Advertisment

Viral Video: ଆଶ୍ଚର୍ଯ୍ୟ କରୁଛି ୬୭ ବର୍ଷର ଆଈମା’ଙ୍କ ଦଉଡି ଉପରେ ସାଇକେଲ୍ ଚଲା

ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ ହେଉଛି ଆଈମା’ଙ୍କ ଷ୍ଟଣ୍ଟ୍। ଏଥିରେ ଜଣେ ୬୭ ବର୍ଷ ବୟସ୍କା ବୃଦ୍ଧ ଉପରେ ଝୁଲୁଥିବା ଦଉଡିରେ ସାଇକେଲ ଚଲାଉଥିବାର ନଜର ଆସିଛନ୍ତି। ତାଙ୍କ ଆଖିରେ ଏତେ ଆତ୍ମବିଶ୍ୱାସ ଦେଖାଯାଉଛି ଯେ ଭିଡିଓ ଦେଖିବା ପରେ ଲୋକଙ୍କ ଆଖି ଟେରା ହୋଇଯାଉଛି।

ଅଦ୍ୟତନ ହୋଇଛି
Grand Mother Ran Bicycle

Grand Mother Ran Bicycle

Advertisment

କୁହାଯାଏ ଯେ ଯଦି କିଛି ନୂଆ ଏବଂ ଭିନ୍ନ କରିବାକୁ ଇଚ୍ଛା ଥାଏ ତେବେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଆସୁଥିବାର ଦେଖିଥିବେ, ଯେଉଁଥିରେ ବୃଦ୍ଧ ହେବା ସତ୍ତ୍ୱେ ଅନେକ ଲୋକ ନିଜ ଶକ୍ତିରେ ଏପରି କାର୍ଯ୍ୟ କରନ୍ତି, ଯାହା ସମାଜକୁ ଆଶ୍ଚର୍ଯ୍ୟ କରିଥାଏ।

Advertisment

ଇନ୍‌ଷ୍ଟାଗ୍ରାମ୍‌ରେ ଏଭଳି ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏଥିରେ ଜଣେ ୬୭ ବର୍ଷ ବୟସ୍କା ଆଇମା ଉପରେ ଝୁଲୁଥିବା ଦଉଡିରେ ସାଇକେଲ ଚଲାଉଥିବାର ନଜର ଆସିଛନ୍ତି। ତାଙ୍କ ଆଖିରେ ଏତେ ଆତ୍ମବିଶ୍ୱାସ ଦେଖାଯାଉଛି ଯେ ଭିଡିଓ ଦେଖିବା ପରେ ଲୋକଙ୍କ ଆଖି ଟେରା ହୋଇଯାଉଛି।

ଏହି ଭିଡିଓ ଇନଷ୍ଟାଗ୍ରାମରେ @Shy Nu ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଭିଡିଓରେ, ଆପଣ ଜଣେ ମହିଳାଙ୍କୁ ଦଉଡିରେ ସାଇକେଲ ଚଳାଉଥିବାର ଦେଖିପାରିବେ। ମହିଳା ଜଣକ ହେଲ୍‌ମେଟ୍‌ ପିନ୍ଧିଛନ୍ତି। ଏହାଛଡା ଆହୁରି ଅନେକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି, ଯେପରି କୌଣସି ବିପଦ ନଆସେ।

Advertisment

ଏହି ଭିଡିଓରେ ବୃଦ୍ଧ ମହିଳା ଜଣକ କେତେ ଉଚ୍ଚତାରେ ଅଛନ୍ତି ତାହା ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ମହିଳା ଜଣକ ଏ ବୟସରେ ମଧ୍ୟ ଏପରି ସାଇକେଲ ଚଳାଉଛନ୍ତି ତାହା ଦେଖି ଆଶ୍ଚର୍ଯ୍ୟ ଲାଗେ। ତାଙ୍କୁ ଏଭଳି ଷ୍ଟଣ୍ଟ୍ ଅବସ୍ଥାରେ ଦେଖି ଯୁବକ ଯୁବତୀମାନେ ମଧ୍ୟ ନିଜକୁ ଲଜ୍ଜା ଅନୁଭବ କରିବେ।

ବୟସ କେବଳ ଏକ ସଂଖ୍ୟା:

ଭାଇରାଲ୍‌ ଭିଡିଓର କ୍ୟାପ୍‌ସନ୍‌ରେ ଲେଖାଅଛଇ ଯେ “ମତେ ଡର ଲାଗୁନି। ମୁଁ ସାଇକେଲ୍‌ ଚଲାଉଛି ମୋ ସାଂଗେ ଆସ। ୬୭ ବର୍ଷ ବୟସରେ ମଧ୍ୟ ଏହି ଆଇମା ତାଙ୍କର ଇଚ୍ଛା ପୂରଣ କରୁଛନ୍ତି। ଲୋକମାନେ ଏହି ଭିଡିଓକୁ ଆଶ୍ଚର୍ଯ୍ୟଜନକ ବୋଲି କହୁଛନ୍ତି।

Advertisment

ଜଣେ ଲେଖିଛନ୍ତି, ବୟସ କେବଳ ଏକ ସଂଖ୍ୟା, ଏହି ବୃଦ୍ଧା ଜଣକ ଏହାକୁ ପ୍ରମାଣିତ କରିଛନ୍ତି। ତେବେ ଏହି ଭିଡିଓଟି କେଉଁଠୁ ଆସିଛି ତାହା ଜଣାପଡିନାହିଁ, କିନ୍ତୁ ଏହା ଦକ୍ଷିଣ ଭାରତର କିଛି ଅଞ୍ଚଳରୁ ହୋଇଥିବା ଅନୁମାନ କରାଯାଉଛି। କାରଣ ଏଥିରେ ଲେଖାଯାଇଥିବା ଭାଷା ତାମିଲ ଅଟେ।

ଏହାପୂର୍ବରୁ ଆଇଏଏସ୍ ସୁପ୍ରିୟା ସାହୁ ତାମିଲନାଡୁର ଜଣେ ଆଇମା’ଙ୍କ ଭିଡିଓ ଟ୍ୱିଟର୍‌ରେ ପୋଷ୍ଟ କରିଥିଲେ। ଏଥିରେ ଜଣେ ସେ ଏକ ନଦୀ ଉପରେ ଥିବା ଏକ ଉଚ୍ଚ ସେତୁରୁ ଡେଇଁପଡିଥିବାର ନଜର ଆସିଛନ୍ତି। ତାହା ପୁଣି ଜଣେ ୧୮ ବର୍ଷର ଏକ ବାଳକ ପରି।

ସୁପ୍ରିୟା ସାହୁ କ୍ୟାପ୍‌ସନ୍‌ରେ ଲେଖିଥିଲେ, “ମୁଁ ତାମିଲନାଡୁର କଲିଦାଇକୁରିଚିରେ ଶାଢି ପିନ୍ଧିଥିବା ଜଣେ ବୁଦ୍ଧାଙ୍କୁ ତାମ୍ରବରନୀ ନଦୀକୁ ଡେଇଁପଡିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଜାଣିବାକୁ ପାଇଲି ଯେ ଏହି ମହିଳାମାନେ ପ୍ରତିଦିନ ଏହିପରି ସ୍ନାନ କରନ୍ତି। ଏହା ସେମାନଙ୍କ ପାଇଁ ସ୍ୱାଭାବିକ ଏବଂ ସେମାନେ ଏଥିରେ ଦକ୍ଷ ମଧ୍ୟ।

Social Media Viral Video Old Woman Stunt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ