Advertisment

Viral Video: ସାବଧାନ! ପିଲାଙ୍କୁ ଦିଅନ୍ତୁ ନାହିଁ ଗ୍ୟାସ୍ ବେଲୁନ୍; ହୋଇପାରେ ସାଂଘାତିତ ଦୁର୍ଘଟଣା

ବର୍ତ୍ତମାନ ଗ୍ୟାସ୍ ଭର୍ତ୍ତି ବେଲୁନ୍ ପାର୍ଟୀ ଫଙ୍କସନ୍‌ରେ ବ୍ୟବହୃତ ହେବା ଆରମ୍ଭ ହୋଇଛି। ହିଲିୟମ୍ ଭର୍ତ୍ତି ବେଲୁନ୍ ଆକାଶରେ ଉଡୁଛି। କିନ୍ତୁ ବର୍ତ୍ତମାନ ଅନେକ ବିକ୍ରେତା ହିଲିୟମ୍ ପରିବର୍ତ୍ତେ ହାଇଡ୍ରୋଜେନ୍ ସହିତ ଏହି ବେଲୁନ୍ ଭରିବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ ବିପଜ୍ଜନକ ଗ୍ୟାସ୍।

ଅଦ୍ୟତନ ହୋଇଛି
awareness never give yout child gas filled balloons

awareness never give yout child gas filled balloons

Advertisment

ଆମେ ପ୍ରାୟତଃ ଘରେ କିମ୍ବା କୌଣସି ବାହାର କାମରେ ବେଲୁନ୍ ସହିତ ସଜାଇଥାଉ। ପୂର୍ବରୁ ପାଟି ଫଙ୍କସନରେ ବାୟୁ ଭର୍ତ୍ତି ବେଲୁନ୍ ବ୍ୟବହାର ହେଉଥିଲା। ପ୍ରଥମେ ପ୍ରଥମେ ଏହାକୁ ପାଟିରେ ଫୁଙ୍କି ଫୁଲାଯାଉଥିବାରୁ ଭାରି କଷ୍ଟକର ଥିବା। ପରେ ଏହା ବାୟୁ ଭରିବା ପ୍ରେସର ବାହାରିଲା ଆଉ ଏହାର ସାହାଯ୍ୟ ନିଆଗଲା। କିନ୍ତୁ ବର୍ତ୍ତମାନ ଗ୍ୟାସ୍ ଭର୍ତ୍ତି ବେଲୁନ୍ ପାର୍ଟୀ ଫଙ୍କସନ୍‌ରେ ବ୍ୟବହୃତ ହେବା ଆରମ୍ଭ ହୋଇଛି। ହିଲିୟମ୍ ଭର୍ତ୍ତି ବେଲୁନ୍ ଆକାଶରେ ଉଡୁଛି। କିନ୍ତୁ ବର୍ତ୍ତମାନ ଅନେକ ବିକ୍ରେତା ହିଲିୟମ୍ ପରିବର୍ତ୍ତେ ହାଇଡ୍ରୋଜେନ୍ ସହିତ ଏହି ବେଲୁନ୍ ଭରିବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ ବିପଜ୍ଜନକ ଗ୍ୟାସ୍।

Advertisment

ହିଲିୟମ୍ ଗ୍ୟାସ୍ ଯୋଗୁଁ ବେଲୁନ୍ ହାଲୁକା ହୋଇଥାଏ ଆଉ ଏହା ଆକାଶରେ ଉଡିପାରେ। କିନ୍ତୁ ଏହା ସୁରକ୍ଷିତ। ହିଲିୟମ୍ ଏପରି ଏକ ଗ୍ୟାସ୍ ଯାହା ବିସ୍ଫୋରକ ନୁହେଁ। ଏହା କିନ୍ତୁ ଟିକେ ମହଙ୍ଗା ହୋଇଥାଏ। ଏହି କାରଣରୁ, ଅନେକ ବେଲୁନ୍ ବିକ୍ରେତା ଏହାକୁ ହାଇଡ୍ରୋଜେନରେ ଭର୍ତ୍ତି କରି ବିକ୍ରି କରିବା ଆରମ୍ଭ କରିଛନ୍ତି। ହାଇଡ୍ରୋଜେନ୍ ଗ୍ୟାସ୍ ହିଲିୟମ୍ ଅପେକ୍ଷା ଶସ୍ତା। କିନ୍ତୁ ଏହା ବିସ୍ଫୋରକ। ଯଦି ହାଇଡ୍ରୋଜେନରେ ଭର୍ତ୍ତି ବେଲୁନ୍ ଅଗ୍ନି ସଂସ୍ପର୍ଶରେ ଆସେ, ତେବେ ଏହା ଏକ ବଡ଼ ବିସ୍ଫୋରଣ ଘଟାଇଥାଏ ଯାହା ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରେ।

ସୋସିଆଲ ମିଡିଆରେ ଆସ୍ଥା ଜୈନ୍ ଅଗ୍ରୱାଲ ନାମକ ଜଣେ ମହିଳା ତାଙ୍କ ସହ ଘଟିଥିବା ଏମିତି ଏକ ଦୁର୍ଘଟଣାର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଆସ୍ଥା କହିଛନ୍ତି ଯେ ପିଲାମାନଙ୍କୁ ଭୁଲ୍‌ରେ ବି ଗ୍ୟାସରେ ଭର୍ତ୍ତି ବେଲୁନ୍ ଦିଅନ୍ତୁ ନାହିଁ। ଏହି ବେଲୁନଗୁଡିକ ଆଉ ହିଲିୟମ୍‌ରେ ଭର୍ତ୍ତି କରାଯାଉନି, ଏଥିରେ ହାଇଡ୍ରୋଜେନ୍ ଭରାଯାଉଛି।

Advertisment

ଯଦି ଏହା ଅଗ୍ନି କିମ୍ବା ଅନ୍ୟ କୌଣସି ଜ୍ୱଳନ୍ତ ଜିନିଷର ସଂସ୍ପର୍ଶରେ ଆସେ, ତେବେ ଏହା ବିସ୍ଫୋରଣ ହୋଇପାରେ। ଏହି ବିସ୍ଫୋରଣ ବିପଜ୍ଜନକ ହୋଇପାରେ। ଏହି ମହିଳାଙ୍କ ସହ ଏମିତି ଏକ ଦୁର୍ଘଟଣା ଘଟିଛି ​​ଏବଂ ତାଙ୍କ ମୁହଁ ଜଳି ଯାଇଛି। ଏହା ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳେ।

Advertisment

ଆସ୍ଥା ଏହି ଭିଡିଓ ଶେୟାର କରିବା ମାତ୍ରେ ଲୋକମାନେ ତାଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଏହି ଦୁର୍ଘଟଣାର ଶିକାର ହେବା ପରେ ସେ ଅନ୍ୟ ଲୋକଙ୍କୁ ସଚେତନ କରାଇବା ନିହାତି ଏକ ପ୍ରଶଂସନୀୟ କାମ। ଲୋକମାନେ ଲେଖିଛନ୍ତି ଯେ ଏଭଳି ଦୁର୍ଘଟଣା ପରେ ମଧ୍ୟ ଲୋକଙ୍କୁ ଏପରି ଶାନ୍ତ ମନରେ କହିବା ପାଇଁ ବହୁତ ସାହସ ଦରକାର। ଏହି ବାର୍ତ୍ତା ପାଇଁ ଅନେକ ଲୋକ ଆସ୍ଥାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଭବିଷ୍ୟତରେ ସେମାନଙ୍କ ପିଲାମାନଙ୍କୁ ଏପରି ଗ୍ୟାସ୍ ବେଲୁନ୍ ନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Viral Video Awareness Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ