Advertisment

ଭିଡ଼ ଜାଗାରେ ଥିଲେ ସାବଧାନ ! ଆପଣଙ୍କୁ ଟାର୍ଗେଟ୍ କରିପାରେ ‘ନିଦୁଆ ଚୋର’

ଅନ୍ୟମନସ୍କ ଥିଲେ, ହୋଇପାରନ୍ତି ଲୁଟ୍ ର ଶିକାର । ମଥୁରା ରେଳଷ୍ଟେସନରେ ଚିନ୍ତା ବଢାଇଛି ‘ନିଦୁଆ ଚୋର’ ।

Sleeping Thief

Sleeping Thief

Advertisment

ଆପଣମାନେ ବିଭିନ୍ନ ପ୍ରକାର ଚୋର ଦେଖିଥିବେ। କିନ୍ତୁ ଆଜି ଆମେ କହିବୁ ଜଣେ ଏମିତି ଚୋର ବିଷୟରେ ଯିଏ ଶୋଇ ଶୋଇ କି ଲୁଟ୍ କରୁଛି ଓ ଟାର୍ଗେଟ ସରିଗଲା ପରେ ଉଠି ଚାଲିଯାଉଛି। ଏହି ଚୋରକୁ କୁହାଯାଉଛି ସ୍ଲିପିଂ ଥିଫ୍ ବା ନିଦୁଆ ଚୋର।

Advertisment

ସାଧାରଣ ଭାବେ ଭିଡ଼ ସ୍ଥାନ ଯେପରିକି ବସ୍ ଷ୍ଟାଣ୍ଡ ହେଉ କି ରେଳଷ୍ଟେସନ । ଏଇଯାଗା ଗୁଡିକୁ ଟାର୍ଗେଟ କରିଥାନ୍ତି ଚୋରମାନେ। ଭିଡ଼ର ସୁଯୋଗ ନେଇ ହାତ ସଫାଇ କରନ୍ତି ଓ ଲୋକଙ୍କ ଜିନିଷ ଲୁଟି ପଳାଇ ଯାନ୍ତି। ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ମଥୁରା ରେଳଷ୍ଟେସନରେ। ଯେଉଁଠି ପ୍ଲାଟଫର୍ମରେ ଶୋଇଥିବାବେଳେ ଲୋକଙ୍କ ଜିନିଷ ଚୋରି କରୁଛି ଚୋର ।

ସିସିଟିଭି ଫୁଟେଜରା ପୂରା ସ୍ପଷ୍ଟ ଭାବେ ଜଣାପଡ଼ୁଛି ଚୋରି । କିଭଳି ଭାବେ ଚୋର ଜଣଙ୍କ ଲୋକଙ୍କ ସହ ଭିଡ଼ରେ ଶୋଇ ରହୁଛି। ସମୟ ସୁବିଧା ଦେଖି ପାଖରେ ଶୋଇଥିବା ଲୋକଙ୍କ ପକେଟରୁ ମୋବାଇଲ, ଟଙ୍କା ଓ ଅନ୍ୟ ମୂଲ୍ୟବାନ ଜିନିଷ ଲୁଟ୍ କରି ଉଠି ଚାଲିଯାଉଛି। ଷ୍ଟେସନରେ ଚୋରି ନେଇ ଯାତ୍ରୀମାନଙ୍କଠାରୁ ଅନେକ ଅଭିଯୋଗ ପାଇବା ପରେ ପୋଲିସ ସତର୍କ ହୋଇଥିଲା। ସିସିଟିଭି ଫୁଟେଜ ଯାଂଚ ପରେ ସାମ୍ନାକୁ ଆସିଛି ଏହି ଘଟଣା। ଯାହାକୁ ନେଇ ଲୋକଙ୍କୁ ସତର୍କ କରିଛି ଜିଆରପି।

Advertisment

ତେଣେ ସିସିଟିଭି ଫୁଟେଜ ଯାଂଚ ପରେ ରେଲୱେ ପୋଲିସ ସଂପୃକ୍ତ ଲୁଟେରାକୁ ଗିରଫ କରିବା ସହ କିଛି ଲୁଟ୍ ସମାଗ୍ରୀ ବି ଜବତ କରିଛି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ