Advertisment

Viral Video: ଛୋଟ ଭାଇକୁ ମାରିବା ଦେଖି ସହିପାରିଲା ନାହିଁ କୁନି ଝିଅ; ମା ଉପରେ ଖାଇଲା ଗରମ, କହିଲା…

ଆଜିକାଲି, ଏକ ସୁନ୍ଦର ଭାଇ-ଭଉଣୀଙ୍କର ଏକ ଭିଡିଓ ଭାଇରାଲ ହେଉଛି। ସାନଭାଇକୁ ମାଆ ମାଡ଼ ମାରିବା ଦେଖି ଏକ କୁନି ଭଉଣୀ ନିଜକୁ ନିୟନ୍ତ୍ରଣ କରିପାରି ନାହିଁ ଏବଂ ତା’ ମା ଉପରେ କିପରି ଗରମ ଖାଉଛି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି।

Little girl fought with her mother for her brother

Little girl fought with her mother for her brother

Advertisment

ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର। ଗୋଟେ ଭାଇକୁ ଉଉଣୀ ଯେପରି ସକାରାତ୍ମକ ଉପଦେଶ ଦିଏ, ଆଉ କେହି ଦେଇପାରିବେ ନାହିଁ। ସେଥିପାଇଁ ହିନ୍ଦୁ ଶାସ୍ତ୍ରରେ କୁହାଯାଏ, “ଉପଦେଶ ଶ୍ଚ ଭଗ୍ନି”। ଯେଉଁଘରେ ଭାଇ-ଭଉଣି ଥାଆନ୍ତି ସେ ଘର ହସ-ଖୁସିରେ ଫାଟିପଡେ। ସେମାନେ ବେଳେ ବେଳେ ଝଗଡା କରୁଥିଲେ ମଧ୍ୟ ଏକାଠି ରୁହନ୍ତି, ଏକାଠି ଖେଳନ୍ତି, ଏକାଠି ପାଠପଢନ୍ତି ଆଉ ଏକାଠି ମଜ୍ଜା ମଧ୍ୟ କରନ୍ତି।

Advertisment

ଯଦିଓ ଭାଇ-ଭଉଣୀ ନି ନିଜ ମଧ୍ୟରେ କଳି-ଝଗଡା କରନ୍ତି, କିନ୍ତୁ ଯଦିବି ଅନ୍ୟ କେହି କିଛି କୁହେ, ସେମାନେ ପରସ୍ପର ପାଇଁ ଯେକୌଣସି ବି ସ୍ତରକୁ ଯିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ସେ ବାପାମାଆ ହୁଅନ୍ତୁ ପଛେ।

ଆଜିକାଲି, ଏକ ସୁନ୍ଦର ଭାଇ-ଭଉଣୀଙ୍କର ଏପରି ଏକ ଭିଡିଓ ଭାଇରାଲ ହେଉଛି। ସାନଭାଇକୁ ମାଆ ମାଡ଼ ମାରିବା ଦେଖି ଏକ କୁନି ଭଉଣୀ ନିଜକୁ ନିୟନ୍ତ୍ରଣ କରିପାରି ନାହିଁ ଏବଂ ତା’ ମା ଉପରେ କିପରି ଗରମ ଖାଉଛି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି।

Advertisment

ମାଆ ସହ ଝଗଡା:

ସୟଦ ଆଫଜଲ ଅଲି ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ଜଣେ ୪-୫ ବର୍ଷର କୁନି ଝିଅ ତା’ ସାନଭାଇ ପାଇଁ ମା ସହିତ ଝଗଡା କରୁଥିବା ଦେଖିବାକୁ ମିଳିଛି। ସେ କାନ୍ଦି କାନ୍ଦି ତା’ ମାଆକୁ କହୁଛି, “ଯଦି ମୋ ଭାଇକୁ ମାର୍ ନା… ମୁଁ ମୋ ବାପାଙ୍କୁ କହିଦେବି… ପୁଅକୁ ମାରୁଛନ୍ତି।”

Advertisment

ଏହା ପରେ ମା’ ତାକୁ କୁହନ୍ତି, “ତେବେ ତାକୁ ବୁଝଉନୁ ସେ ମାଟି କାହିଁକି ଖାଉଛି?” ଏହା ଉପରେ କୁନି ଭଉଣୀ ପୁଣି କୁହେ, “ସେ ମୋର ଭାଇ... ତାଙ୍କୁ ମାରି ପାରିବ ନାହିଁ।” ଏହା ପରେ ମା ପୁଣିଥରେ କୁନି ଝିଅକୁ ମଜ୍ଜାରେ କୁହନ୍ତି, “ତେବେ ତୋ ଭାଇକୁ ତୋ ପାଖରେ ରଖ।” ଏହା ଉପରେ କୁନି ଭଉଣୀଟି ତା’ ଗେହ୍ଲା ଭାଇକୁ କୋଳେଇ ଧରି ସ୍ନେହରେ ଚୁମ୍ବନ ଦିଏ।

ଲୋକଙ୍କ ପ୍ରେମ ବର୍ଷା:

ଭାଇ ଏବଂ ଭଉଣୀର ଏହି ସୁନ୍ଦର ଭିଡିଓରେ ଲୋକମାନେ ପ୍ରେମ ବର୍ଷା କରୁଛନ୍ତି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି - ଏହି ପ୍ରେମ ଉପରେ କାହାର ନଜର ନ ଲାଗୁ। ଅନ୍ୟ ଜଣେ ଲେଖିଛନ୍ତି - ଏହି ପ୍ରେମ ସବୁଦିନ ପାଇଁ ରହୁ। ଆଉ ଜଣେ ଲେଖିଛନ୍ତି – ଆଉ ମାର ନାହିଁ, କାହିଁକି ପିଲାକୁ କନ୍ଦଉଛ?

Brother Sister Love Viral Video Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ