Advertisment

ଟ୍ରାଫିକରେ ଫସିଗଲେ ଯୁବତୀ: ସ୍କୁଟି ପଛରେ ବସି ଅଫିସ୍‌ କାମ କଲେ, ଫଟୋ ଭାଇରାଲ୍‌...

ଟ୍ରାଫିକ ଜାମ୍‌ରେ ଫସିଥିବା ଜଣେ ଯୁବତୀ ରାପିଡୋ ସ୍କୁଟି ପଛରେ ବସି ଲାପ୍‌ଟପ୍‌ରେ ଅଫିସ କାମ କରୁଛନ୍ତି। କାମକୁ ନେଇ ଯେଭଳି ଭାବେ ଯୁବତୀ ସିରିୟସ୍‌ ଅଛନ୍ତି ଓ ତାଙ୍କର ପରିଶ୍ରମକୁ ଲୋକମାନେ ପ୍ରଶଂସା କରିଛନ୍ତି।

ଅଦ୍ୟତନ ହୋଇଛି
Girl Working On Laptop While Being Stuck In Traffic Is Viral In Bengaluru

Girl Working On Laptop While Being Stuck In Traffic Is Viral In Bengaluru

Advertisment

ଯଦିଓ କର୍ପୋରେଟ୍‌ କଲ୍‌ଚର୍‌ ପାଇଁ ବେଙ୍ଗାଲୁରୁ ସହର ଜଣାଶୁଣା, ହେଲେ ଟ୍ରାଫିକ ଜାମ୍‌ ପାଇଁ ଏହି ସହର ଅଧିକ ଜଣାଶୁଣା। କୁହାଯାଏ, ଏଠି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅଧ ଘଣ୍ଟା ସମୟ ଲାଗିଥାଏ। ତେଣୁ ଆପଣଙ୍କୁ ଦେଢ଼ ଘଣ୍ଟା ପୂର୍ବରୁ ଘରୁ ବାହାରିବା ଜରୁରୀ। ନଚେତ୍‌ ଆପଣଙ୍କର ବିଳମ୍ବ ହୋଇପାରେ। ପ୍ରଫେସନାଲ୍‌ ହବ୍‌ କୁହାଯାଉଥିବା ବେଙ୍ଗାଲୁରୁ ସହରର ଏମିତି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି, ଯାହାକୁ ନେଇ ଚର୍ଚ୍ଚା। 

Advertisment

ଭାଇରାଲ୍‌ ଫଟୋରେ ଦେଖିବାକୁ ମିଳିଛି, ଟ୍ରାଫିକ ଜାମ୍‌ରେ ଫସିଥିବା ଜଣେ ଯୁବତୀ ରାପିଡୋ ସ୍କୁଟି ପଛରେ ବସି ଲାପ୍‌ଟପ୍‌ରେ ଅଫିସ କାମ କରୁଛନ୍ତି। କାମକୁ ନେଇ ଯେଭଳି ଭାବେ ଯୁବତୀ ସିରିୟସ୍‌ ଅଛନ୍ତି ଓ ତାଙ୍କର ପରିଶ୍ରମକୁ ଲୋକମାନେ ପ୍ରଶଂସା କରିଛନ୍ତି। ଆଉ କିଛି ଲୋକ କହିଛନ୍ତି, ଅଫିସରେ କାର୍ଯ୍ୟ କରିବା ସମୟ କୋହଳ ହେବା ଦରକାର । ଫଳରେ ଲୋକମାନେ ଶାନ୍ତିରେ କାମ କରିପାରିବେ। 

Advertisment

ନିହାର ଲୋହିୟା ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଏହି ଫଟୋ ଶେୟାର କରିଛନ୍ତି। କାର୍‌ରେ ଯାତ୍ରା କରୁଥିବା ବେଳେ ତାଙ୍କ ସାଇଡ୍‌ରେ ସ୍କୁଟି ପଛରେ ବସି ଯୁବତୀ ଜଣକ ଲାପ୍‌ଟପ୍‌ରେ ଅଫିସ କାମ କରୁଥିବା ସେ ଦେଖିବାକୁ ପାଇଥିଲେ। ଏହି ସମୟରେ ସେ ପୁରାପୂରି ଟ୍ରାଫିକରେ ଫସିଥିଲେ। ଏମିତି ହୋଇପାରେ, ଅଫିସ ପକ୍ଷରୁ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଡେଡ୍‌ଲାଇନ୍‌ ଦିଆଯାଇଛି ଓ ଠିକ୍‌ ସମୟରେ ଏହାକୁ ଦାଖଲ କରିବା ପାଇଁ ସେ ଏଭଳି ସ୍ଥିତିରେ କାମ କରିବା ପାଇଁ ବାଧ୍ୟ ହୋଇଥିଲେ। 

ଘଟଣା ଯାହା ହେଉନା କାହିଁକି ସୋସିଆଲ ମିଡିଆରେ ଭାଇରାଲ୍‌ ଏହି ଫଟୋକୁ ନେଇ ଅନେକ ପ୍ରଶ୍ନ ଉଠିଛି। କିଏ ୱାର୍କ କଲ୍‌ଚର୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି ତ ଆଉ କିଏ ଟ୍ରାଫିକ ବ୍ୟବସ୍ଥା ଉପରେ। ଆଉ କିଛି ଲୋକ ଏଭଳି ସ୍ଥିତିରେ ୱାର୍କ ଫ୍ରମ୍‌ ହୋମ୍‌ ସୁବିଧା ଦେବା କଥା କହିଛନ୍ତି। 

Advertisment
Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ