Advertisment

ଏମିତି ବିବାହ ଦେଖିନଥିବେ..ମାଇନସ୍‌ ୨୫ ଡିଗ୍ରୀରେ ଥରିଥରି ନେଲେ ସାତଫେରା..ଭିଡିଓ ଭାଇରାଲ..

ବରଫ ଚାଦରରେ ଘୋଡ଼ାଇ ହୋଇ ରହିଥିବା ସ୍ପିଟି ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟ.. -୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ହେଲା ନିଆରା ବିବାହ। -୨୫ ଡିଗ୍ରୀର ହାଡ଼ଭଙ୍ଗା ଶୀତ ବି ହାରିଯାଇଛି ତାଙ୍କ ପ୍ରେମର ଉଷ୍ମତା ଆଗରେ।

Unique Marriage Party

Unique Marriage Party

Advertisment

ଦମ୍ପତିଙ୍କ ନିଆରା ନିଷ୍ପତ୍ତି। ପ୍ରତିକୂଳ ପରିସ୍ଥିତିରେ କଲେ ବିବାହ। ଯେଉଁଠି ନିଶ୍ୱାସ ନେବା କଷ୍ଟକର, ସେଠି ଯାଇ ବିବାହ ବନ୍ଧନରେ ବାନ୍ଧି ହେଲେ। ପରସ୍ପର ପ୍ରତି ଥିବା ଭଲ ପାଇବାର ପ୍ରମାଣ ଦେଇଛନ୍ତି ଏମାନେ। ହିମାଚଳ ପ୍ରଦେଶର ବରଫ ଆଚ୍ଛାଦିତ ସ୍ପିଟି ଘାଟିରେ ଜଣେ ଦମ୍ପତିଙ୍କ ବିବାହ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବରଫ ଚାଦରରେ ଘୋଡ଼ାଇ ହୋଇ ରହିଥିବା ସ୍ପିଟି ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟ.. -୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ହେଲା ନିଆରା ବିବାହ। -୨୫ ଡିଗ୍ରୀର ହାଡ଼ଭଙ୍ଗା ଶୀତ ବି ହାରିଯାଇଛି ତାଙ୍କ ପ୍ରେମର ଉଷ୍ମତା ଆଗରେ। ପରିବାର ଲୋକ, ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ହେଲା ବିବାହ। ସଭିଏଁ କଲେ ଜୋରଦାର ସେଲିବ୍ରେସନ୍‌। ଏହାର ଏକ ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଜରାଟର ଜଣେ ଦମ୍ପତି ବିବାହ ପାଇଁ ହିମାଚଳ ପ୍ରଦେଶର ବରଫ ଆଚ୍ଛାଦିତ ସ୍ପିଟି ଘାଟିକୁ ଚୟନ କରିଛନ୍ତି। ବର୍ତ୍ତମାନ ବରଫରେ ଘୋଡ଼ାଇ ହୋଇ ରହିଛି ଏହି ଘାଟି। ଏଭଳି ଚ୍ୟାଲେଞ୍ଜିଂ ପରିସ୍ଥିତିରେ ବି ପରିବାର ବର୍ଗଙ୍କୁ ନେଇ ହିନ୍ଦୁ ରିତୀନୀତିରେ କଲେ ବିବାହ। ଫୁଲରେ ସୁସଜ୍ଜିତ କାର୍‌ ଉପରେ ଦମ୍ପତି ଫଟୋ ପୋଜ୍‌ ଦେଉଛନ୍ତି। ବିବାହରେ ଫୁଲ ବର୍ଷା ହେବା ବଦଳରେ ହେଉଛି ବରଫ ବର୍ଷା।

Advertisment

ଭିଡିଓକୁ କିଛିଦିନ ତଳେ ଏକ୍ସରେ ସେୟାର କରାଯାଇଛି। ଯାହାକୁ ଲୋକେ ଅନେକ ଭଲ ପାଇବା ଦେଇଛନ୍ତି। କିନ୍ତୁ କେତେକ ଏହାକୁ ନିନ୍ଦା ବି କରିଛନ୍ତି। ଭିଡିଓ ଭାଇରାଲ ହେବା ପରେ ହିମାଚଳ ପ୍ରଦେଶ ଲୋକ ସମ୍ପର୍କ ଅଧିକାରୀ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। କାରଣ ଏହି ସମୟରେ ସ୍ପିଟି ଘାଟିକୁ ଯିବା ବିପଦଜନକ ଥିବା ବେଳେ ଦମ୍ପତି ବିନା ଅନୁମତିରେ ସେଠାରେ ବିବାହ କରିଛନ୍ତି।

Advertisment
Unique Marriage Party Himachal Pradesh Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ