ଆଇଫୋନ୍ ମାୟାରେ ଭିକାରି, ସୋ’ ରୁମ୍‌ ଭିତରେ ବସ୍ତାଏ ଖୁଚୁରା ଢାଳିଦେଲେ ଆଉ କିଣିଲେ

ଧନୀଙ୍କ ଆଇଫୋନ ବର୍ତ୍ତମାନ ଭିକାରି ହାତରେ । ଦୋକାନ ଗଲେ, ଟଙ୍କା ଦେଲେ ଆଉ ଆଇଫୋନ କିଣିଲେ । ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପରିଥିବା ଆଇଫୋନକୁ କିନ୍ତୁ ସହଜରେ କିଣି ନେଇଛି ଜଣେ ଭିକାରି ।

Beggar buy an Iphone

ଧନୀଙ୍କ ଆଇଫୋନ ବର୍ତ୍ତମାନ ଭିକାରି ହାତରେ । ଦୋକାନ ଗଲେ, ଟଙ୍କା ଦେଲେ ଆଉ ଆଇଫୋନ କିଣିଲେ । ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପରିଥିବା ଆଇଫୋନକୁ କିନ୍ତୁ ସହଜରେ କିଣି ନେଇଛି ଜଣେ ଭିକାରି । ଏପରି ଦୃଶ୍ୟ ବେଶ୍ କିଛି ଦିନ ହେବ ଲୋକପ୍ରିୟ ସୋସିଆଲ ମିଡ଼ିଆ ଆପ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି ।

ଅପରିଷ୍କାର, ଅପରିଚ୍ଛନ୍ନ ଥିବା ଜଣେ ବ୍ୟକ୍ତି । ବେଶ ଭୂଷାରୁ ଭିକାରି ପରି ଲାଗୁଛି । ହାତରେ କଏନ୍ ଭର୍ତ୍ତି ବସ୍ତା । ଏମିତି ଏକ ବସ୍ତାକୁ କାନ୍ଧରେ ବୋହି ଆଇଫୋନ ଦୋକାନରେ ପହଞ୍ଚି ଗଲେ ଭିକାରି । ତା’ର ସ୍ୱପ୍ନ ଯେମିତି ହେଲେ ଆଇଫୋନ୍‌ଟିଏ କିଣିବ। 
 

କିଛି ସମୟ ଦୋକାନର କର୍ମଚାରୀଙ୍କ ସହ କଥାବାର୍ତ୍ତା କରିବା ପରେ ଦୋକାନୀ ତାଙ୍କୁ ଆଇଫୋନ ୧୫ ଦେଖାଉଛନ୍ତି । ଭିଡ଼ିଓରୁ ଜଣା ପଡ଼ୁଛି ଯେ, ଭିକାରି ଜଣଙ୍କ ବସ୍ତା ବସ୍ତା କଏନ ଦେଇ ଆଇଫୋନ ଗୋଟେ କିଣୁଛନ୍ତି । ଏପରି କିଛି ଭିଡ଼ିଓ ବର୍ତ୍ତମାନ ଇଷ୍ଟାଗ୍ରାମରେ ବେଶ ଭାଇରାଲ ହେବାରେ ଲାଗିଛି ।

ଗତ ଅକ୍ଟୋବର ୫ ରେ ପ୍ରଥମେ ଭିଡିଓଟିକୁ ପୋଷ୍ଟ କରା ଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪୦ ନିୟୁତ ଲୋକ ଏହାକୁ ଦେଖି ସାରିଲେଣି । ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ କଲେଣି । କିଛି ୟୁଜର୍ସ ଏହି ଭିଡ଼ିଓକୁ ପ୍ରଶଂସା କରିଥିବା ବେଳେ ଆଉ କେତେ ଜଣ ଏହାକୁ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ।


ଜଣେ ୟୁଜର୍ସ ଲେଖିଛନ୍ତି, ସେ ଦୋକାନୀକୁ ସମ୍ମାନ, ଯିଏ କି ତାଙ୍କୁ ଭିତରକୁ ଆସିବାକୁ ଦେଇଛି । ଆଉ ଜଣେ ୟୁଜର୍ସ ଆଇଫୋନର ମାର୍କେଟିଂ ଶୈଳୀକୁ ପ୍ରଂଶସା କରିଛନ୍ତି । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଭିକାରି ପାଇଁ ପୋଷାକ ଜରୁରୀ ନୁହେଁ, କିନ୍ତୁ ଆଇଫୋନ ନିତାନ୍ତ ଜରୁରୀ ।