social media
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ମଞ୍ଚରେ ପ୍ରଶାସନକୁ କୁନି ଝିଅର ଗୁହାରି । ଅଭିନୟ ବେଳେ ସରକାରଙ୍କ ସବୁ ପୋଲ ଖୋଲି ଦେଲା କୁନି ଝିଅ । ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳଙ୍କ ସମେତ ସବୁ ବଡ଼ ଅଧିକାରୀଙ୍କ ଉପସ୍ଥିତି କୋରାପୁଟବାସୀଙ୍କ ଦୁଃଖ ବଖାଣିଛି କୁନି ଝିଅ ।
ଜିଲ୍ଲାର ଦସମନ୍ତପୁର ବ୍ଲକର ବାସ୍ତବ ସ୍ଥିତି ଓ ସମସ୍ୟା ସମ୍ପର୍କରେ ବଖାଣି ପ୍ରଶାସନକୁ ଦର୍ପଣ ଦେଖାଇଛି ଏକି କଅଁଳ ପ୍ରତିଭା । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପିଲାଟିର ଅଭିନୟ ଛଳରେ ଅଭିଯୋଗ ବେଳେ ମଞ୍ଚରେ ଥିବା ଅତିଥି ହସୁଥିବା ଦେଖିବାକୁ ମିଳିଥିଲା ।
ଅଭିନୟ ଢଙ୍ଗରେ ପୁଲାପୁଳା ଅଭିଯୋଗ ଫର୍ଦ୍ଦ ଖୋଲିଥିବା କୁନି ଝିଅଟି ହେଉଛି କୋରାପୁଟ ସରସ୍ୱତୀ ଶିଶୁ ମନ୍ଦିରର ଶିଶୁ ବାଟିକାରେ ପଢ଼ୁଥିବା ୪ ବର୍ଷର ସୋନାଲି ଦାଶ । କୁନି ଝିଅର ସାହସ ଓ ପ୍ରଚେଷ୍ଟାକୁ ସାଧାରଣରେ ପ୍ରଶଂସା କରାଯାଉଛି । ତେବେ ଏ ପ୍ରସଙ୍ଗରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692266186.jpg)