କୁହୁଡ଼ି ହେଲା କାଳ; ରନୱେରେ ବସି ଡିନର୍‌ କଲେ ଶହ ଶହ ପାସେଞ୍ଜର୍‌

ଯାତ୍ରୀମାନେ ଦୀର୍ଘ ୧୨ ଘଣ୍ଟା ରନୱେରେ ସମୟ ବିତାଇବା ସହ ସେଠାରେ ଡିନର୍‌ ବି କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Passenger eating on Runway

ଖୋଲା ଆକାଶ ତଳେ ଥଣ୍ତା କାକର ମାଡ଼ରେ ହନ୍ତସନ୍ତ ହେଲେ ଯାତ୍ରୀ । ରନୱେରେ ବସି କଲେ ଡିନର୍‌ । ଫ୍ଲାଇଟ୍‌ ବିଳମ୍ବ କାରଣରୁ ୧୨ ଘଣ୍ଟା କାଳ ରନୱେରେ କାଟିଲେ ସମୟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଘନ କୁହୁଡ଼ି ଯୋଗୁ ବାଧାପ୍ରାପ୍ତ ହେଲା ଇଣ୍ତିଗୋ ବିମାନ ସେବା । ଗୋଆରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟ୍‌କୁ କୁହୁଡ଼ି କାରଣରୁ ମୁମ୍ବାଇରେ ଲ୍ୟାଣ୍ତ କରାଯାଇଥିଲା । ସ୍ଥିତି ଏମିତି ହେଲା ଯେ ଫ୍ଲାଇଟ୍‌ରେ ବସିଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ରନୱେରେ ଅପେକ୍ଷା କରିବାକୁ କୁହାଗଲା । ଏମିତିକି ଯାତ୍ରୀମାନେ ଦୀର୍ଘ ୧୨ ଘଣ୍ଟା ରନୱେରେ ସମୟ ବିତାଇବା ସହ ସେଠାରେ ଡିନର୍‌ ବି କରିଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

 

ସୋସିଆଲ୍‌ ମିଡିଆ ଏକ୍ସ ପେଜ୍‌ରେ ଏହାର ଏକ ଭିଡିଓ ସେୟାର କରାଯାଇଛି । ମୁମ୍ବାଇ ଏୟାରପୋର୍ଟ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ବାସ୍ତବରେ ଇଣ୍ତିଗୋ ଫ୍ଲାଇଟ୍‌ ନଂ 6E 2195, ଗୋଆରୁ ଦିଲ୍ଲୀ ଯାତ୍ରା କରୁଥିଲା । ଦିଲ୍ଲୀରେ ପ୍ରବଳ ଘନ କୁହୁଡ଼ି କାରଣରୁ ପାଇଲଟ୍‌ ଫ୍ଲାଇଟ୍‌କୁ ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ତ କରିଥିଲେ । ପାଇଲଟ୍‌ ପାସେଞ୍ଜରଙ୍କୁ ଫ୍ଲାଇଟ୍‌ ବିଳମ୍ବ ହେବା ନେଇ ସୂଚନା ଦେବା ସାଙ୍ଗକୁ ରନୱେରେ ଅପେକ୍ଷା କରିବାକୁ କହିଥିଲେ । ଥଣ୍ତା କାକର ମାଡ଼ରେ ଯାତ୍ରୀ ରନୱେରେ ବସି ଖାଉଥିବାର ଭିଡିଓ ଏବେ ଭାଇରାଲ ହେଉଛି ।