Surprise professor with a Baby Shower
ଆଜିକାଲି ଫଟୋ ସୁଟ୍ ଏକ ଫ୍ୟାସନ ହୋଇଗଲାଣି। ବିବାହ ପୂର୍ବରୁ ପ୍ରିୱେଡିଂ ସୁଟ୍ ଓ ପିତାମାତା ହେବା ଆଗରୁ ବେବି ସାୱାର ସାଧାରଣ କଥା ହୋଇଗଲାଣି। ଏହାକୁ ଅନେକ ଲୋକ ଧୁମଧାମରେ ପାଳନ କରୁଛନ୍ତି। ମାତ୍ର ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଆପଣ ଦେଖିଲେ ମଧ୍ୟ ପ୍ରଶଂସା କରିବେ।
କେରଳ ଥାଲାସେରିର କେ-ଅପରେଟିଭ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ସାଇନ୍ସ ଛାତ୍ରଛାତ୍ରୀମାନେ ପ୍ରଫେସରଙ୍କୁ ଏକ ସରପ୍ରାଇଜ ଦେଇଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଫେସର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାସ୍ତବରେ ମହିଳା ଫ୍ରଫେସର ଗର୍ଭବତୀ ଅଛିନ୍ତି। ଛାତ୍ରଛାତ୍ରୀମାନେ ତାଙ୍କ ପାଇଁ ବେବି ସାୱାରର ସରପ୍ରାଇଜ ଦେଇଛନ୍ତି। ଭିଡିଓରେ ସେମାନେ ପ୍ରଫେସରଙ୍କ ସହ ନଜର ଆସିଛନ୍ତି।
କବାଟ ଖୋଲି ପ୍ରଫେସର ଭିତରକୁ ଗଲା ପରେ ରୁମଟି ବେଲୁନରେ ସଜା ହୋଇଥିଲା। ଆକର୍ଷଣୀୟ ସାଜସଜ୍ଜା ସହ କେକ୍ ରଖିଥିଲେ ଛାତ୍ରଛାତ୍ରୀ। ଯାହାକୁ ପ୍ରଫେସର ବିଶ୍ୱାସ କରିପାରି ନଥିଲେ। ତାଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀମାନେ ତାଙ୍କ ପାଇଁ ଏକ ସାସ୍ ଆଣିଥିଲେ ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭାଇରାଲ୍ ଭିଡିଓରେ, ପ୍ରଫେସର ହସୁଥିବା ନଜର ଆସିଛନ୍ତି।
ଏହି ପୋଷ୍ଟଟି ଫେବୃଆରୀ ୬ରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା। ପୋଷ୍ଟ ହେବା ପରଠାରୁ ଏହା ୪.୨ ମିଲିୟନରୁ ଅଧିକ ଭ୍ୟୁ ଏବଂ ଅନେକ ଲାଇକ୍ ହାସଲ କରିଛି। କିଛି ୟୁଜର୍ସ ଏହା ଉପରେ କମେଣ୍ଟ ବି କରିଛନ୍ତି। ଜଣେ ଲେଖିଛନ୍ତି, ପିଲାଙ୍କ କାମ ମାଡାମ୍ଙ୍କ ମୁହଁରେ ପୂରା ନିର୍ଭେଜାଲ୍ ଖୁସି ଆଣିଦେଲା । ଅନ୍ୟଜଣେ ୟୁଜର ଲେଖିଛନ୍ତି, ମାଡାମ୍ ଏହିପରି ଛାତ୍ର ପାଇ ଭାଗ୍ୟବାନ। ମୋର ଆଖିରେ ଲୁହ ଆସିଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708067412.jpg)