Advertisment

Viral Video: ଭାରତରେ ଏବେ ବି ଅଛି ‘ବଦଳ ବେପାର’; ଗହମ ଦେଲେ ମିଳୁଛି ଗୁପ୍‌ଚୁପ୍

ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଏବେ ବି ଏହି ‘ବଦଳ ବେପାର’ ଚାଲିଛି। ବିଶେଷକରି ଗୁପ୍‌ଚୁପ୍ ବେପାରରେ। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ। ଏହା କିନ୍ତୁ ସତ ଯେ ଏହି ଗାଁରେ ଗୁପ୍‌ଚୁପ୍ ଖାଇବାକୁ ହେଲେ ଟଙ୍କା ଦେବାକୁ ପଡେ ନାହିଁ। ଏହା ବଦଳରେ କିଛି ଶସ୍ୟ ଦେବାକୁ ହୁଏ।

Here still exist barter system panipuri for wheat

Here still exist barter system panipuri for wheat

Advertisment

ପିଲାଦିନେ ଆପଣ ନିଶ୍ଚିତ ସାମାଜିକ ବିଜ୍ଞାନରେ ‘ବଦଳ ବେପାର’ ପ୍ରକ୍ରିୟା ବିଷୟରେ ପଢିଥିବେ। ଯାହାର ଅର୍ଥ ହେଉଛି ସାମଗ୍ରୀ ଅଦଳ ବଦଳ କରିବା ବା ଗୋଟିଏ ଜିନିଷ ଦେଇ ଅନ୍ୟ କିଛି ଜିନିଷ ଆଣିବା। ଏହା ବହୁ ପ୍ରାଚୀନ ପ୍ରକ୍ରିୟା। କିନ୍ତୁ ଟଙ୍କା ପ୍ରଚଳନ ହେବା ପରଠାରୁ ଆଉ ଅଦଳ ବଦଳ ନୀତି ନାହିଁ, ସବୁ କିଛି ଟଙ୍କାରେ ଚାଲିଛି।

Advertisment

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଏ କଥା ଏବେ କାହିଁକି ଉଠାଯାଉଛି। ଏହା କହିବାର କାରଣ ହେଉଛି ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଏବେ ବି ଏହି ‘ବଦଳ ବେପାର’ ଚାଲିଛି। ବିଶେଷକରି ଗୁପ୍‌ଚୁପ୍ ବେପାରରେ। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ। ଏହା କିନ୍ତୁ ସତ ଯେ ଏହି ଗାଁରେ ଗୁପ୍‌ଚୁପ୍ ଖାଇବାକୁ ହେଲେ ଟଙ୍କା ଦେବାକୁ ପଡେ ନାହିଁ। ଏହା ବଦଳରେ କିଛି ଶସ୍ୟ ଦେବାକୁ ହୁଏ।

ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି। ଏହି ମଜାଦାର ଭିଡିଓଟି midnight travel without money ନାମକ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଦେଖିବାକୁ ମିଳେ। ତେବେ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଥିବା ବ୍ୟକ୍ତି ଏହି ଭିଡିଓ କେଉଁଠୁ ଆସିଛି ସେ ସମ୍ପର୍କରେ ସୂଚନା ଦେଇ ନାହାଁନ୍ତି, କିନ୍ତୁ ଏହା କୌଣସି ଏକ ଗାଁର ବୋଲି ଜଣାପଡୁଛି। ତାଙ୍କ କ୍ୟାପସନ୍ ଦେଖି ଏମିତି ଆକଳନ କରାଯାଉଛି।

Advertisment

ଭିଡିଓରେ, ଜଣେ ବ୍ୟକ୍ତି ହାତରେ ଗହମରେ ପରିପୂର୍ଣ୍ଣ ଏକ ଥାଳି ଧରି ଆଗକୁ ଆସୁଥିବା ନଜର ଆସନ୍ତି। ସେ ଏହି ଗହମ ଥାଳିକୁ ରାସ୍ତା କଡରେ ଠିଆ ହୋଇଥିବା ଗୁପ୍‌ଚୁପ୍ ବିକାଳିଙ୍କୁ ଦିଅନ୍ତି। ଗୁପ୍‌ଚୁପ୍ ବିକାଳି ଏହି ଗହମ ଥାଳି ନେଇ ଏକ ଡବାରେ ରଖନ୍ତି। ଯେତେ ଡବା ଗହମ ହେବ ସେହି ଅନୁସାରେ ଗୁପ୍‌ଚୁପ୍ ମିଳିବ।

Advertisment

ତେବେ ଏହି ଭିଡିଓରୁ ଜଣାପଡୁଛି ଯେ ଗୋଟିଏ ଡବା ଗହମ ବଦଳରେ ବିକାଳି ୯ଟି ଗୁପ୍‌ଚୁପ୍ ଦେଉଛନ୍ତି। ଏହା ସହିତ ଆଉ ଏକ ଅଲଗା ପାତ୍ରରେ ଚଟନି ଏବଂ କଟାପାଣି ମଧ୍ୟ ଦେଉଛନ୍ତି।

କିଛି ଲୋକ୍ ଏହି ଭିଡିଓ ଦେଖିବା ପରେ ସେମାନଙ୍କର ପିଲାଦିନକୁ ମନେ ପକେଇଛନ୍ତି। ଜଣେ ଲେଖିଛନ୍ତି, “ଆମେ ମଧ୍ୟ ଆମ ଗାଁରେ ଏମିତି କରୁଥିଲୁ, ଯେଉଁମାନଙ୍କର ପନିପରିବା କ୍ଷେତ ଥିଲା। ସେ ଶସ୍ୟ ବଦଳରେ କାହାକୁ ପନିପରିବା ଦେଉଥିଲେ। ଆଉ ଜଣେ ବ୍ୟକ୍ତି ପ୍ରଶ୍ନ କରିଛନ୍ତି, “ଏହା ବହୁତ ବହୁତ ମହଙ୍ଗା ପଡିଗଲା। ଡବାଏ ଗହମରେ ମାତ୍ର ୯ଟି ଗୁପ୍‌ଚୁପ୍ ମିଳୁଛି।”

Viral Video Barter System Gupchup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ