Advertisment

ହେଲମେଟ୍‌ ମ୍ୟାନ୍‌ ରାଘବେନ୍ଦ୍ର : କାର୍‌ ଭିତରେ ବି ପିନ୍ଧନ୍ତି ହେଲମେଟ୍‌

ସୋସିଆଲ ମିଡିଆରେ ଗତ କିଛିଦିନ ହେବ ହେଲମେଟ୍‌ ମ୍ୟାନଙ୍କୁ ନେଇ ଭାରି ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ସିଏ ଲୋକଙ୍କୁ ବୁଲିବୁଲି ବାଣ୍ଟୁଛନ୍ତି ହେଲମେଟ୍‌ । ହଁ...ଦର୍ଶକବନ୍ଧୁ ସିଏ ହେଉଛନ୍ତି ରାଘବେନ୍ଦ୍ର କୁମାର। ସ୍ନେହରେ ଲୋକେ ତାଙ୍କୁ ହେଲ‌ମେଟ ମ୍ୟାନ ‌ବୋଲି ଡାକୁଛନ୍ତି । କାରଣ ସେ ସମସ୍ତଙ୍କୁ ବୁଲିବୁଲି ଦେଉଛନ୍ତି ହେଲମେଟ୍‌ ।

ଅଦ୍ୟତନ ହୋଇଛି
India’s helmet man

India’s helmet man

Advertisment

ରାଜରାସ୍ତାରେ ଖୁବ ଜୋରରେ ଗାଡି ଚଲାନ୍ତି । ପୁଣି କାର୍‌ ଭିତରେ ହେଲମେଟ୍‌ ପିନ୍ଧନ୍ତି । ଏମିତି କଥା ଶୁଣିବା ପରେ ଆପଣ ବି କହିବେ ତାଙ୍କର ନିଶ୍ଚୟ ମୁଣ୍ଡ ଖରାପ ଥିବ । ହେଲେ ପ୍ରକୃତ ସତ ଜାଣିବା ପରେ ତାଙ୍କୁ ଆପଣ ବି ସଲାମ୍‌ କରିବାକୁ ବାଧ୍ୟ ହେବେ ।

Advertisment

ସୋସିଆଲ ମିଡିଆରେ ଗତ କିଛିଦିନ ହେବ ହେଲମେଟ୍‌ ମ୍ୟାନଙ୍କୁ ନେଇ ଭାରି ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ସିଏ ଲୋକଙ୍କୁ ବୁଲିବୁଲି ବାଣ୍ଟୁଛନ୍ତି ହେଲମେଟ୍‌ । ହଁ...ଦର୍ଶକବନ୍ଧୁ ସିଏ ହେଉଛନ୍ତି ରାଘବେନ୍ଦ୍ର କୁମାର। ସ୍ନେହରେ ଲୋକେ ତାଙ୍କୁ ହେଲ‌ମେଟ ମ୍ୟାନ ‌ବୋଲି ଡାକୁଛନ୍ତି । କାରଣ ସେ ସମସ୍ତଙ୍କୁ ବୁଲିବୁଲି ଦେଉଛନ୍ତି ହେଲମେଟ୍‌ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ହେଲମେଟ୍‌ ମ୍ୟାନ ଦ୍ରୁତଗତିରେ ଗାଡ଼ି ଚାଲଉଛନ୍ତି। ହେଲମେଟ ମ୍ୟାନ ଏତେ ସ୍ପିଡରେ ଗାଡ଼ି ଚଲାଇବାର କାରଣ ହେଉଛି ସେ ଜଣେ ବାଇକ ଚାଳକଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କର ଭୁରିଭୁରି ପ୍ରଶଂସା କରୁଛନ୍ତି।

Advertisment

ଖାଲି ପ୍ରଶଂସା କରୁଛନ୍ତି ତାହା ନୁହେଁ ବରଂ ୟୁଜର୍ସ କହୁଛନ୍ତି,‘ଜୀବନ ଥିଲେ ସିନା ଆମେ ଷ୍ଟାଇଲ ମାରିବା। ତେଣୁ ଆପଣ ଆଗାମୀ ଦିନରେ ଯେବେ ବି ଗାଡ଼ି ନେଇ କୌଣସି ସ୍ଥାନକୁ ବାହାରୁଛନ୍ତି। ହେଲମେଟ ପିନ୍ଧିବାକୁ ଭୁଲିବେ ନାହିଁ।’ ଏହି ଭିଡିଓକୁ ରାଘବେନ୍ଦ୍ର କୁମାର ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ତେବେ ରାଘବେନ୍ଦ୍ରଙ୍କ ଏହି ମହତ କାମକୁ ନେଇ ଏବେ ଭାରି ଚର୍ଚ୍ଚା।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ