ରିଲ୍ସ କରୁଥିଲେ ସାବଧାନ ! ଯଦି ଏମିତି କରୁଥାଆନ୍ତି ରାସ୍ତାରେ...

ଯୁବକ ଜଣକ ରିଲ୍ସ ମୋହରେ ଏମିତି ବାୟା ହୋଇ ରହିଥିଲେ କି ସ୍ଥାନକାଳ ପାତ୍ର କିଛି ଦେଖୁନଥିଲେ । ସେଇଥି ପାଇଁ ତ ଖତରନାକ ଷ୍ଟଣ୍ଟ କରୁକରୁ ପଛରୁ ଆସୁଥିବା ଯୁବତୀ ଜଣଙ୍କୁ ଏମିତି ଧକ୍କା ଦେଇଥିଲେ ଯେ ସେ ସିଧା ତଳେ ପଡିଯାଇଥିଲେ । ବାସ୍‌ ଏହାପରେ ଯାହା ହେଲା...

Viral VIDEO

ରିଲ୍ସ ପ୍ରେମରେ ଆଜିକାଲିର ଯୁବପୀଢି ବାୟା । ରାସ୍ତାଘାଟ କିଛି ଦେଖୁନାହାନ୍ତି । ଯାହାର ଯେଉଁଠି ଇଚ୍ଛା ହେଲା ସିଏ ସେଇଠି ରିଲ୍ସ କରୁଛି । ଏହି ରିଲ୍ସ ସମୟରେ ଅନେକ ବାଧା ସାମ୍ନାକୁ ଆସୁଛି । ବେଳେବେଳେ ଦୁର୍ଘଟଣାମାନ ବି ଘଟୁଛି ହେଲେ ରିଲ୍ସ ମୋହରେ ପଡିଥିବା ଯୁବକ କି ଯୁବତୀ ସୁଧୁରିବାରେ ନା ଧରୁନାହାନ୍ତି । ରାସ୍ତାରେ ଯାଉଥିବା ବେଳେ ଯୁବକ-ଯୁବତୀ ରିଲ୍ସ କରୁଥିଲେ । ହେଲେ ଯୁବକ ଜଣକ ରିଲ୍ସ ମୋହରେ ଏମିତି ବାୟା ହୋଇ ରହିଥିଲେ କି ସ୍ଥାନକାଳ ପାତ୍ର କିଛି ଦେଖୁନଥିଲେ । ସେଇଥି ପାଇଁ ତ ଖତରନାକ ଷ୍ଟଣ୍ଟ କରୁକରୁ ପଛରୁ ଆସୁଥିବା ଯୁବତୀ ଜଣଙ୍କୁ ଏମିତି ଧକ୍କା ଦେଇଥିଲେ ଯେ ସେ ସିଧା ତଳେ ପଡିଯାଇଥିଲେ । ବାସ୍‌ ଏହାପରେ ଯାହା ହେଲା...

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବକ ଓ ଯୁବତୀ ରିଲ୍ସ ବନାଉଛନ୍ତି । ହେଲେ ଦୁର୍ଘଟଣା ଘଟିବା ପରେ ପୂରା ପରିବେଶ ଭିନ୍ନ ପ୍ରକାରର ହୋଇଯାଉଛି । ତେବେ ଏହି ଭାଇରାଲ୍ କ୍ଲିପ୍‌କୁ ଇନଷ୍ଟାଗ୍ରାମରେ ସେୟାର୍‌ କରାଯାଇଛି । ଯାହାକୁ ୟୁଜର୍ସ ଅନେକ ପ୍ରକାର କମେଣ୍ଟ ଦେଉଛନ୍ତି ।