Advertisment

Viral Video: ଶାଢ଼ୀ ପିନ୍ଧି ଆଖିରେ ପଟି ବାନ୍ଧିଲେ; ସ୍କୁଟି ଉପରୁ ମାରିଲେ ବ୍ୟାକ୍ ଫ୍ଲିପ୍

ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଲୋକଙ୍କ ହୋସ୍ ଉଡେଇବାରେ ଲାଗିଛି। ଏଥିରେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ଆଖିରେ ପଟି ବାନ୍ଧି ସ୍କୁଟି ଉପରେ ଚଢି ବ୍ୟାକ୍ ଫ୍ଲିପ୍ କରୁଥିବା ଦେଖାଯାଆନ୍ତି।

ଅଦ୍ୟତନ ହୋଇଛି
Girl wearing saree and blindfolded on eyes jumps back flip from scooty

Girl wearing saree and blindfolded on eyes jumps back flip from scooty

Advertisment

ଆଜିର ଏ ରିଲ୍‌ ଯୁଗରେ ଲୋକମାନେ କିଛି ଲାଇକ୍ ଏବଂ ଚର୍ଚ୍ଚାକୁ ଆସିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। ଏଭଳି ଲୋକଙ୍କ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳେ। କିଏ ବାଇକ୍‌ରେ ଷ୍ଟଣ୍ଟ୍‌ ଦିଅନ୍ତି ତ ଆଉ କିଏ ରିସ୍କ ନେଇ ଏମିତି କିଛି କରନ୍ତି ଯାହାକୁ ଦେଖି ପାଦ ତଳୁ ମାଟି ଖସିଯାଏ।

Advertisment

ଏବେ ସୋସିଆଲ୍ ମିଡିଆରେ ଏହିପରି ଏକ ଭାଇରାଲ୍ ଭିଡିଓ ଲୋକଙ୍କ ହୋସ୍ ଉଡେଇବାରେ ଲାଗିଛି। ଏଥିରେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ଆଖିରେ ପଟି ବାନ୍ଧି ସ୍କୁଟି ଉପରେ ଚଢି ବ୍ୟାକ୍ ଫ୍ଲିପ୍ କରୁଥିବା ଦେଖାଯାଆନ୍ତି। ଏହି ଭିଡିଓ ଦେଖି କେହି କେହି ମହିଳାଙ୍କୁ ପ୍ରଶଂସା କରୁଥିବା ବେଳେ ଆଉ କେହି ଜବରଦସ୍ତ କ୍ଲାସ୍ ଲଗେଇବାର ନଜର ଆସେ।

ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ, ଏହି ମହିଳାଙ୍କ ଅଲଗା ପ୍ରକାରର ଷ୍ଟଣ୍ଟ୍ ଦେଖି ଲୋକେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି। ଭିଡିଓଟି ଅନେଇ ଭ୍ୟୁ ପାଉଥିବା ବେଳେ ଶେୟାର ମଧ୍ୟ ହେଉଛି।

Advertisment

ଏହି ମହିଳା ଜଣଙ୍କ ଯେତେବେଳେ ଏଭଳି ଷ୍ଟଣ୍ଟ୍ ଦେଉଛନ୍ତି ସେହି ସମୟରେ ଆଉ ଜଣେ ଝିଅ ସ୍କୁଟି ନେଇ ଯାଉଥିଲେ। ସେ ଏହାକୁ ଦେଖି ସେଠାରେ ହଠାତ ଅଟକି ଯାଆନ୍ତି ଆଉ ଏହି ଦୃଶ୍ୟକୁ ଦେଖନ୍ତି। ତେବେ ଭିଡିଓ ଶେଷରେ, ଏହା ଦେଖିବାକୁ ମିଳେ ଯେ ଶୂନ୍ୟରେ ଡେଇଁ ପଡିବା ପରେ ମହିଳା ଜଣଙ୍କ ଭାରସାମ୍ୟ ହରାଇବା କାରଣରୁ ତଳେ ପଡ଼ିଯାଉଛନ୍ତି।

Advertisment

ଏହି ଭିଡିଓଟିକୁ ଖବର ଲେଖାହେବା ଭିତରେ ଲକ୍ଷ ଲକ୍ଷ ଲୋକ ଦେଖିଥିବାବେଳେ ୭ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଭିଡିଓ ଦେଖିଥିବା ଲୋକେ ଏହା ଉପରେ ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। କେହି କେହି ମହିଳାଙ୍କ ପ୍ରତିଭାରେ ପ୍ରଭାବିତ ହେଉଥିବାବେଳେ ଆଉ କେହି ତାଙ୍କ କାମକୁ ସମାଲୋଚନା କରୁଛନ୍ତି।

Dare Devil Stunts Viral Video Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ