Advertisment

ସୋସିଆଲ୍‌ ମିଡିଆରେ ଆପଣଙ୍କ ଛୁଆର ଫଟୋ ଶେୟାର କରୁଛନ୍ତି କି ? ଆସିପାରେ ବିପଦ...

ସୋସିଆଲ୍‌ ମିଡିଆରେ ଏବେ ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଭିଡିଓଟି AI ସହ ଜଡ଼ିତ।

ଅଦ୍ୟତନ ହୋଇଛି
AI Privacy Concerns

AI Privacy Concerns

Advertisment

ଆଜିକାଲିର ଯୁବପିଢ଼ି ଘର ଭିତରେ ଯେମିତି ରୁହନ୍ତୁ ନା କାହିଁକି ହେଲେ ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ପରିସ୍ଥିତି ଏମିତି ହେଲାଣି ଯେ, ଜଣେ ଅନ୍ୟ ଜଣଙ୍କୁ ଦେଖି ସମସ୍ତ ଜିନିଷ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଯଦି କେହି ସୋସିଆଲ୍‌ ମିଡିଆରୁ ଦୂରେଇ ଯାଉଛନ୍ତି, ତା’ହେଲେ ଅନ୍ୟମାନେ ଏସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିବା ଆରମ୍ଭ କରି ଦେଉଛନ୍ତି। ବାପା-ମା’ ହୁଅନ୍ତୁ କି ପିଲା, ଏପରିକି ସମ୍ପର୍କୀୟମାନେ ଆଜିକାଲି ସମସ୍ତେ ସୋସିଆଲ୍‌ ମିଡିଆରେ ନିଜର ଛବି ଅନ୍ୟମାନଙ୍କ ସାମ୍ନାରେ ସବୁବେଳେ ଭଲ ରଖିବାକୁ ଚାହୁଁଛନ୍ତି। ଆଉ ଏହି ଚକ୍କରରେ ପ୍ରାଇଭେସି ନାମକ ଏକ ଶବ୍ଦକୁ ସେମାନେ ଭୁଲି ଯାଉଛନ୍ତି। ଆଜକୁ ୧୦ ବର୍ଷ ପୂର୍ବେ ଯେଉଁ କଣ୍ଟେଣ୍ଟକୁ ପ୍ରାଇଭେଟ୍‌ କୁହାଯାଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି। 

Advertisment

AI ଯେତିକି ଭଲ, ସେତିକି ଖରାପ ! 

ସୋସିଆଲ୍‌ ମିଡିଆରେ ଏବେ ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଭିଡିଓଟି AI ସହ ଜଡ଼ିତ। AI ସହାୟତାରେ ଛୋଟ ଛୁଆର ଫଟୋକୁ କିଭଳି ଭାବେ ବଦଳା ଯାଉଛି ଓ ଏହାର ବ୍ୟବହାର କେଉଁ କେଉଁ ସ୍ଥାନରେ କିପରି କରାଯାଉଛି, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। 

ଆମେ ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଡିଜିଟାଲ ଯୁଗରେ ଆପଣ ନିଜର ପ୍ରାଇଭେସି ଉପରେ ଧ୍ୟାନ ଦିଅନ୍ତୁ ଓ ଯେତେ ସମ୍ଭବ ସେତେ କମ୍‌ ବ୍ୟକ୍ତିଗତ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରନ୍ତୁ। କାରଣ ଆଜିକାଲି ଏହାର ସହାୟତାରେ ଠକମାନେ ସ୍କାମ୍‌ ଓ ଅପରାଧ କରୁଛନ୍ତି। ତେଣୁ ଜଣେ ସଚେତନ ନାଗରିକ ହିସାବରେ ନିଜ ପ୍ରାଇଭେସିକୁ ଭଲ ଭାବେ ବୁଝନ୍ତୁ।

Advertisment

ସୂଚନାଥାଉ କି, ଗତବର୍ଷ ଓପନ୍‌ AI ଚାଟ୍‌ ଜିପିଟି ଲଞ୍ଚ୍‌ କରିଥିଲା। ଯାହାକି ଏକ  AI ଟୁଲ୍‌। ଏହାପରେ ମାର୍କେଟ୍‌ରେ ଅନେକ AI ଟୁଲ୍‌ ଆସିଥିଲା। ଫଳରେ ଅତି ସହଜରେ ଏହା ସହାୟତାରେ ଫଟୋ, ଭିଡିଓ ଓ ସ୍ୱରକୁ ବଦଳାଇବା ସମ୍ଭବପର ହୋଇପାରିଲା। ଆପଣ ସୋସିଆଲ୍‌ ମିଡିଆରେ ପୋଷ୍ଟ କରୁଥିବା ଫଟୋ AI ସହାୟତାରେ ବଦଳା ଯାଇ ବିପଦପୂର୍ଣ୍ଣ ମଧ୍ୟ ସାବ୍ୟସ୍ତ କରାଯାଇପାରେ। ତେଣୁ ଏହା ଉପରେ ଲଗାମ ଲଗାଇବା ପାଇଁ ସରକାର କଟକଣା ଲାଗୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଠିକ୍‌ ସମୟରେ କଟକଣା ନଲାଗେ, ହୁଏତ AI ଆମ ସମସ୍ତଙ୍କ ପାଇଁ ଭବିଷ୍ୟତରେ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ।

Advertisment

ଏଠାରେ ଆମେ ଆପଣଙ୍କୁ ସ୍ପଷ୍ଟ ଭାବେ କହି ରଖୁଛୁ ଯେ, AI କୁ ଭୁଲ୍‌ ସାବ୍ୟସ୍ତ କରିବା ଆମର କୌଣସି ଉଦ୍ଦେଶ୍ୟ ନୁହେଁ। ଯଦି AI କୁ ବ୍ୟବହାର କରାଯାଏ, ତା’ହେଲେ ଆମର ଜୀବନଶୈଳୀ ବଦଳି ଯାଇପାରେ। ଏପରିକି ଅନେକ କାମ ଅତି ସହଜରେ ମଧ୍ୟ ହୋଇପାରିବ। ତେବେ ଆପଣମାନଙ୍କୁ ସତର୍କ ଓ ସଜାଗ କରାଇବା ଆମର ଉଦ୍ଦେଶ୍ୟ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ