Advertisment

ଜୀବନରେ କେମିତି ମିଳିବ ସଫଳତା ? ମନ୍ତ୍ର ଦେଲେ ଆଇଏଏସ ଅଫିସର

ଜୀବନରେ ସଫଳତା କିଏ ବା ନ ଚାହେଁ ? ସଫଳତାର ବାଟ ଅନେକ। ଏଥିପାଇଁ କିଏ ନିଜ ପ୍ରତିଭା ବନିଯୋଗ କରେ ତ କିଏ ପରିଶ୍ରମ। ଆଉ କିଏ କୌଶଳ। ଏମିତି ଦୌଡ ଭିତରେ କିଛି ଲୋକ ସଫଳତା ତ ପାଆନ୍ତି, ତଥାପି ଅନେକ ପଛରେ ପଡ଼ିଯାଆନ୍ତି।

ଅଦ୍ୟତନ ହୋଇଛି
awanish sharan shared the video of success in life

awanish sharan shared the video of success in life

Advertisment

ଜୀବନରେ ସଫଳତା କିଏ ବା ନ ଚାହେଁ ? ସଫଳତାର ବାଟ ଅନେକ। ଏଥିପାଇଁ କିଏ ନିଜ ପ୍ରତିଭା ବନିଯୋଗ କରେ ତ କିଏ ପରିଶ୍ରମ। ଆଉ କିଏ କୌଶଳ। ଏମିତି ଦୌଡ ଭିତରେ କିଛି ଲୋକ ସଫଳତା ତ ପାଆନ୍ତି, ତଥାପି ଅନେକ ପଛରେ ପଡ଼ିଯାଆନ୍ତି। ରାସ୍ତା ସରିଯାଏ, ଏମାନେ ସଫଳତାର ସ୍ୱାଦ ଚାଖି ପାରନ୍ତି ନାହିଁ।

Advertisment

ଏମିତି ମଣିଷଙ୍କ ଜୀବନ ଦୁଃଖ ଆଉ ଅବସାଦରେ ଭରିଯାଏ। ହତାଶାଭାବ ଭିତରେ ହାତ ମୁଠାରେ ଖୁସିଟିକିଏ ପାଇଲେ ବି ତାହାକୁ ଉପଭୋଗ କରିପାରନ୍ତିନି। ଅନେକ ସମୟରେ ହାରି ଯାଇଥିବା ମଣିଷ ସମାଧାନର ବାଟ ଭାବେ ମୃତ୍ୟୁକୁ ବାଛି ନେଇଥାଏ। ଏପରି ମଣିଷଙ୍କ ପାଇଁ ସଫଳତାର ଏକ ସୁନ୍ଦର ମନ୍ତ୍ର ଶୁଣାଇଛନ୍ତି ଜଣେ ଆଇଏଏସ୍‌। ସେତିକି ନୁହେଁ, ସଫଳତାର ମନ୍ତ୍ର କହିବା ସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ଏହି ଆଇଏଏସ ଅଫିସର ଜଣକ ହେଉଛନ୍ତି ଅଶ୍ୱିନୀ ଶରଣ। ଅଶ୍ୱିନୀ ସଫଳତାର ମନ୍ତ୍ର ଦେଇ କହିଛନ୍ତି, ଜୀବନର ପ୍ରତି ମୁହୂର୍ତ୍ତରେ ସଫଳତା ଭରିରହିଛି। ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ପ୍ରତି ପାଦରେ ସଫଳତା ରହିଛି। ହେଲେ ଆମେ ଏହାକୁ ନଜରଅନ୍ଦାଜ କରିଦେଉଛୁ ।

Advertisment

 ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅବିନାଶ ଶରଣ ନିଜ ଟୁଇଟର ହାଣ୍ଡେଲରେ ଏହି ଭିଡିଓଟିକୁ ସେୟାର କରିଛନ୍ତି। ଜୀବନର ବିଭିନ୍ନ ସୋପାନ କିପରି ଆମକୁ ସଫଳତାର ବାର୍ତ୍ତା ଦେଉଛି ଏହି ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓକୁ ସେୟାର କରି ସେ ଏଥିରେ ଲେଖିଛନ୍ତି 'Success.'।

ବର୍ଷକର ଶିଶୁର ଥରଥର ଚାଲିରୁ ଭିଡିଓଟି ଆରମ୍ଭ ହୋଇଛି। ସେ ଥିରି ଥିରି ପାଦରେ ଚାଲୁଛି ଆଉ ହସୁଛି। ପଛରେ ମା’ ପିଲାକୁ ଚାଲୁଥିବାର ଦେଖି ଖୁସିରେ ତାଳିମାରି ହସୁଛି ଏବଂ ପିଲାକୁ ଉତ୍ସାହିତ କରୁଛି। ଛୋଟ ପିଲାଟିର ସବୁଠାରୁ ବଡ ସଫଳତା ହେଉଛି ବିନା ସହାୟତାରେ ଚାଲିବା । ଏହି ଭିଡିଓରେ ବୟସ ବଢିବା ସହ ସଫଳତାର ପରିଚୟ କିପରି ବଦଳି ଯାଉଛି ତାହା ଦେଖିବାକୁ ମିଳିଛି।

Advertisment

ଭିଡିଓର ଆହୁରି ଦେଖିବାକୁ ମିଳିଛି, କିପରି ଶେଷ ସୋପାନରେ ମଣିଷ ଛୋଟପିଲାଙ୍କ ପରି ବ୍ୟବହାର କରିଥାଏ। ଶୈଶବ ଆଉ ବାର୍ଦ୍ଧକ୍ୟର ଅଦ୍ଭୂତ ସାମଞ୍ଜସ୍ୟକୁ ସୁନ୍ଦର ଭାବେ ଭିଡିଓରେ ଉପସ୍ଥାପନ କରାଯାଇଛି। ୨ ମିନିଟ ୨୦ ସେକେଣ୍ଡର ଏହି ଭିଡିଓ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡ଼ିଓକୁ 771.9K ଥର ଦେଖାଗଲାଣି। ୨୪ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରିବା ସହ ୩ ହଜାରରୁ ଅଧିକ ଲୋକ ଏହାକୁ ରିଟୁଇଟ କରିଛନ୍ତି।

ଭିଡିଓକୁ ଦେଖିବା ପରେ ଅନେକ ସୁନ୍ଦର ମତାମତ ଆସିଛି। ଜଣେ ୟୁଜର୍ସ ଲେଖିଛନ୍ତି, ସଫଳତା  ଆମ ହାତରେ ଅଛି। ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଉଛି, ଏହାକୁ ହାସଲ କରିବା ପାଇଁ ଆମେ ନିଜକୁ ଫିଟ ରଖିବା ଆବଶ୍ୟକ। ଅନ୍ୟ ଜଣେ କହିଛନ୍ତି, ଏକଥା ଏକଦମ୍‌ ସତ। ହେଲେ ଅନେକ ଲୋକ ସମୟ ସହ ଏହି ସତ୍ୟକୁ ଭୁଲି ଯାଆନ୍ତି।

Social Media Viral Video IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ