Ailing and weak leopard abused by MP villagers
ମଣିଷପଣିଆ ହରାଉଛି ମଣିଷ । ଭୁଲିଯାଉଛି ମାନବିକତା । ପଶୁଠୁ ବି ହୀନ କରୁଛି ନିଜ ବ୍ୟବହାର । ବର୍ତ୍ତମାନ ସମୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । କାରଣ ଗୋଟିଏ ଅସୁସ୍ଥ ଚିତାବାଘକୁ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ନେଉଛନ୍ତି କିଛି ଲୋକେ । ଯାହାର ଭିଡିଓ ବର୍ତ୍ତମାନ ସୋଇସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି ।
ଖାଲି ସେତିକି ଯେ ତାହା ନୁହେଁ, ଚିତାବାଘ ସହ ଲୋକମାନେ ସେଲଫି ମଧ୍ୟ ନେଉଛନ୍ତି । ଯେଉଁ ଚିତାବାଘର ସାମାନ୍ୟ ନଜରରେ ମଣିଷର ହୃଦୟ ଥରି ଉଠେ ସେହି ମଣିଷ ଆଜି ତା’ର ଅସୁସ୍ଥତାର ଫାଇଦା ଉଠାଉଛି । ନିଜର ମଣିଷପଣିଆକୁ ଦେଖାଇ ଚିତାବାଘଟିକୁ ଚିକିତ୍ସା କରାଇବ କ’ଣ ଓଲଟା ତା’କୁ ଚଲାଇ ଚଲାଇ ନିଜର ଖୁସି ସାଉଁଟୁଛି ।
ଏପରି ଏକ ଘଟଣା ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି l ଗତ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସୋନକାଚର କାଳୀ ସିନ୍ଧ ନଦୀ କୂଳରେ ଚିତାବାଘଟି କୌଣସି କାରଣରୁ ନିସ୍ତେଜ ହୋଇ ପଡ଼ିରହିଥିଲା । ସତେ ଯେମିତି ତା’ ଶରୀରରେ କୌଣସି ଶକ୍ତି ନଥିଲା କି ଠିକ୍ରେ ମଧ୍ୟ ଚାଲିପାରୁନଥିଲା ।
ସେହି ସମୟରେ ଚିତାବାଘଟିକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଦେଖିଥିଲେ । ତା’କୁ ବଞ୍ଚାଇବାକୁ ପ୍ରୟାସ କରିବା ବଦଳରେ ଓଲଟି ତା’ ସହ ମନୋରଞ୍ଜନ କରିଥିଲେ । ଚିକିତ୍ସା କରାଇବା ବଦଳରେ ବାଘକୁ ଚଲାଇ ଚଲାଇ ନେଇଥିଲେ ସ୍ଥାନୀୟ ଲୋକ । ତା’ ସହିତ ଅସୁସ୍ଥ ଚିତାବାଘଟି ଉପରେ ବସିବାକୁ ମଧ୍ୟ ଉଦ୍ୟମ କରିଥିଲେ l ପରେ ପରେ ଚତାବାଘଟିର ଖବର କୌଣସି ସୂତ୍ରରୁ ପାଇଥିଲା ରେସ୍କ୍ୟୁ ଟିମ୍ । ଉଜ୍ଜୟିନୀରୁ ଏକ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚତାବାଘଟିକୁ ଉଦ୍ଧାର କରିଥିଲା । ପରେ ତାକୁ ସୁରକ୍ଷିତ ଭାବେ ରଖିବା ସହ ତାର ଚିକିତ୍ସା କରାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693811997.jpg)