ରାସ୍ତା ଉପରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା; ମଜାନେଲେ ଲୋକେ 

କଳି ପାଇଁ ରାଜରାସ୍ତାରେ ଲାଗିଲା ଗହଳି

କଳି ପାଇଁ ରାଜରାସ୍ତାରେ ଲାଗିଲା ଗହଳି

କଳି ପାଇଁ ରାଜରାସ୍ତାରେ ଲାଗିଲା ଗହଳି । ସ୍ୱାମୀ-ସ୍ତ୍ରୀଙ୍କ ବଚସା ଯୋଗୁଁ ରାସ୍ତା ହେଲା ଜାମ୍‌ । ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ସହ ଛିଡ଼ା ହେଲେ ଲୋକେ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦମ୍ପତିଙ୍କ କଳିକୁ ନେଇ ଅନେକ ଲୋକ ଅନେକ କଥା ଭିଡିଓରେ ମତାମତ ଦେଇଥିବା ଦେଖିବାକୁ ମିଳୁଛି । 

ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ବ୍ୟକ୍ତି ଓ ଜଣେ ମହିଳା ଖୁବ୍‌ ଜୋର୍‌ରେ କଳି କରୁଥିବା ଦେଖିବାକୁ ମିଳୁଛି । ଉଭୟ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡ଼ିଥିବା ବେଳେ ସ୍ତ୍ରୀ ଜଣକ ତାଙ୍କ ସ୍ୱାମୀଙ୍କୁ ଗାଙ୍ଗୁଲାରେ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି । 
ଖାଲି ଏତିକିରେ ସରୁନାହିଁ ଦମ୍ପତିଙ୍କ କଳି । ସ୍ୱାମୀ ମଧ୍ୟ ସ୍ତ୍ରୀଙ୍କୁ ନିର୍ଧୂମ୍‌ ମାଡ଼ ମାରୁଥିବା ଦେଖାଯାଉଛି ।

ସ୍ତ୍ରୀଙ୍କ ହାତରୁ ଗାଙ୍ଗୁଲାଟିକୁ ଛଡ଼ାଇ ତାଙ୍କୁ ବାଡେଇବାକୁ ଲାଗୁଛନ୍ତି ସ୍ୱାମୀ । ବିଚ୍‌ ବଜାର ଉପରେ ସ୍ୱାମୀ-ସ୍ତ୍ରୀଙ୍କ ଏପରି ହାଇଡ୍ରାମା ଦେଖି ଲୋକ ମାନେ ଗହଳି କରୁଥିବା ଦେଖିବାକୁ ମିଳୁଛି । 

ସେପଟେ ସେହି ରାସ୍ତା ଦେଇ ଯାଇଥିବା ଗାଡ଼ି ମଟର ଗୁଡ଼ିକ ମଧ୍ୟ ଅଟକି ରହୁଛି । ପତୀ-ପତ୍ନୀଙ୍କ କଳହ ଘରର ୪ କାନ୍ଥରୁ ବାହାରି ରାଜରାସ୍ତାରେ ଗଡ଼ୁଛି । ଘଟଣାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମଧ୍ୟମରେ ଭାଇରାଲ ହେବାର ଲାଗିଛି । ଯାହାକୁ ନେଇ ଲୋକମାନେ ପ୍ରତିକ୍ରିୟା ରଖୁଛନ୍ତି । 

ଗତକାଲି ଭିଡିଓଟିକୁ ଜଣେ ବ୍ୟକ୍ତି ତାଙ୍କ ଟ୍ୱିଟରରେ ରାତି ୯ଟା ୧୬ ମିନିଟରେ ପୋଷ୍ଟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୫ ହଜାରରୁ ଅଧିକ ଦର୍ଶକ ଦେଖିସାରିଛନ୍ତି । ଖାଲି ସେତିକି ନୁହେଁ, ୭୫୦ରୁ ଅଧିକ ଲାଇକ୍‌ ଓ ଅନେକ କମେଣ୍ଟ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ।