Advertisment

Viral Video: ଭାଇରାଲ୍ ହେଉଛି କୁନି ଝିଅ; ତା’ କଥା ଶୁଣିଲେ ଆପଣ ବି ହସି ହସି ଗଡ଼ିବେ

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲେ ଆପଣ ନହସି ରହିପାରିବେନି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଝିଅ ଭୋଜପୁରୀରେ ତା’ ମା ସହିତ କଥା ହେଉଛି। ଏହି କୁନି ଝିଅଟିକୁ ପଚରାଯାଉଛି ଯେ ପାଠ ପଢିବାକୁ ମନ ହଉନି କି? ଝିଅଟି ଉତ୍ତରରେ କହୁଛି ବିଲ୍‌କୁଲ୍ ମନ ହେଉନି। ଯେତେବେଳେ ତାକୁ ପଚରାଯାଉଛି ଯେ କ’ଣ କରିବାକୁ ମନ ହେଉଛି? ସେ କହୁଛି ଖାଲି ଖାଇବାକୁ ମନ ହେଉଛି।

ଅଦ୍ୟତନ ହୋଇଛି
i don’t want to read i just want to eat child won heart by talking like this

i don’t want to read i just want to eat child won heart by talking like this

Advertisment

ଆଜିକାଲି ସୋସିଆଲ୍ ମିଡିଆ ମଜ୍ଜାର ବେଶ ଖୋରାକ୍ ଯୋଗାଉଛି। ବେଳେ ବେଳେ ବିଭିନ୍ନ ପ୍ଲାଟ୍‌ଫର୍ମରେ ଏମିତି ଅଜବ ଭିଡିଓ ଭାଇରାଲ୍ ହୁଏ ଯାହା ପୂରା ମୁଡ୍‌କୁ ପରିବର୍ତ୍ତନ କରିଦିଏ। ଅନେକ ସମୟରେ ଛୋଟ ପିଲାଙ୍କ ଭିଡିଓ ଖୁବ୍ ହସେଇ ଥାଏ।

Advertisment

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଜଣେ କୁନି ଝିଅ ଭୋଜପୁରୀରେ ତା’ ମା ସହିତ କଥା ହେଉଛି। ଏହି କୁନି ଝିଅଟିକୁ ପଚରାଯାଉଛି ଯେ ପାଠ ପଢିବାକୁ ମନ ହଉନି କି? ଝିଅଟି ଉତ୍ତରରେ କହୁଛି ବିଲ୍‌କୁଲ୍ ମନ ହେଉନି। ଯେତେବେଳେ ତାକୁ ପଚରାଯାଉଛି ଯେ କ’ଣ କରିବାକୁ ମନ ହେଉଛି? ସେ କହୁଛି ଖାଲି ଖାଇବାକୁ ମନ ହେଉଛି।

ସୋସିଆଲ ମିଡିଆରେ ଏହି ପିଲାଟିର କହିବାର ଏଭଳି ଷ୍ଟାଇଲ୍ ଦେଖିବା ପରେ ଲୋକେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ମଜ୍ଜାଳିଆ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

କୁହାଯାଏ ଯେ ପିଲାମାନେ ହୃଦୟରୁ ସଚ୍ଚୋଟ ହୋଇଥାନ୍ତି। ସେମାନେ ଯାହା ଚାହାଁନ୍ତି ତାହା କରନ୍ତି ଏବଂ କୁହନ୍ତି। ଏହି କୁନି ଝିଅଟି ଏହାର ଏକ ପ୍ରମାଣ। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଯିଏ ଦେଖୁଛି ସିଏ ହସି ହସି ଗଡୁଛି। ଅନେକ ଲୋକ ଏହି ଭିଡିଓ ଶେୟାର କରୁଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଏହି ଭିଡିଓକୁ ChapraZila ନାମକ ଏକ ଟ୍ୱିଟର ଚ୍ୟାନେଲରୁ ଶେୟାର କରାଯାଇଛି। ଭିଡିଓରେ ଦେଖିବାକୁ ମିଳେ ଯେ ଝିଅଟିର ମା’ ତାକୁ ଭୋଜପୁରୀ ଭାଷାରେ ପାଠ ପଢିବାକୁ ନେଇ ପରାରିବାରୁ ସେ କହୁଛି ପାଠ ପଢିବାକୁ ମନ ହେଉନି, ଖାଲି ଖାଇବାକୁ ମନ ହେଉଛି।

Advertisment

ଏହାପରେ ତା’ ମା’ ଯେତେବେଳେ ପଚାରୁଛନ୍ତି ତେବେ ପାଠ କିଏ ପଢିବ, ଝିଅଟି ଉତ୍ତର ଦେଉଛି, ବାପା। ଯେତେବେଳେ ପଚରାଯାଉଛି ପାଠ ନ ପଢିଲେ ରୋଜଗାର କିଏ କରିବ, ଉତ୍ତରରେ ଝିଅଟି କହୁଛି, ବାପା। ଏହି ଭିଡିଓ ଏତେ ମଜ୍ଜାଳିଆ ହୋଇଛି ସମସ୍ତଙ୍କ ମନକୁ ଖୁସି କରିଦେଉଛି।

ଏହି ଖବର ଲେଖାହେବା ପର୍ଯ୍ୟନ୍ତ ଏହି ଭିଡିଓଟି ପାଖାପାଖି ୩ ଲକ୍ଷ ଭିୟୁ ପାଇସାରିଥିଲା। ଏହି ଭିଡିଓରେ ଅନେକ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଦେଖାଯାଉଛି।

ଏହା ଉପରେ ମତ ଦେଇ ଜଣେ ଲେଖିଛନ୍ତି - ଏହି ପିଲାଟିର କଥା ଶୁଣିବା ପରେ ମୋର ହୃଦୟ ଆନନ୍ଦରେ ଭରିଗଲା। ମତ ଦେଇ ଆଉ ଜଣେ ଲେଖିଛନ୍ତି - ଏହା ଅତ୍ୟନ୍ତ ଚମତ୍କାର। କେଉଁ ପିଲା ବା ପଢିବାକୁ ପସନ୍ଦ କରେ!

Viral Video Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ