Advertisment

Viral: ଯଦି ଗରିବ ହୋଇଯିବେ ଏଲନ୍ ମସ୍କ, ବିଲ୍ ଗେଟ୍ସ, ଡୋନାଲ୍ଡ ଟ୍ରମ୍ପ!

ଥରେ କଳ୍ପନା କରନ୍ତୁ ତ ଯଦି ସେମାନେ ଗରିବ ହୋଇଯିବେ ତେବେ କିପରି ଦେଖାଯିବେ? AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସେମାନଙ୍କର କାଳ୍ପନିକ ଚିତ୍ର ସୃଷ୍ଟି ହୋଇଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ସେମାନଙ୍କୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।

Imagine how world wealthiest would look if they were poor

Imagine how world wealthiest would look if they were poor

Advertisment

ଟେସ୍‌ଲା-ଟ୍ୱିଟର ମାଲିକ ଏଲନ୍ ମସ୍କ, ଫେସବୁକ୍-ଇନଷ୍ଟାଗ୍ରାମ ମାଲିକ ମାର୍କ ଜୁକର୍‌ବର୍ଗ, ଅରବପତି ବିଲ୍ ଗେଟ୍ସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କର କୌଣସି ପରିଚୟର ଆବଶ୍ୟକ ନାହିଁ। ଦୁନିଆର ଲକ୍ଷ ଲକ୍ଷ ଲୋକ ସେମାନଙ୍କୁ ଅନୁସରଣ କରନ୍ତି। ସେମାନଙ୍କ ନାଁ ଧନୀ ତାଲିକାରେ ଅନ୍ତର୍ଭୁକ୍ତ।

Advertisment

ଆପଣ ଥରେ କଳ୍ପନା କରନ୍ତୁ ତ ଯଦି ସେମାନେ ଗରିବ ହୋଇଯିବେ ତେବେ କିପରି ଦେଖାଯିବେ? AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସେମାନଙ୍କର କାଳ୍ପନିକ ଚିତ୍ର ସୃଷ୍ଟି ହୋଇଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ସେମାନଙ୍କୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।

AI କଳାକାର ଗୋକୁଲ ପିଲ୍ଲାଇ ଏହି ଚିତ୍ରଗୁଡିକ ତିଆରି କରି ଇନଷ୍ଟାଗ୍ରାମରେ @withgokul ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ଏଲନ୍ ମସ୍କ, ବିଲ୍ ଗେଟ୍ସ, ବର୍ନାର୍ଡ ଅରନାଲ୍ଟ, ୱାରେନ୍ ବଫେଟ୍, ମାର୍କ ଜୁକର୍‌ବର୍ଗ ଏବଂ ମୁକେଶ ଅମ୍ବାନୀଙ୍କ ପରି ଧନୀ ବ୍ୟକ୍ତିଙ୍କୁ ବସ୍ତି ନିକଟରେ ଦେଖାଯାଇଛି। ଏହି କୋଟିପତିମାନେ କଟାଫଟା ମଇଳା ପୋଷାକ ପିନ୍ଧିଥିବାର ଦେଖାଯାଆନ୍ତି। ଖାଲି ସେମିତି ନୁହେଁ, ସେମାନଙ୍କ ଚେହେରା ମଧ୍ୟ ଦୁର୍ବଳ ଦେଖାଯାଉଛି। ଆପଣ ଏହି ବ୍ୟକ୍ତିମାନଙ୍କୁ ଯାହା କେବେଳ ସେମାନଙ୍କର ମୁହଁ ଦେଖି ଚିହ୍ନିପାରିବେ, କିନ୍ତୁ ସେମାନଙ୍କର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଏପ୍ରିଲ ୮ରେ ପୋଷ୍ଟ ହେବା ପରଠାରୁ ଏହି ଚିତ୍ରଗୁଡ଼ିକୁ ହଜାର ହଜାର ଲାଇକ୍ ମିଳିଛି। ପିଲ୍ଲାଇ ମିଡ୍‌ଜର୍ନି ବ୍ୟବହାର କରିଥିଲେ, ଯାହା ଏକ AI ପ୍ରୋଗ୍ରାମ। ଏହା ପ୍ରତିଛବି ସୃଷ୍ଟି କରିବା ପାଇଁ ଟେଷ୍ଟ୍-ଆଧାରିତ ସଂକେତ ବ୍ୟବହାର କରେ। ଅନେକ ଲୋକ ଏହିସବୁ ଚିତ୍ର ଉପରେ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ଖୁବ ଆଶ୍ଚର୍ଯ୍ୟଜନକ ହେଉହି ଏମାନେ ପ୍ରକୃତ ଦେଖାଯାଉଛନ୍ତି... ସ୍ଲମଡଗ୍ ମିଲେନିୟରଙ୍କ ପରି। ଅନ୍ୟ ଜଣେ ଲେଖିଛନ୍ତି, ୱା। କିନ୍ତୁ ଏଲନ୍ ମସ୍କଙ୍କ ଚିତ୍ରଟି ଗରିବ ପରି ହୋଇଥିଲେ ବି ସେ ଧନୀ ଭଳି ଦେଖାଯାଉଛନ୍ତି।

କିଛି ଦିନ ପୂର୍ବରୁ, ଏହିଭଳି ଏକ AI ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ଏଲନ୍ ମସ୍କ ଓ ଜୁକର୍‌ବର୍ଗଙ୍କୁ ଲୁଇସ୍ ବୁଇଟନ୍, ବାଲେସିଂଗା ଏବଂ ଭିଭିଏନ୍ ୱେଷ୍ଟ୍‌ଉଡ୍ ଭଳି ପ୍ରମୁଖ ଫ୍ୟାଶନ୍ ବ୍ରାଣ୍ଡ୍‌ ପାଇଁ ରନ୍‌ୱେରେ ଚାଲୁଥିବା ଦେଖାଯାଇଥିଲା। ଏହାପୂର୍ବରୁ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ଚିତ୍ର ମଧ୍ୟ ଭାଇରାଲ୍‌ ହୋଇଥିଲା। AI ସାହାଯ୍ୟରେ ଏହା ମଧ୍ୟ ପ୍ରସ୍ତୁତ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ବାସ୍ତବ ଦେଖାଯାଉଥିଲା।

Advertisment

ଭାଇରାଲ୍‌ ହେଉଥିବା ଏହି ଚିତ୍ରଗୁଡିକ୍ ଦେଖିବା ପରେ ଟ୍ୱିଟର ଏବଂ ଟେସ୍‌ଲା ମାଲିକ ଏଲନ୍ ମସ୍କ ମଧ୍ୟ ପ୍ରତିକ୍ରିୟା ଦେବାକୁ ହାତଛଡ଼ା କରିନାହାଁନ୍ତି।

Social Media Viral News Ajab Gajab Viral Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ