପ ପାଇବା ସହ ଅଭିଯୁକ୍ତ ବାହାରେ ବୁଲେ। ତେବେ ଏପରି ଏକ ଘଟଣା ଘଟିବା ପରେ ପୀଡିତ ବ୍ୟକ୍ତି ନିଜ ପରିବାର ସହ ଯାଇ ପୋଲିସକୁ ଆରତି କରିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଘଟଣା ଘଟିଛି ମଧ୍ୟପ୍ରଦେଶ ରେୱା ପୋଲିସ ଷ୍ଟେସନରେ। ଥାନାରେ ପଶି ଦମ୍ପତି ଓ ତାଙ୍କ ପିଲାମାନେ ପୋଲିସର ଆରତି କରିଛନ୍ତି। ଅଭିଯୋଗ ଅନୁଯାୟୀ, ଜାନୁଆରୀ ୨୮ରେ ସୁନା ଅଳଙ୍କାର ଚୋରି ନେଇ ଅନୁରାଧା ସୋନି ଓ ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କିରଥିଲେ। ପୋଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଚିହ୍ନଟ ମଧ୍ୟ କରିଥିଲା। ମାତ୍ର ତାକୁ ଗିରଫ କରିନଥିଲା। ଅଭିଯୁକ୍ତ ହାଇକୋର୍ଟରୁ ଜାମିନ ନେଇ ଖୁଲମଖୁଲା ବୁଲୁଛି।

Advertisment

ଏନେଇ ଦମ୍ପତି ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। କାହିଁକି ଅଭିଯୁକ୍ତକୁ ଗିରଫ କରାଗଲାନି ବୋଲି ପଚାରିବାରୁ ପୋଲିସ ସେମାନଙ୍କୁ ଅଣଦେଖା କରିଥିଲା। ଏହାପରେ ଦମ୍ପତି ସେମାନଙ୍କ ପିଲାଙ୍କ ସହ ମିଶି ଥାନାକୁ ଯାଇଥିଲେ। ଏହାପରେ ସେମାନେ ପୋଲିସର ଆରତି କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପୋଲିସକୁ ଅପମାନିତ କରିବା ନେଇ ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ