Advertisment

ପାକିସ୍ତାନରେ ଶୁଭିଲା ଜୟ ଶ୍ରୀରାମ; ସାହସ ଦେଖାଇ ମୁହଁ ଖୋଲିଲେ ପାକିସ୍ତାନୀ କୃଷ୍ଣ

ଲଙ୍କାରେ ହରିଶବ୍ଦ ଶୁଭିଲା ଭଳି ପାକସ୍ତାନରେ ରାମ ନାମ ଗାଇଲା କିଏ? ମୁସଲିମ୍ ବହୁଳ ତଥା ଭାରତର ଚିରଶତ୍ରୁ ପାକିସ୍ତାନ ମାଟିରେ ଜନ୍ମିଥିବା ଜଣେ ଯୁବକଙ୍କ ନାଁ ହେଉଛି କ୍ରିଷ୍ଣା, ଆପଣ ତାଙ୍କୁ କୃଷ୍ଣ କହିପାରନ୍ତି। ଯେଉଁ ଦେଶରେ ହିନ୍ଦୁମାନେ ବଡ କଷ୍ଟରେ ରହିଛନ୍ତି, ସେଠାରୁ କ୍ରିଷ୍ଣାଙ୍କ ଏ ଭିଡିଓ ଭାଇରାଲ ହେବା କିଛି ଛୋଟ କଥା ନୁହେଁ।

Viral Video

Viral Video

Advertisment

ଧୀରେ ଧୀରେ ହିନ୍ଦୁଙ୍କ ମୂଳପୋଛ କରୁଥିବା ପାକିସ୍ତାନୀ ମାଟିରେ ଶୁଭିଲାଣି ଜୟ ଶ୍ରୀରାମ ନାରା। ସାହସ ଦେଖାଇ ନିଜ ପରିବାର ସହ ଜୟ ଶ୍ରୀରାମ ନାରା ଲଗାଇଛନ୍ତି ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର କୃଷ୍ଣ କୁମାର। କୃଷ୍ଣଙ୍କ ପ୍ରଥମ ବ୍ଲଗ୍ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି। କୃଷ୍ଣ ଜୟ ଶ୍ରୀରାମ କହି ନିଜ ବ୍ଲଗ୍ ଆରମ୍ଭ କରିଛନ୍ତି। ଯାହା ଭାରତୀୟଙ୍କ ହୃଦୟ ଜିତି ନେଇଛି।

Advertisment

କୃଷ୍ଣ କୁମାର ପେଶାରେ ଜଣେ ଦିନ ମଜୁରିଆ। ସେ ଲୋକଙ୍କ ବିଲରେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। କୃଷ୍ଣ ତାଙ୍କ ଭିଡିଓରେ କହୁଛନ୍ତି, ସେ କଷ୍ଟ କରନ୍ତି, ମଜୁରୀ ଲାଗନ୍ତି। ମଜୁରୀ ବ୍ୟତୀତ ତାଙ୍କ ଆୟର ଅନ୍ୟ କୌଣସି ବିକଳ୍ପ ନାହିଁ। ଭାରତୀୟମାନେ ଆମର ଭାଇ ବୋଲି କହିବା ସହ ପରଦେଶରେ ରହି ବହୁ କଷ୍ଟରେ ଜୀବନ କାଟୁଥିବା କୃଷ୍ଣ କହିଛନ୍ତି। ଏହା ବ୍ୟତୀତ ସେ ନିଜର ଛାଟିମାଟିର କୁଡିଆ ଘର ଓ ପରିବାରକୁ ଭିଡିଓରେ ଦାଖାଇଛନ୍ତି।

କେବଳ ସେତିକି ନୁହଁ, କୃଷ୍ଣ ନିଜ ବ୍ଲଗରେ ପାକିସ୍ତାନର ମହଙ୍ଗା ମାଡ଼ କଥା ବି କହିଛନ୍ତି। ସେ କହିଛନ୍ତି, ପାକିସ୍ତାନରେ ଅଟା କିଲୋ ୨୦୦ ଟଙ୍କାରେ ମିଳୁଛି। ଏଠାରେ ମହଙ୍ଗା ଏତେ ଅଧିକ ଯେ କିଛି କରି ହେବନି। ଭାରତୀୟଙ୍କ ହୃଦୟ ବଡ, ସେମାନେ ଆମକୁ ସାହାଯ୍ୟ କରନ୍ତୁ ବୋଲି ସେ ବ୍ଲଗରେ ଅପିଲ୍ କରିଛନ୍ତି। ଏହା ସହ ତାଙ୍କ ଚ୍ୟାନେଲକୁ ସବକ୍ରାଇବ୍ କରିବାକୁ ମଧ୍ୟ କହିଛନ୍ତି।

Advertisment

Pakistan Viral Video Jay Shree Ram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ