Advertisment

ଅନଲାଇନ୍‌ରେ ଆସିଲା ବ୍ରେଡ୍‌, ସେଥିରୁ ବାହାରିଲା...

କମ୍ପାନୀକୁ ଟ୍ୱିଟ୍‌ କରି ଜବାବ ମାଗିଲେ ଯୁବକ

ଅଦ୍ୟତନ ହୋଇଛି
Bread Packet Ordered From App

Bread Packet Ordered From App

Advertisment

ଅନଲାଇନ୍ ମାଧ୍ୟମରେ ଆପଣ ଖାଦ୍ୟ ଆର୍ଡର କରୁଛନ୍ତି କି ? ଆପଣ ଅର୍ଡର କରୁଥିବା ଖାଦ୍ୟ କେତେ ସୁରକ୍ଷିତ ? ଆପଣ ନିଶ୍ଚୟ କିଛି ନା କିଛି ଖାଦ୍ୟ ଅନଲାଇନ୍‌ ମଧ୍ୟମରେ ଅର୍ଡର କରୁଥିବେ । ବେଳେବେଳେ କିଛି ଖାଦ୍ୟ ନିମ୍ନ ମାନର ହୋଇଥିବ ନେଇ ରେଟିଂ ମଧ୍ୟ ଦେଇଥିବେ । ହେଲେ ଆପଣ କେବେ ଭାବିଛନ୍ତି ? ଆପଣ ମଗାଇଥିବା ଖାଦ୍ୟରେ ଯଦି ଜୀଅନ୍ତା ଚୁଚୁନ୍ଦ୍ରା ଆସେ ତେବେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ ।

Advertisment

ଆଜ୍ଞା ହାଁ ନିକଟରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି । ଜଣେ ଗ୍ରାହକ ଅନଲାଇନ୍‌ ମଧ୍ୟମରେ ବ୍ରେଡ୍‌ ମଗାଇଥିବା ବେଳେ ତାଙ୍କ ନିକଟକୁ ବ୍ରେଡ୍‌ ସହ ଏକ ଚୁଚୁନ୍ଦ୍ରା ଆସିଥିବା ଦେଖିବାକୁ ମିଳିଛି । ଚୁଚୁନ୍ଦ୍ରାଟି ବ୍ରେଡ୍‌ ଜରି ଭିତରେ ଫଶି ରହିଛି । ଯାହାକୁ ନେଇ ବ୍ୟକ୍ତି ଜଣକ ଟ୍ୱିଟ୍‌ କରି କମ୍ପାନୀକୁ ଜବାବ ମାଗିଛନ୍ତି ।

ସୂଚନା ମୁତାବକ ଦରାସଲର ନିତିନ ଆରୋରା ନାମକ ଜଣେ ବ୍ୟକ୍ତି ଫେବୃୟାରୀ ୧ ତାରିଖରେ ଅନଲାଇନ୍‌ ମାଧ୍ୟମରେ ବ୍ରେଡ୍‌ ଅର୍ଡର କରିଥିଲେ । ଅର୍ଡର କରାଯାଇଥିବା ବ୍ରେଡ୍‌ ପ୍ୟାକେଟ ଭିତରେ ଏକ ଜୀଅନ୍ତା ଚୁଚୁନ୍ଦ୍ରା ଥିବା ଦେଖିବାକୁ ମିଳିଥିଲା ।

Advertisment

ଯାହାକୁ ନେଇ ନିତିନ ରାଗିଯିବା ସହ ବ୍ରେଡ୍‌ ପ୍ୟାକେଟ୍‌ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ନିତିନ ଘଟଣାର ଭିଡିଓ ଓ ଫଟୋ ପୋଷ୍ଟ କରିବା ସହ ନିଜର କ୍ଷୋଭକୁ ଭିଡିଓଟିର କ୍ୟାପସନରେ ଲେଖିଥିଲେ ।

ମାତ୍ର ୧୦ ମିନିଟର ଅର୍ଡରରେ ଏମିତି ଜିନିଷ ଆସିଛି । ଏମିତି ଜିନିଷ ନେବା ପାଇଁ କିଛି ଘଣ୍ଟା ଅପେକ୍ଷା କରିବାକୁ ପସନ୍ଦ କରିବି ବୋଲି କ୍ଷୋଭରେ କହିବା ସହ କମ୍ପାନୀକୁ ଟ୍ୟାଗ୍‌ ମଧ୍ୟ ନିତିନ କରିଥିଲେ ।

Advertisment

ନିତିନଙ୍କ ଏହି ଟ୍ୱିଟ୍‌ ଭାଇରାଲ ହେବା ପରେ କମ୍ପାନୀ ପକ୍ଷରୁ ମଧ୍ୟ ଉତ୍ତର ଦିଆଯାଇଥିଲା । କମ୍ପାନୀ ପକ୍ଷରୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଥିବା ବେଳେ ନିତିନଙ୍କୁ ତାଙ୍କ ଫୋନ୍‌ ନମ୍ବର ଏବଂ ଅର୍ଡର ବିବରଣୀ ମଗାଯାଇଥିଲା ।

Bread Factory Viral Video Trending
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ