Advertisment

‘ପୁଅରେ ତୋ ଗୋଡ଼ ଧରୁଛି, ମୁଣ୍ଡିଆ ମାରୁଛି...ଘର ଛାଡ଼ି ଯାଆନି’...ଭିଡିଓ ଦେଖିଲେ ଆଖିରେ ଲୁହ ଆସିଯିବ

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବୃଦ୍ଧ, ଜଣେ ଯୁବକ ଓ ତାଙ୍କ ସ୍ତ୍ରୀଙ୍କ ଗୋଡ଼ ଧରିବା ସହ ସେମାନଙ୍କ ଗୋଡ଼ ତଳେ ପଡ଼ୁଛନ୍ତି। ଏପରିକି ମୁଣ୍ଡିଆ ମଧ୍ୟ ମାରୁଛନ୍ତି। ଏହି ସମୟରେ ଜଣେ ବୃଦ୍ଧା ହାତ ଯୋଡ଼ି ସେମାନଙ୍କୁ ନେହୁରା ମଧ୍ୟ ହେଉଛନ୍ତି।

ଅଦ୍ୟତନ ହୋଇଛି
Elderly parents fall at son and his wife feet requesting not to leave home video goes viral

Elderly parents fall at son and his wife feet requesting not to leave home video goes viral

Advertisment

ପରିଣତ ବୟସରେ ସନ୍ତାନମାନେ ସେମାନଙ୍କର ଦେଖାଶୁଣା କରିବେ, ଏହା ସବୁ ବାପାମା’ଙ୍କର ଆଶା ଥାଏ। ହେଲେ ଆଜିକାଲିର କିଛି ପିଲା ବାପାମା’ଙ୍କୁ ପଚାରିବେ କ’ଣ ଓଲଟା ସେମାନଙ୍କୁ ଛାଡ଼ି ସ୍ତ୍ରୀ,ପିଲାଙ୍କୁ ଧରି ଅନ୍ୟତ୍ର ରହୁଛନ୍ତି। ଆଉ କିଏ ସେବା କରିବାକୁ ପଡ଼ିବ ବୋଲି ବାପାମା’ଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ହୁଏତ ଆପଣଙ୍କ ଆଖିରେ ଲୁହ ଆସିଯିବ। ବିଶ୍ୱ ପିତୃ ଦିବସ(Father’s Day) ଅବସରରେ ଏହି ଭିଡିଓ ଭାଇରାଲ୍‌ ହୋଇଥିଲା। ଗୋଟିଏପଟେ ସାରା ବିଶ୍ୱରେ ଲୋକମାନେ ଏହି ଦିବସକୁ ପାଳନ କରୁଥିବା ବେଳେ ଅନ୍ୟପଟେ ଏହି ସମୟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। 

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବୃଦ୍ଧ, ଜଣେ ଯୁବକ ଓ ତାଙ୍କ ସ୍ତ୍ରୀଙ୍କ ଗୋଡ଼ ଧରିବା ସହ ସେମାନଙ୍କ ଗୋଡ଼ ତଳେ ପଡ଼ୁଛନ୍ତି। ଏପରିକି ମୁଣ୍ଡିଆ ମଧ୍ୟ ମାରୁଛନ୍ତି। ଏହି ସମୟରେ ଜଣେ ବୃଦ୍ଧା ହାତ ଯୋଡ଼ି ସେମାନଙ୍କୁ ନେହୁରା ମଧ୍ୟ ହେଉଛନ୍ତି। ହେଲେ ଯୁବକ ଜଣକ ସେମାନଙ୍କର କୌଣସି କଥା ନଶୁଣି ପଳାଉଛନ୍ତି। 

Advertisment

ଭିଡିଓରୁ ଜଣାପଡ଼ୁଛି, ସମ୍ପୃକ୍ତ ବୃଦ୍ଧ ଦମ୍ପତି ସେମାନଙ୍କର ପୁଅ ଓ ବୋହୂଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି। କାରଣ ସେମାନେ ଘର ଛାଡ଼ି ପଳାଉଥିଲେ। ହେଲେ ପୁଅ-ବୋହୂ ସେମାନଙ୍କର କୌଣସି କଥା ଶୁଣିନଥିଲେ। ଏପରିକି ବୁଢ଼ା ବାପାମା’ ସେମାନଙ୍କ ଗୋଡ଼ ତଳେ ପଡ଼ିଥିଲେ ମଧ୍ୟ ଏସବୁ ସେମାନଙ୍କୁ କୌଣସି ଫରକ୍‌ ପଡ଼ିନଥିଲା ଓ ଘର ଛାଡ଼ି ପଳାଇଥିଲେ। ସେହି ସମୟରେ ଏଭଳି ଦୃଶ୍ୟକୁ କେହି ଜଣେ କଏଦ କରିଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। 

ପ୍ରକୃତରେ କେଉଁଠି ଏଭଳି ଘଟଣା ଘଟିଛି, ତାହା ଜଣାପଡ଼ିନି। yashofficialy20 ପକ୍ଷରୁ ଭିଡିଓଟି ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି। ଭିଡିଓକୁ ଦେଖିଲା ପରେ ୟୁଜର୍ସମାନେ ଇମୋସନାଲ୍‌ ହୋଇ କମେଣ୍ଟ ଦେବା ସହ ପୁଅ-ବୋହୂଙ୍କୁ ଗାଳି କରିଛନ୍ତି। 

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ