Advertisment

Viral Video: ଡବଲ୍ MA ସହିତ PhD କରି ଫୁଟ୍‌ପାଥ୍‌ରେ ବିକୁଛନ୍ତି ଚା’; ଗରିବଙ୍କ ସାଜିଛନ୍ତି ସାହା ଭରସା

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି ଜଣେ ମହିଳା। ସେ ଡବଲ୍ MA ସହିତ PhD କରିଛନ୍ତି। ପୁଟ୍‌ପାଥ୍‌ରେ ବିକୁଛନ୍ତି ଚା’। ସେ ଅନେକ ଅସହାୟ ଲୋକଙ୍କୁ ମଧ୍ୟ ନିଜ ପାଖରେ ରଖିଛନ୍ତି। ଦେଖନ୍ତୁ ଏହି ଭିଡିଓ ସେ କ’ଣ କହୁଛନ୍ତି।

ଅଦ୍ୟତନ ହୋଇଛି
double ma and phd qualified woman selling tea on road

double ma and phd qualified woman selling tea on road

Advertisment

ଭାଗ୍ୟ ଏବଂ ପରିସ୍ଥିତି ଜଣେ ବ୍ୟକ୍ତିଙ୍କୁ କିଛି ବି କରିପାରେ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଭାଗ୍ୟକୁ କିପରି ନିଜର ଦାସ କରିବେ ତାହା ଜାଣନ୍ତି ଏବଂ କୌଣସି ପରିସ୍ଥିତିରେ ବି ସାହସ ହରାନ୍ତି ନାହିଁ। ଆଜି ଆମେ ଏମିତି ଜଣେ ମହିଳାଙ୍କ ସହ ଆପଣଙ୍କୁ ପରିଚିତ କରେଇବାକୁ ଯାଉଛୁ, ସେ ମଧ୍ୟ ଏହିପରି ସାହସର ଜଣେ ଉଦାହରଣ। ତାଙ୍କର ଉତ୍ସାହ ଏବଂ ଉଦ୍ଦିପନା ଯୋଗୁଁ ଏହି ମହିଳା ସୋସିଆଲ ମିଡିଆରେ ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛନ୍ତି।

Advertisment

ଭିଡିଓରୁ ଦେଖିବାକୁ ମିଳେ ଯେ ସେ ନିଜେ ଚା’ ତିଆରି କରି ବିକ୍ରି କରନ୍ତି କିନ୍ତୁ ଅନ୍ୟମାନଙ୍କୁ ସେମାନଙ୍କ ପାଦରେ ଠିଆ ହେବାରେ ସାହାଯ୍ୟ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରନ୍ତୁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ମହିଳା ଜଣଙ୍କ ଅଶିକ୍ଷିତା ନୁହନ୍ତି। ସେ ଡବଲ୍ MA ସହିତ PhD ମଧ୍ୟ କରଛନ୍ତି। ସେ ତେବେ ଏହି ମହିଳା ଜଣଙ୍କ କିଏ, କେଉଁଠିକାର, ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ସେ କାହିଁକି ଚା’ ବିକ୍ରି କରନ୍ତି ସେ ବିଷୟରେ ଜାଣିବା।

Jalandharwaleofficial ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ମହିଳା ଚା’ ବିକ୍ରି କରୁଥିବା ଭିଡିଓ ଶେୟାର ହୋଇଛି। ଏହି ମହିଳା ଏକ ଫୁଟ୍‌ପାଥ୍‌ରେ ବସିଛନ୍ତି ଏବଂ ତାଙ୍କ ସାମ୍ନାରେ ଚା’ ପ୍ରସ୍ତୁତ ହେଉଥିବା ଦେଖାଯାଉଛି। ଯେତେବେଳେ ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର ତାଙ୍କୁ ଚା’ ଦୋକାନ କରିବାର କାରଣ ପଚାରନ୍ତି, ମହିଳା ଜଣକ କୁହନ୍ତି ଯେ ବର୍ତ୍ତମାନ ତାଙ୍କୁ ମିଳିବ ନାହିଁ, କାରଣ ତାଙ୍କୁ ୫୫ ବର୍ଷ ହୋଇଗଲାଣି। ତେଣୁ ସେ ଏହି କାମ କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବି-ଟେକ୍ କରି ବି ଚାକିରି ନାହିଁ; ଅନେକ ଦିନ ହେଲା ଭୋକରେ ଅଛନ୍ତି ଯୁବକ

ସେ କୁହନ୍ତି ଯେ ଡବଲ୍ MA ସହିତ PhD ସେ ଚାକିରି NGOରେ କରିଥିଲେ। ଏବେ ଫୁଟ୍‌ପାଥ୍‌ରେ ଚା’ ବିକୁଛନ୍ତି। ପୂର୍ବରୁ ଏହି ଫୁଟ୍‌ପାଥ୍‌ରେ କମ୍ବଳ ଘୋଡିହୋଇ ଶୋଉଥିଲେ। ଏହି ଭିଡିଓରେ ଆପଣ ଶୁଣିପାରିବେ ଯେ ସେ ଲେଡି ହାର୍ଡିଙ୍ଗ ହସ୍ପିଟାଲର ଏକ ଫାଟକ ସମ୍ମୁଖରେ ତାଙ୍କ ଚା’ ଷ୍ଟଲ୍ ଦେଇଛନ୍ତି।

Advertisment

ଏକ ଚା’ ଷ୍ଟଲ୍ ଚଳାଇବା ସତ୍ତ୍ୱେ ଏହି ମହିଳା ଜଣଙ୍କ ପରୋପକାର କରିବା ନେଇ ମଧୁଅ ପଛରେ ପଡିଯାଇ ନାହାଁନ୍ତି। ଯିଏ ବି ତାଙ୍କ ଦୋକାନକୁ ଆସନ୍ତି, ସେମାନେ ମାଗଣା ପାଣି ପିଇ ନିଜ ହାତ ଓ ମୁହଁ ଧୋଇ ପାରିବେ ବୋଲି ସେ କୁହନ୍ତି। ଏହି ମହିଳା ଡାକ୍ତରଖାନାକୁ ଆସୁଥିବା ଅସହାୟ ଲୋକଙ୍କୁ ମାଗଣା ସେବା ଯୋଗାନ୍ତି। ସେ ଅନେକ ଅସହାୟ ଲୋକଙ୍କୁ ମଧ୍ୟ ନିଜ ପାଖରେ ରଖିଥିବା କୁହନ୍ତି।

ସେ ଏହା ମଧ୍ୟ କୁହନ୍ତି ଯେ ତାଙ୍କ ସହ କାମ କରିବାକୁ ଇଚ୍ଛୁକ ଥିବା ଝିଅମାଙ୍କୁ ସେ ଦୈନିକ ୩୦୦ ଟଙ୍କା ଦେବେ। ତାଙ୍କର ଅସୁବିଧା ବିଷୟରେ ପଚରାଯିବାରୁ ସେ ପୂରା ଆତ୍ମବିଶ୍ୱାସ ସହିତ କୁହନ୍ତି ଯେ “ମୁଁ ଜଣେ କୋଟିପତି, ମୁଁ ଶକ୍ତିଶାଳୀ।” ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମହିଳାଙ୍କ ଏହି ଉତ୍ସାହକୁ ସଲାମ କରୁଛନ୍ତି।

Human Interest Inspirational Story Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ