Advertisment

Bihar Minister:ସହାନୁଭୂତି ଦେଖାଇବାକୁ ଯାଇ ହଟହଟା, ମନ୍ତ୍ରୀଙ୍କୁ ଗୋଡ଼ାଇଲେ ଗାଁ ଲୋକ...ଭିଡିଓ ଭାଇରାଲ

ଗାଁ ଲୋକମାନେ ପୀଡ଼ିତଙ୍କ ପରିବାର ଲୋକଙ୍କ ପାଇଁ କ୍ଷତିପୂରଣ ଦାବି କରି ମନ୍ତ୍ରୀ ଆଗରେ ନାରାବାଜୀ କରିଥିଲେ। ତେବେ ମନ୍ତ୍ରୀ ସେମାନଙ୍କ ଦାବି ପରବର୍ତ୍ତୀ ସମୟରେ ବିଚାର କରାଯିବ କହିଥିଲେ। ବାସ୍‌ ଏହା ଶୁଣି ଗାଁ ଲୋକ ଚିହିଁକି ଉଠିଥିଲେ। ଶତାଧିକ ଗାଁ ଲୋକ ହାତରେ ଠେଙ୍ଗା ଓ ପଥର ଧରି ମନ୍ତ୍ରୀଙ୍କୁ ମାଡ଼ ମାରିବାକୁ ଦୌଡ଼ି ଆସିଥିଲେ।

bihar minister

bihar minister

Advertisment

ସହାନୁଭୂତି ଦେଖାଇବାକୁ ଯାଇ ହଟହଟା ହୋଇଛନ୍ତି ଗ୍ରାମୀଣ ବିକାଶ ମନ୍ତ୍ରୀ କ୍ରିଷ୍ଣ ମୁରାରୀ ଶାରଣ। ମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଲେ ଗାଁ ଲୋକ। ଜୀବନ ବିକଳରେ ଦୌଡ଼ିଲେ ମନ୍ତ୍ରୀ। ଦୀର୍ଘ ୧ କିମି ବାଟ ମନ୍ତ୍ରୀଙ୍କୁ ବାଡ଼େଇବାକୁ ପିଛା କଲେ ଗାଁ ଲୋକ। ଆକ୍ରମଣରୁ ମନ୍ତ୍ରୀ ବର୍ତ୍ତି ଯାଇଥିଲେ ହେଁ ତାଙ୍କ କାରକେଡରେ ଥିବା ଗାଡ଼ି ଓ କିଛି ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

Advertisment

ବିହାରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଜେଡିୟୁର ବରିଷ୍ଠ ନେତା ତଥା ବିଧାୟକ କ୍ରିଷ୍ଣ ମୁରାରୀ ଶାରଣ ନାଳନ୍ଦାର ଗୋଟିଏ ଗାଁକୁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଛି। ଶନିବାର ଗାଁର ୯ ଜଣ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏମାନେ ସମସ୍ତେ ଶନିବାର ଅଟୋରେ ଗଙ୍ଗା ସ୍ନାନ ପାଇଁ ଯାଉଥିବା ବେଳେ ସାମ୍ନା ପଟୁ ଗୋଟିଏ ଟ୍ରକ ସହ ଏମାନଙ୍କର ଧକ୍କା ହୋଇଥିଲା। ଏଥିରେ ୮ ଜଣ ମହିଳାଙ୍କ ସମେତ ୯ ଜଣ ପ୍ରାଣ ହରାଇଥିଲେ। ଦୁର୍ଘଟଣାରେ ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ଭେଟି ସହାନୁଭୂତି ଜଣାଇବାକୁ ମନ୍ତ୍ରୀ କ୍ରିଷ୍ଣ ମୁରାରୀ ଦଳୀୟ ସମର୍ଥକଙ୍କ ସହ ମାଲୱାନ ଗାଁରେ ପହଞ୍ଚିଥିଲେ।

ତେବେ ଗାଁ ଲୋକମାନେ ପୀଡ଼ିତଙ୍କ ପରିବାର ଲୋକଙ୍କ ପାଇଁ କ୍ଷତିପୂରଣ ଦାବି କରି ମନ୍ତ୍ରୀ ଆଗରେ ନାରାବାଜୀ କରିଥିଲେ। ତେବେ ମନ୍ତ୍ରୀ ସେମାନଙ୍କ ଦାବି ପରବର୍ତ୍ତୀ ସମୟରେ ବିଚାର କରାଯିବ କହିଥିଲେ। ବାସ୍‌ ଏହା ଶୁଣି ଗାଁ ଲୋକ ଚିହିଁକି ଉଠିଥିଲେ। ଶତାଧିକ ଗାଁ ଲୋକ ହାତରେ ଠେଙ୍ଗା ଓ ପଥର ଧରି ମନ୍ତ୍ରୀଙ୍କୁ ମାଡ଼ ମାରିବାକୁ ଦୌଡ଼ି ଆସିଥିଲେ। ଏହା ଦେଖି ମନ୍ତ୍ରୀ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ।

Advertisment

ହେଲେ ଗାଁ ଲୋକମାନେ ତାଙ୍କୁ ପିଟିବା ପାଇଁ ପ୍ରାୟ ୧ କିମି ବାଟ ପିଛା କରିଥିଲେ। ଏହି ଧାଁଦୌଡ଼ ଭିତରେ ମନ୍ତ୍ରୀ ମହଦୋୟ ଜୀବନ ବିକଳରେ ୩ଥର କାର ବଦଳାଇଥିଲେ। ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଓ ଦଳୀୟ କର୍ମୀମାନେ ମଧ୍ୟ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ। ଗାଁ ଲୋକଙ୍କ ଆକ୍ରମଣରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେହିପରି ମନ୍ତ୍ରୀଙ୍କ କାରକେଡରେ ଥିବା କିଛି ଗାଡ଼ିର କାଚ ମଧ୍ୟ ଭାଙ୍ଗି ଯାଇଛି।

Advertisment

ଏହାପୂର୍ବରୁ ବିହାରର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ନେତା ମଙ୍ଗଳ ପାଣ୍ଡେଙ୍କୁ ମଧ୍ୟ ପାଟନାରେ ଲୋକମାନେ ଆକ୍ରମଣ ପାଇଁ ଗୋଡ଼ାଇଥିଲେ। ଏଥିରେ ତାଙ୍କ କାର ଭାଙ୍ଗି ଯାଇଥିଲା।

Bihar Minister Shravan Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ