Advertisment

ବଡ଼ ଭଉଣୀ ବାହାଘରରେ ନାଚିବାବେଳେ ଟଳିପଡ଼ିଲା ସାନ ଭଉଣୀ..ଦେଖନ୍ତୁ ଭିଡିଓ

ଭଉଣୀର ବାହାଘର ଖୁସିରେ ନାଚୁ ନାଚୁ ଚାଲିଯାଇଛି ୧୮ ବର୍ଷୀୟ ଭଉଣୀର ଜୀବନ। ମୃତ୍ୟୁ ପୂର୍ବର ମାତ୍ର କିଛି ସେକେଣ୍ଡର ଭିଡିଓ ବର୍ତ୍ତମାନ ଖୁବ୍‌ ଭାଇରାଲ ହେଉଛି।

ଅଦ୍ୟତନ ହୋଇଛି
Girl dies while dancing

Girl dies while dancing

Advertisment

ଆସୁଥିଲା ବର.. କନ୍ୟାଘର ଥିଲା ଉତ୍ସବମୁଖର। ହଠାତ୍‌ ଘଟିଗଲା ଅଘଟଣ। ଚାହୁଁଚାହୁଁ ସବୁ କିଛି ହୋଇଗଲା ଓଲଟପାଲଟ। ଭଉଣୀ ମଥାରେ ସିନ୍ଦୂର ଲାଗିବା ପୂର୍ବରୁ ଉଠିଲା ସାନ ଭଉଣୀର କୋକେଇ। ସବୁ ଖୁସି ନିମିଶକରେ ମିଳେଇଗଲା। କାନ୍ଦ ବୋବାଳିରେ ଫାଟିପଡ଼ିଲା ପୂରା ପରିବାର।

Advertisment

ବୋଧେ ହୁଏ ଏହା ହେଉଛି ଜୀବନର ସତ। ଚାହୁଁ ଚାହୁଁ ଉଡିଗଲା ପ୍ରାଣବାୟୁ। ଭଉଣୀ ବହାଘରରେ ନାଚିବାବେଳେ ଟଳିପଡ଼ିଲା ଭଉଣୀ। ଯେଉଁ ଭଉଣୀର ହାତଗଣ୍ଠି ଫିଟାଇବାକୁ ଭଉଣୀ ଅନାଇ ବସିଥିଲା। ସେହି ଭଉଣୀର ବର ଆସି ପହଞ୍ଚିବା ପୂର୍ବରୁ ବୁଜିଦେଲା ଆଖି।

ଅଧିକ ପଢ଼ନ୍ତୁ: ଇନ୍‌ଷ୍ଟାଗ୍ରାମ୍ ରିଲ୍‌ସ ନିଶା, ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି...

ଏପରି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟ୍‌ ସହରରେ। ଭଉଣୀର ବାହାଘର ଖୁସିରେ ନାଚୁ ନାଚୁ ଚାଲିଯାଇଛି ୧୮ ବର୍ଷୀୟ ଭଉଣୀର ଜୀବନ। ମୃତ୍ୟୁ ପୂର୍ବର ମାତ୍ର କିଛି ସେକେଣ୍ଡର ଭିଡିଓ ବର୍ତ୍ତମାନ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ ନାଚୁନାଚୁ ଟଳିପଡ଼ୁଥିବା ଦେଖିବାକୁ ମିଳୁଛି। ତଳେ ପଡ଼ିଯିବା ପୂର୍ବରୁ ସେ ଏକ ଛୋଟ ପିଲାକୁ ଧରିବାରକୁ ଚେଷ୍ଟା କରୁଛନ୍ତି। ହେଲେ ମାତ୍ର ସମ୍ଭବ ହୋଇପାରୁନାହିଁ। ଗୋଟିଏ ୨ ସେକେଣ୍ଡ ଭିତରେ ସବୁ କିଛି ଶେଷ ହୋଇଯାଉଛି।

Advertisment

ମୃତ ଯୁବତୀଙ୍କ ନାଁ ରିମଶା। ସେ ଅସୁସ୍ଥ ହେବା ପରେ ତାଙ୍କୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଡାକ୍ତରଙ୍କ ସୂଚନା ଅନୁସାରେ ରିମଶାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି।

Marriage Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ