Advertisment

ବରର ଭିଣୋଇ ସହ ଚାଲିଥିଲା କନ୍ୟାର ଲୁଚାଛପା ପ୍ରେମ, ରିସେପସନ୍‌ ପାର୍ଟିରେ ହେଲା ଏକ୍ସପୋଜ୍‌...

ବିବାହର ମାତ୍ର କିଛି ଘଣ୍ଟା ପରେ ରିସେପସନ୍‌ ପାର୍ଟିରେ କନ୍ୟାର ଅସଲ ମୁଖା ଖୋଲିଛି ବର। ଭିଣୋଇଙ୍କ ସହ ଥିବା କନ୍ୟାର ସମ୍ପର୍କକୁ ନେଇ ସର୍ବସମ୍ମୁଖରେ ବର ଏହାକୁ ଏକ୍ସପୋଜ୍‌ କରିଛନ୍ତି।

ଅଦ୍ୟତନ ହୋଇଛି
During reception party groom exposes bride affair with brother-in-law

During reception party groom exposes bride affair with brother-in-law

Advertisment

ସେଲିବ୍ରେସନ୍‌, ମ୍ୟୁଜିକ୍‌ ଓ ଡ୍ୟାନ୍ସ ବିନା ବିବାହ କାର୍ଯ୍ୟକ୍ରମ ପୁରା ଫିକା ଫିକା ଲାଗିଥାଏ। ଆଉ ବିନା ଡ୍ରାମାରେ ତ ବିବାହ କାର୍ଯ୍ୟକ୍ରମ ପୁରା ଅଧୁରା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବିବାହ ବେଳେ କିଛି ନା କିଛି ଡ୍ରାମା ତ ନିଶ୍ଚିତ ଭାବେ ଦେଖିବାକୁ ମିଳିଥାଏ।  ବର ପକ୍ଷ ଓ କନ୍ୟା ପକ୍ଷଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥାଏ। ଯାହାକି ପରେ ଡ୍ରାମା ହୋଇଥାଏ। ଏସବୁ ପରେ ଯେତେବେଳେ ବର ଓ କନ୍ୟା ସବୁଦିନ ଏକାଠି ରହିବା ପାଇଁ ପ୍ରତିଜ୍ଞା କରିଥାନ୍ତି, ଏହାପରେ ବିବାହ କାର୍ଯ୍ୟ ଖୁସି ଖୁସିରେ ସମ୍ପନ୍ନ ହେଲା ବୋଲି ଲାଗିଥାଏ। ହେଲେ ଚୀନରେ ଏକ ବିବାହରେ ଏମିତି କିଛି ଘଟିଛି, ଯାହା ଆପଣ ଜାଣିଲେ ବିଶ୍ୱାସ କରିବେ ନାହିଁ। ବିବାହର ମାତ୍ର କିଛି ଘଣ୍ଟା ପରେ ରିସେପସନ୍‌ ପାର୍ଟିରେ କନ୍ୟାର ଅସଲ ମୁଖା ଖୋଲିଛି ବର। ଭିଣୋଇଙ୍କ ସହ ଥିବା କନ୍ୟାର ସମ୍ପର୍କକୁ ନେଇ ସର୍ବସମ୍ମୁଖରେ ବର ଏହାକୁ ଏକ୍ସପୋଜ୍‌ କରିଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

ଭାଇରାଲ୍‌ କ୍ଲିପ୍‌ରେ ଦେଖିବାକୁ ମିଳିଛି, ରିସେପସନ୍‌ ପାର୍ଟିରେ ହଠାତ୍‌ କନ୍ୟାର ଭିଡିଓକୁ ଦେଖାଇବା ପରେ ଡ୍ରାମା ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁସାରେ, ଯୁବତୀଙ୍କର ଆଫାୟାର୍ସ ବରର ଭିଣୋଇ ସହ ଚାଲିଥିଲା। ଯୁବତୀ ଜଣକ ତାଙ୍କ ଭଉଣୀ ଓ ତାଙ୍କୁ ଧୋକା ଦେଇଥିବା କଥା ବର ଜାଣିବା ପରେ ସମସ୍ତଙ୍କ ସାମ୍ନାରେ ଯୁବତୀଙ୍କ ଅସଲ ଗୁମର ଖୋଲିବା ପାଇଁ ସେ ପ୍ଲାନ୍‌ କରିଥିଲେ। ପ୍ଲାନ୍‌ ମୁତାବକ ରିସେପସନ୍‌ ପାର୍ଟିରେ ସେ କନ୍ୟାର ଏକ ଭିଡିଓ ଚଲାଇ ଥିଲେ। ଯେଉଁଥିରେ କନ୍ୟାର ଲୁଚାଛପା ପ୍ରେମ ସାମ୍ନାକୁ ଆସିଥିଲା। ଏହା ଦେଖିବା ପରେ ରିସେପସନ୍‌ ହଲ୍‌ରେ ଉପସ୍ଥିତ ଅତିଥି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

Advertisment

ଏସବୁ ଜାଣିବା ପରେ କନ୍ୟା ହାତରେ ଧରିଥିବା ଫୁଲତୋଡ଼ାକୁ ବର ଉପରେ ଫିଙ୍ଗି ଥିଲା। ଏହାପରେ ଚିତ୍କାର କରି କହିଥିଲା, ‘ତୁମେ କ’ଣ ଭାବୁଛ, ମୁଁ କ’ଣ କିଛି ଜାଣି ନାହିଁ ? ଏନ୍‌ୱାଇ ପୋଷ୍ଟ ଅନୁସାରେ, ପ୍ରକୃତରେ ୨୦୧୯ ମସିହାରେ ଅନ୍‌ଲାଇନ୍‌ରେ ଭିଡିଓଟି ଭାଇରାଲ୍‌ ହୋଇଥିଲା। ତେବେ ଟିକ୍‌ଟକ୍‌ରେ ପୁଣିଥରେ ରିଶେୟାର ପରେ ଏହା ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। 

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ