Advertisment

ପ୍ରେମିକାର ମାନଭଞ୍ଜନ ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଲେ

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ସଂପୂର୍ଣ୍ଣ ଅଲଗା। ପ୍ରେମୀ ତାଙ୍କ କ୍ରୋଧିତ ପୂର୍ବତନ ପ୍ରେମିକାକୁ ମନାଇବା ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଥିଲେ। ପ୍ରେମର ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ…

ଅଦ୍ୟତନ ହୋଇଛି
Lover kneeling in the rain and cold for 21 hours

Lover kneeling in the rain and cold for 21 hours

Advertisment

ପ୍ରେମ ଏକ ନିଆରା ଅନୁଭବ। ଯିଏ ପ୍ରେମରେ ପାଗଳ ସେ ପ୍ରେମ ପାଇଁ କିଛି ବି କରିପାରେ। ଏମିତି ଅନେକ ଉଦାହରଣ ଅଛି। ପ୍ରେମ ପାଇଁ କିଏ ତାଜମହଲ ନିର୍ମାଣ କରିଦେଇଛି ତ ଆଉ କିଏ ପାହାଡର ଛାତି ଚିରି ନାଁ ଲେଖି ଦେଇଛି। ଦେଶ ତଥା ବିଶ୍ୱର ଅନେକ କବି ଓ ଲେଖକ ସେମାନଙ୍କ ରଚନାରେ ପ୍ରେମକୁ ସ୍ଥାନ ଦେଇଛନ୍ତି। ଏମିତି ଅନେକ କିଛି ପ୍ରେମ କାହାଣୀ ଅଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ସଂପୂର୍ଣ୍ଣ ଅଲଗା।

Advertisment

ସୋସିଆଲ ମିଡିଆରେ ଏକ ନିଆରା ପ୍ରେମ କାହାଣୀ ଭାଇରାଲ ହେଉଛି। ଏହି କାହାଣୀ ଅନୁଯାୟୀ, ଚାଇନାର ଜଣେ ପାଗଳ ପ୍ରେମୀ ତାଙ୍କ କ୍ରୋଧିତ ପୂର୍ବତନ ଗର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଥିଲେ। ପ୍ରେମର ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ରିପୋର୍ଟ ଅନୁଯାୟୀ ଗର୍ଲଫ୍ରେଣ୍ଡ ପ୍ରେମିକ ସହିତ ସମ୍ପର୍କ ଭାଙ୍ଗି ଦେଇଥିଲେ। ଏହାଦ୍ୱାରା ପ୍ରେମିକ ଜଣଙ୍କ ବହୁତ ଆଘାତ ପାଇଥିଲା। ଏହି ଯନ୍ତ୍ରଣାକୁ ସେ ସହି ପାରି ନଥିଲେ। ଏନେଇ ସେ ଏମିତି କିଛି ପଦକ୍ଷେପ ନେଇଥିଲେ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଖବର ଅନୁଯାୟୀ, ଏହି ମାମଲା ୨୮ ମାର୍ଚ୍ଚର। ପ୍ରେମି ଜଣଙ୍କ ତାଙ୍କ ପ୍ରେମିକାର ମାନ ଭଞ୍ଜନ ପାଇଁ ଖରା, ବର୍ଷାକୁ ଖାତିର ନ କରି ଦୀର୍ଘ ୨୧ ଘଣ୍ଟା ଧରି ଆଣ୍ଠେଇ ବସିଥିଲେ। ଯେତେବେଳେ ଆଖପାଖର ଲୋକମାନେ ପ୍ରେମିକକୁ ଦେଖିଲେ, ସେମାନେ ତାଙ୍କୁ ଘରକୁ ଯିବାକୁ ମନାଇବା ଆରମ୍ଭ କଲେ। କିନ୍ତୁ ସେ ରାଜି ହୋଇ ନଥିଲେ। ସେ ନିଜ ଜିଦିରେ ଅଟଳ ରହିଲେ। ଶେଷରେ ପୋଲିସ ଆସିଥିଲା, କିନ୍ତୁ ବ୍ୟକ୍ତି ଜଣକ ପୋଲିସକୁ ପ୍ରଶ୍ନ କରିଥିଲେ ଯେ, “ଏପରି ବସିବା କ’ଣ ଅପରାଧ? ଯଦି କୌଣସି ଅପରାଧ ନାହିଁ ତେବେ ମୋତେ ଏକୁଟିଆ ଛାଡିଦିଅ।”

Advertisment
Social Media Viral Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ