Karnataka Viral Video
ଗଣଦୁଷ୍କର୍ମ ମାମଲାରେ ଜେଲ୍ ଯାଇଥିଲେ । ଜାମିନ ମିଳିବା ପରେ ଜେଲରୁ ପ୍ରୋସେସନ କରି ବାହାରିଥିଲେ । ଦୁଲୁକେଇ ଦେଲେ ରାସ୍ତାଘାଟ । ମାଳ ମାଳ ଗାଡି ସାଙ୍ଗକୁ ରାସ୍ତା ସାରା ଘୋ ଘୋ, ରୋଡ୍ ସୋ ଏମିତି ଥିଲା ଯେମିତି କେଉଁ ଗଡ଼ ଜିତି ଫେରିଥିଲେ । କିନ୍ତୁ ଏହି ଯୁବକମାନେ ଥିଲେ ଜଣେ ଜଣେ ଦୁଷ୍କର୍ମ ଅଭିଯୁକ୍ତ । ଜାମିନ ପାଇବା ପରେ ଦୁଷ୍କର୍ମକାରୀଙ୍କ ରାସ୍ତାରେ ଏଭଳି ଉତ୍ପାତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯାହାପରେ ଏହି ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ପୁଣିଥରେ ପୋଲିସ ଗିରଫ କରିଥିବାର ସୂଚନା ମିଳିଛି ।
କ'ଣ ଥିଲା ପୂରା ଘଟଣା..
ଦୁଷ୍କର୍ମ ଅଭିଯୁକ୍ତଙ୍କ ଏ ହରକତ ଦେଖିବାକୁ ମିଳିଥିଲା କର୍ଣ୍ଣାଟକରେ । ୨୦୨୪ରେ ହାବେରି ଗଣଦୁଷ୍କର୍ମ ମାମଲାରେ 7 ଜଣ ଯୁବକ ଜେଲ୍ ଯାଇଥିଲେ । ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୋଲିସ ଏମାନଙ୍କୁ ବାନ୍ଧିଥିଲା । ଦୀର୍ଘ ୧୮ ମାସ ଜେଲରେ ରହିବା ପରେ ଏକ ତଳ କୋର୍ଟ ସେମାନଙ୍କୁ ବେଲ୍ ଦେଇଥିଲେ । ତା' ପରେ ଭାଇରାଲ ହୋଇଥିଲା ସେମାନଙ୍କୁ ବେଲ୍ ମିଳିବା ପରର ହରକତ । ୭ ଅଭିଯୁକ୍ତ ହାବେରି ସବ୍-ଜେଲରୁ ଅକ୍କି ଅଲୁର ଟାଉନ୍ ପର୍ଯ୍ୟନ୍ସ ଦୀର୍ଘ ୨୦ କିଲୋମିଟର ପ୍ରୋସେସନରେ ଆସିଥିଲେ। ଅଭିଯୁକ୍ତମାନଙ୍କୁ, ସେମାନଙ୍କର ୨୦ ସମର୍ଥକ ଗ୍ରାଣ୍ଡ ୱେଲକମ୍ ସହ ପାଛୋଟି ଆଣିବାକୁ ଯାଇଥିଲେ ।
ଦୁଇ ଚକିଆ ଓ ଚାରି ଚକିଆ ଗାଡିରେ ରୋଡ୍ ଶୋ କରିଥିଲେ ଏହି ଦୁଷ୍କର୍ମକାରୀ ଅଭିଯୁକ୍ତ । ଜେଲରୁ ଏମିତି ଖୁସି ମନେଇ ମନେଇ ଆସୁଥିଲେ ଯେମିତି ସିଭିଲ୍ ସର୍ଭିସ୍ କ୍ରାକ୍ ପରେ ଟ୍ରେନିଂରେ ଥିଲେ, ଏବେ ଖାଲି ପୋଷ୍ଟିଂ ହେବ । କେହି କେହି ଭିକ୍ଟ୍ରି ସାଇନ୍ ବି ଦେଖାଇଥିଲେ । ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା ।
ଅଧିକ ପଢ଼ନ୍ତୁ:'ମୁଁ କନ୍ନଡ କହିବିନି, ଏଇଟା ଭାରତ'...ଏତିକି କହିବାରୁ ବଦଳି ହେଲେ SBI ବ୍ରାଞ୍ଚ ମ୍ୟାନେଜର
ବିଜେପି ନେତା ଅମିତ ମାଲବ୍ୟ ମଧ୍ୟ ଘଟଣାକୁ କଡା ନିନ୍ଦା କରିଥିଲେ । ରାଜ୍ୟର କଂଗ୍ରେସ ସରକାରଙ୍କ ଶାସନକୁ ତାଚ୍ଛଲ୍ୟ କରି ମାଲବ୍ୟ କହିଥିଲେ, ଏ କଣ କଂଗ୍ରେସ ଶାସନର ନୂଆ ବ୍ୟବସ୍ଥା, ଯେଉଁଠାରେ ନ୍ୟାୟକୁ ଦୁର୍ବଳ କରି, ଅପରାଧ ପ୍ରଦର୍ଶନ କରାଯାଏ? କୌଣସି ସଭ୍ୟ ସମାଜ ଏହାକୁ ଗ୍ରହଣ କରିପାରିବ ନାହିଁ।
ଦୁଷ୍କର୍ମ ଅଭିଯୁକ୍ତମାନଙ୍କର ଏଭଳି ରୋଡ୍ ସୋ' ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୭ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଣିଥରେ ସେମାନଙ୍କୁ ଗିରଫ କରିଛି ହଙ୍ଗଲ ପୋଲିସ । ସେଲିବ୍ରେସନ ରୋଡ ସୋ' କରି ଜାମିନ ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ସେମାନଙ୍କୁ ହେପାଜତକୁ ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748084720.jpg)