Advertisment

ସହର ଭିତରେ ପଶିଗଲା ହାତୀ...ଦେଖନ୍ତୁ ଛାତିଥରା ଭିଡିଓ

ସୌଭାଗ୍ୟବଶତଃ ହାତୀଟି ଦୋକାନ ସମ୍ମୁଖରେ ଥିବା ଗୋଟିଏ ସ୍କୁଟର ଓ ଗୋଟିଏ ସାଇକେଲକୁ ରାଗରେ ତଳେ ପକାଇଦେଇ ସେଠାରୁ ଚାଲିଯାଉଛି । ଏ ଦୃଶ୍ୟ ଦେଖି ଲୋକେ ଜୀବନବିକଳରେ ଚାଲିଯାଉଛନ୍ତି।

ଅଦ୍ୟତନ ହୋଇଛି
Angry jumbo

Angry jumbo

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଛି ହାତୀ ଆକ୍ରମଣର ଛାତିଥରା ଭିଡିଓ । ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ଦନ୍ତାହାତୀ ସହର ଭିତରକୁ ପଶିଆସୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ବରଂ ହାତୀଟି ଖୁବ୍‌ ଜୋର୍‌ରେ ରାଗିଯାଇ ଲୋକମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ।

Advertisment

ହାତୀଟି ବହୁତ ଶୀଘ୍ର ଲୋକଙ୍କ ନିକଟକୁ ଦୌଡ଼ି ଆସୁଛି । ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ହାତୀର ଭୟରେ କିଛି ଲୋକ ନିଜର ଗାଡ଼ି ଧରି ସେହି ସ୍ଥାନ ଛାଡ଼ି ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ କିଛି ଲୋକ ନିଜର ଜୀବନ ବଞ୍ଚାଇବାକୁ ଗୋଟିଏ ଦୋକାନ ଭିତରେ ପଶିଯିବାକୁ ଚେଷ୍ଟା କରୁଛନ୍ତି ।

ଦୋକାନଟି ଭିତରେ ଅନେକ ଲୋକ ପଶିଯାଇଥିବା ବେଳେ କିଛି ଲୋକ ଦୋକାନ ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖାଯାଇଛି । ହେଲେ ସୌଭାଗ୍ୟବଶତଃ ହାତୀଟି ଦୋକାନ ସମ୍ମୁଖରେ ଥିବା ଗୋଟିଏ ସ୍କୁଟର ଓ ଗୋଟିଏ ସାଇକେଲକୁ ରାଗରେ ତଳେ ପକାଇଦେଇ ସେଠାରୁ ଚାଲିଯାଉଛି । ଫଳରେ ଲୋକମାନଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଉଛି ।

Advertisment

ସମ୍ପୂର୍ଣ୍ଣ ଘଟଣାଟିର ଭିଡିଓ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ବୋଲି ଜଣାପଡ଼ିଛି । ଭାଇରାଲ ହେଉଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ଓ ୨ଶହରୁ ଅଧିକ ଦର୍ଶକ ସେମାନଙ୍କ ମତାମତ ଦେଇଛନ୍ତି ।

Advertisment

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ