Advertisment

VIDEO: ମେଟ୍ରୋ ଟ୍ରେନ୍‌ର ଲେଡ଼ିଜ୍ କୋଚ୍‌ରେ ବସିଲେ ମଦ୍ୟପ ଯୁବକ; ତା’ପରେ ଘଟିଲା...

ଦିଲ୍ଲୀ ମେଟ୍ରୋରେ ମହିଳା ଯାତ୍ରୀମାନଙ୍କ ପାଇଁ ପ୍ରଥମ କୋଚ୍‌ଟି ରିଜର୍ଭ ରହିଥାଏ । କିନ୍ତୁ ପୁରୁଷମାନେ ନିୟମିତ ଭାବରେ ଏହି କୋଚ୍‌ରେ ବସି ପଡ଼ନ୍ତି । ସେମିତି ଏକ ଘଟଣା ଘଟଛି ଯାହା ସମସ୍ତଙ୍କୁ ଚକିତ କରିଛି ।

ଅଦ୍ୟତନ ହୋଇଛି
delhi metro

delhi metro

Advertisment

ଦିଲ୍ଲୀ ମେଟ୍ରୋରେ ଅଭାବନୀୟ ଘଟଣା । ଆଶ୍ଚର୍ଯ୍ୟ ଚକିତ ହେଲେ ଲୋକ । ଦିଲ୍ଲୀ ମେଟ୍ରୋରେ ମହିଳା ଯାତ୍ରୀମାନଙ୍କ ପାଇଁ ପ୍ରଥମ କୋଚ୍‌ଟି ରିଜର୍ଭ ରହିଥାଏ । କିନ୍ତୁ ପୁରୁଷମାନେ ନିୟମିତ ଭାବରେ ଏହି କୋଚ୍‌ରେ ବସି ପଡ଼ନ୍ତି । ବେଳେବେଳେ ପୁରୁଷମାନଙ୍କୁ କହିବା ପରେ ସେମାନେ ସିଟ୍‌ ଛାଡ଼ିଥାନ୍ତି । ଅନ୍ୟ କ୍ଷେତ୍ରରେ ଏହାକୁ ନେଇ ବେଳେବେଳେ ଝଗଡ଼ା ମଧ୍ୟ ହୁଏ । ବର୍ତ୍ତମାନ କିନ୍ତୁ ଜଣେ ‘ଏକ୍ସ’ ବ୍ୟବହାରକାରୀ ସୋସିଆଲ ମିଡ଼ିଆରେ ସାମାନ ପ୍ରକାର ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହେଉଛି । 

Advertisment

ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦିଲ୍ଲୀ ମେଟ୍ରୋର ଲେଡ଼ିଜ୍‌ କମ୍ପାର୍ଟମେଣ୍ଟରେ ବସିଥିବା ଜଣେ ମଦ୍ୟପ ବ୍ୟକ୍ତିଙ୍କ ସହ କିଛି ମହିଳା ଯୁକ୍ତି କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ ମଧ୍ୟ କରୁଛନ୍ତି କିଛି ମହିଳା  । ଭିଡ଼ିଓଟିକୁ ‘ଏକ୍ସ’ରେ ସେୟାର କରି ବ୍ୟକ୍ତି ଜଣକ ଲେଖିଛନ୍ତି ଯେ, ‘‘ ଦେଖନ୍ତୁ କିପରି ଦିଲ୍ଲୀ ମେଟ୍ରୋର ଲେଡ଼ିଜ୍‌ କମ୍ପାର୍ଟମେଣ୍ଟରେ ଜଣେ ପୁରୁଷ ବସିଛନ୍ତି ।”

ଭିଡ଼ିଓଟିକୁ ଦେଖିବା ପରେ ଲୋକମାନେ ଚକିତ ହେବା ସହ କିଛି ଲୋକ ମଧ୍ୟ ରାଗି ଯାଇଥିଲେ । କିନ୍ତୁ ସବୁଠାରୁ ଚିନ୍ତାର କାରଣ ହେଉଛି ସେହି ବ୍ୟକ୍ତିଙ୍କ ଆଚରଣ ଠିକ୍‌ ନଥିଲା । ସେ ମହିଳା ଯାତ୍ରୀଙ୍କ ପ୍ରତି ଠିକ୍‌ ଭାବରେ ଆଚରଣ କରୁନଥିବାରୁ ତାଙ୍କୁ ବାରମ୍ବାର ‘ଭଦ୍ର ଭାବରେ ବ୍ୟବହାର କର’ ବୋଲି କହୁଥିଲେ ମହିଳାମାନେ । ଯାହା ମଧ୍ୟ ଭିଡ଼ିଓରେ ସ୍ପଷ୍ଟ ଶୁଣିବାକୁ ମିଳୁଛି । 

Advertisment

ଭିଡ଼ିଓରେ କମେଣ୍ଟ ଦେଇ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ‘ସେ ମଦ୍ୟପାନ କରିଛନ୍ତି ଏବଂ ମୁଁ ଜାଣେ ନାହିଁ ଯେ ମେଟ୍ରୋରେ ମଦ୍ୟପାନ କରୁଥିବା କିମ୍ବା ଏହିପରି ଦେଖାଯାଉଥିବା ଲୋକଙ୍କୁ ଯାତ୍ରା କରିବା ପାଇଁ କିପରି ଅନୁମତି ମିଳୁଛି  ? ”। 

Advertisment
Delhi Metro
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ