Little girl adorable dance to ruki sukhi roti will melt your heart
ଅନ୍ଲାଇନ୍ରେ ଭାଇରାଲ ହେଉଛି ଏକ ହୃଦୟସ୍ପର୍ଶୀ ଭିଡିଓ। ଏହା ଏକ କୁନି ଝିଅର। ଏହି କୁନି ଝିଅଟି ୨୦୦୧ ମସିହାର ଚଳଚ୍ଚିତ୍ର ‘ନାୟକ’ର ଲୋକପ୍ରିୟ ବଲିଉଡ ଗୀତ "ରୁଖୀ ସୁଖୀ ରୋଟି" ରେ ଦମଦାର ନାଚୁଥିବା ଦେଖାଯାଏ। ଇନଷ୍ଟାଗ୍ରାମରେ @adorable_aanyaa ରେ ଏହା ପୋଷ୍ଟ କରାଯାଇଛି। ଏହି କ୍ଲିପ୍ ଖୁବ୍ ଭାଇରାଲ୍ ହେଉଛି। ଖବର ଲେଖା ହେବା ବେଳାକୁ ଏହା ୯ ଲକ୍ଷରୁ ଅଧିକ ଲାଇକ୍ ପାଇଛି ଏବଂ ସମସ୍ତଙ୍କ ହୃଦୟ ଜିତିଛି।
ଏହି ଭିଡିଓରେ, ଏକ କ୍ୟୁଟ୍ କୁନି ଝିଅ ଏକ ସୁନ୍ଦର ପୋଷାକ ପିନ୍ଧି ପୂରା ଏନର୍ଜି ସହିତ ଗୀତରେ ନାଚୁଛି। ତା’ର ଏହି ଦମଦାର ନାଚ ଖୁବ୍ ମଜାଳିଆ, ଯାହାକୁ ଦେଖିଲା ପରେ ଯେ କେହି ବି ଆନନ୍ଦରେ ପୂରିଯିବେ।
କୁନି ଝିଅଟିର ଲମ୍ବା ଲମ୍ବା ଚୁଟି ସମସ୍ତଙ୍କୁ ଆକର୍ଷଣ କରେ। ସେ ଏକ ଧଳା ପ୍ୟାଣ୍ଟ୍ ସହିତ ସବୁଜ ମିଶା ହଳଦିଆ ସାର୍ଟ ପିନ୍ଧିଛି। ତା’ର ପୁରା ଗେଟ୍ ଅପ୍ କ୍ୟୁଟ୍ ଲାଗୁଛି। ତା ହସ, ଆଖି ଠାର୍, ଲିପସିଙ୍ଗ୍ ପୂରା ଚମତ୍କାର। ଆପଣ ଥରେ ଦେଖିଲେ ଏହି ଭିଡିଓକୁ ବାରମ୍ବାର ଦେଖିବାକୁ ମନ କରିବେ।
ଅଲକା ୟାଗ୍ନିକ ଏବଂ ଶଙ୍କର ମହାଦେବନଙ୍କ ଦ୍ୱାରା ଗାୟନ ହୋଇଥିବା ଗୀତ “ରୁଖୀ ସୁଖୀ ରୋଟି” ଦୁଇ ଦଶନ୍ଧି ପରେ ମଧ୍ୟ ପ୍ରଶଂସକଙ୍କର ପ୍ରିୟ ହୋଇରହିଛି। ଏହି କୁନି ଝିଅର ଆକର୍ଷଣୀୟ ଲୟ ଏବଂ ଏନର୍ଜି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଡ୍ୟାନ୍ସ ଚ୍ୟାଲେଞ୍ଜ୍ ଏବଂ ଭାଇରାଲ୍ ଭିଡିଓ ପାଇଁ ଏକ ଲୋକପ୍ରିୟ ବିକଳ୍ପ ପାଲଟିଯାଇଛି।
ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି କୁନି ଝିଅର ପ୍ରତିଭା ଏବଂ ଜୀବନ ପ୍ରତି ଉତ୍ସାହ ଦେଖି ତାକୁ ପ୍ରେମ ଏବଂ ପ୍ରଶଂସାରେ ପୋତି ପକଉଛନ୍ତି। ଜଣେ କହିଛନ୍ତି - "ସର୍ବଶ୍ରେଷ୍ଠ ନୃତ୍ୟ," ଆଉ ଜଣେ ଲେଖିଛନ୍ତି - ଏମିତି ନାଚୁଥାଅ।
ଅନ୍ୟମାନେ ଏହି କୁନି ଝିଅଟିକୁ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀଙ୍କ ସହ ତୁଳନା କରିଛନ୍ତି। ଜଣେ ଲେଖିଛନ୍ତି - କୁନି ରାନୀ ମୁଖାର୍ଜୀ। ଏହିପରି ଭିଡିଓଟିକୁ "ଏତେ ସୁନ୍ଦର" ଏବଂ "ଚମତ୍କାର ପ୍ରଦର୍ଶନ କୁନି ରାନୀ" ଭଳି ଅନେକ କମେଣ୍ଟ୍ସ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717850040.jpg)