ହେଲମେଟ୍‌ କେତେ ଜରୁରୀ ? ମଣିଷ ମାନୁନାହାନ୍ତି କିନ୍ତୁ କୁକୁର ମାନୁଛି

ବାଇକ୍‌ ଚଳାଇବା ବେଳେ ମୁଣ୍ତରେ ହେଲମେଟ୍‌ ପିନ୍ଧିବା ନିହାତି ଆବଶ୍ୟକ । ତେବେ ଏହି ନିୟମକୁ ମଣିଷ ଅଣଦେଖା କରୁଥିବା ବେଳେ ପଶୁଟିଏ କିନ୍ତୁ ଅକ୍ଷର ଅକ୍ଷରେ ପାଳନ କରୁଛି । ଜାଣନ୍ତୁ..

କୁକୁର ପିନ୍ଧିଛି ହେଲମେଟ୍‌

ବାଇକ୍‌ ପଛରେ ହେଲମେଟ୍‌ ପିନ୍ଧି ବସିଲା କୁକୁର । କଥାଟି ଅଡୁଆ ଲାଗୁଥିଲେ ବି ସତ । ହେଲମେଟ୍‌ ପିନ୍ଧିବା ନେଇ ଲୋକେ ସଚେତନ ନଥିବା ବେଳେ କୁକୁରଟିଏ କେତେ ସଚେତନ, ତାହା ଭିଡିଓ ଦେଖିଲେ ଆପଣ ଜାଣିପାରିବେ । କୁକୁର ହେଲମେଟ୍‌ ପିନ୍ଧି ଗାଡ଼ିରେ ବସିଥିବା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । 

ବାଇକ୍‌ ଚଳାଇବା ବେଳେ ମୁଣ୍ତରେ ହେଲମେଟ୍‌ ପିନ୍ଧିବା ନିହାତି ଆବଶ୍ୟକ । ନିୟମକୁ ଅନେକ ଲୋକ ମାନୁଥିବା ବେଳେ ଅନେକ ଏହାକୁ ବେଖାତିର ମଧ୍ୟ କରୁଛନ୍ତି । କିଛି ଲୋକ ଚାଲାଣ କଟିବା ଡରରେ ମଧ୍ୟ ହେଲମେଟ୍‌ ପିନ୍ଧୁଛନ୍ତି । ଲୋକଙ୍କୁ ଦୁର୍ଘଟଣା ନେଇ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକେ ଏହାକୁ ଅଣଦେଖା କରୁଛନ୍ତି । କିନ୍ତୁ ଗୋଟେ କୁକୁର ଏହି ନିୟମକୁ ଅକ୍ଷର ଅକ୍ଷରେ ପାଳନ କରୁଛି । ଏହି ଭିଡିଓ ନିଶ୍ଚିତ ଭାବରେ ଲୋକଙ୍କୁ ପ୍ରେରଣା ଯୋଗାଇବ।

 

ଏହି ଭିଡିଓକୁ ମହମ୍ମଦ ନଇମ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଯେଉଁଥିରେ କ୍ୟାପ୍ସନ୍‌ରେ ଲେଖାଯାଇଛି ଯେ, ନିୟମ ମାନେ ନିୟମ । ଭିଡିଓରେ ମାଲିକ ଗାଡ଼ି ଚଳାଉଥିବା ବେଳେ ପୋଷା କୁକୁରଟି ହେଲମେଟ୍‌ ପିନ୍ଧି ବାଇକ୍‌ ପଛରେ ବସିଛି । କୁକୁରଟି ଆଗ ଗୋଡ଼ ଦୁଇଟିକୁ ମାଲିକର କାନ୍ଧ ଉପରେ ରଖିଥିବା ବେଳେ ପଛ ଦୁଇ ଗୋଡ଼ରେ ସିଟ୍‌ ଉପରେ ଶାନ୍ତିରେ ବସିଛି । କୁକୁରର ବସିବା ଷ୍ଟାଇଲ୍‌ ଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ ଗାଡ଼ି ପଛରେ ଗୋଟେ କୁକୁର ବସିଛି ।