Advertisment

ବିବାହ ମଣ୍ଡପରେ ବରକୁ ଦେଖି କନ୍ୟା ବେହୋସ, ଭାଙ୍ଗିଲା ବାହାଘର...

ଜଣେ କନ୍ୟାଙ୍କ ସହ ଏମିତି କିଛି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିବାହ ମଣ୍ଡପରେ ବରକୁ ଦେଖି କନ୍ୟା ବେହୋସ ହୋଇଯାଇଛି। ଏପରିକି ଯୁବତୀ ଜଣକ ନିଜ ବାହାଘର ମଧ୍ୟ ଭାଙ୍ଗି ଦେଇଛନ୍ତି।

ଅଦ୍ୟତନ ହୋଇଛି
Bride Faints On Wedding Stage After Seeing Groom

Bride faints on wedding stage after seeing groom

Advertisment

ସମସ୍ତେ ଚାହାନ୍ତି ସେମାନଙ୍କୁ ସେମାନଙ୍କର ମନ ପସନ୍ଦର ଜୀବନସାଥୀ ମିଳୁ। କିଛି ଜଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜକୁ ଖାପ ଖୁଆଇ ବିବାହ ପାଇଁ ପ୍ରସ୍ତୁତ ଥିବାବେଳେ, ଆଉ କିଛି ଜଣ ମନ ପସନ୍ଦର ଜୀବନ ସାଥୀଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଥାନ୍ତି। ହେଲେ ଜଣେ କନ୍ୟାଙ୍କ ସହ ଏମିତି କିଛି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିବାହ ମଣ୍ଡପରେ ବରକୁ ଦେଖି କନ୍ୟା ବେହୋସ ହୋଇଯାଇଛି। ଏପରିକି ଯୁବତୀ ଜଣକ ନିଜ ବାହାଘର ମଧ୍ୟ ଭାଙ୍ଗି ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବିବାହ ଦିନ କଫିନ୍‌ରେ ଆସିଲା ବର ! କନିଆ ଛାତିରେ ଛନକା, ଭିଡିଓ ଭାଇରାଲ୍‌

ହିନ୍ଦୁସ୍ତାନ ଲାଇଭ୍‌ ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶ ଫିରୋଜାବାଦରେ ଜଣେ ଯୁବତୀ ନିଜ ବାହାଘର ନିଜେ ହିଁ ଭାଙ୍ଗି ଦେଇଛନ୍ତି। ବର ଦିବ୍ୟାଙ୍ଗ ହୋଇଥିବାରୁ ବିବାହ ମଣ୍ଡପରେ ଠିକ୍‌ ଭାବେ ବସି ପାରିନଥିଲେ। ଏହା ଦେଖି କନ୍ୟା ବେହୋସ ହୋଇଯାଇଥିଲେ। ବର ଦିବ୍ୟାଙ୍ଗ ଥିବା କଥା କନ୍ୟା ଘର ଲୋକଙ୍କୁ ବର ପକ୍ଷକୁ ଜଣାଇ ନଥିଲେ। ‘ଜୟମାଳା’ ରୀତିନୀତି ବେଳେ ଏହି ଆଶ୍ଚର୍ଯ୍ୟକର ଖୁଲାସା ହୋଇଥିଲା। ଶେଷରେ ଏହା ଜଣାପଡ଼ିବା ପରେ ବାହାଘର ଭାଙ୍ଗିବା ପାଇଁ କନ୍ୟା ନିଷ୍ପତ୍ତି ନେଇଥିଲେ। 

Advertisment

ବିବାହ ମଣ୍ଡପରେ ବରର ଏଭଳି ସ୍ଥିତି ଦେଖି କନ୍ୟା ବେହୋସ ହୋଇଯାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହୋସ୍‌ ଫେରିବା ପରେ ସେ ସମ୍ପୃକ୍ତ ଯୁବକଙ୍କୁ ବାହା ହେବା ପାଇଁ ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ଜଣେ ଦିବ୍ୟାଙ୍ଗ ଯୁବକଙ୍କ ସହ ସାରା ଜୀବନ ସେ ଅତିବାହିତ କରିପାରିବେନି ବୋଲି ଯୁବତୀ ଜଣକ କହିଥିଲେ। ଏନେଇ ଉଭୟ ପରିବାର ଯୁବତୀଙ୍କୁ ବିବାହ ପାଇଁ ରାଜି କରାଇବାକୁ ଚେଷ୍ଟା କରିଥିଲେ। ହେଲେ ଯୁବତୀ ଜଣକ ତାଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ବାହାଘର ଭାଙ୍ଗି ଯାଇଥିଲା।

ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ବିବାହ ଦିନ ପର୍ଯ୍ୟନ୍ତ ତାଙ୍କୁ ଜଣାନଥିଲା ଯେ ଯୁବକ ଜଣକ ଦିବ୍ୟାଙ୍ଗ। ବିବାହ ପ୍ରସ୍ତାବ ଆଣିଥିବା ବ୍ୟକ୍ତି ଓ ବର ପକ୍ଷ, ଯୁବତୀଙ୍କ ପରିବାର ଲୋକଙ୍କୁ ଏହି କଥାକୁ ଲୁଚାଇ ରଖିଥିଲେ। ଯଦି ଏସମ୍ପର୍କରେ ସେମାନେ ପୂର୍ବରୁ ଅବଗତ ଥାନ୍ତେ ତା’ହେଲେ କେବେବି ଏହି ବାହାଘର ହେବାକୁ ଦେଇ ନଥାନ୍ତେ ବୋଲି ଯୁବତୀଙ୍କ ପରିବାର ଲୋକ କହିଛନ୍ତି। ତେଣୁ ବର ପକ୍ଷ ତାଙ୍କୁ ଧୋକା ଦେଇଥିବା କନ୍ୟା ପକ୍ଷ ଅଭିଯୋଗ କରିଛନ୍ତି। 

Advertisment
Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ