Advertisment

Instagram: ଇନଷ୍ଟାଗ୍ରାମ ଷ୍ଟୋରୀରେ ବଢୁ ନାହାନ୍ତି କି ଭିୟୁ; ଜାଣନ୍ତୁ ଏହି ୫ଟି ଉପାୟ

ଅନେକ ଲୋକ ଅଭିଯୋଗ କରନ୍ତି ଯେ ଇନଷ୍ଟାଗ୍ରାମରେ ସେମାନଙ୍କର ଅନେକ ଫଲୋର୍ସ ଥିଲେ ମଧ୍ୟ ସେମାନଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଭିୟୁ ବଢୁନି। ଆପଣ ଯଦି ଚାହୁଛନ୍ତି ଅନ୍ୟମାନଙ୍କ ପରି ଆପଣ ବି ଭଲ ଭିୟୁ ପାଆନ୍ତୁ ତେବେ ଏଠାରେ ୫ଟି ଉପାୟ ଦିଆଗଲା।

5 tips how to increase instagram story viewer

5 tips how to increase instagram story viewer

Advertisment

ଇନଷ୍ଟାଗ୍ରାମକୁ ଆଜି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି। ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଦ୍ୱାରା ଅନେକ ପୋଷ୍ଟ ଏବଂ ଷ୍ଟୋରୀ ପ୍ରତିଦିନ ସାମ୍ନାକୁ ଆସୁଛି। କିନ୍ତୁ ଅନେକ ଲୋକ ଅଭିଯୋଗ କରନ୍ତି ଯେ ଇନଷ୍ଟାଗ୍ରାମରେ ସେମାନଙ୍କର ଅନେକ ଫଲୋର୍ସ ଥିଲେ ମଧ୍ୟ ସେମାନଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଭିୟୁ ବଢୁନି।

Advertisment

ଯଦି ଆପଣଙ୍କର ଇନ୍‌ଷ୍ଟାଗ୍ରାମରେ ଅଧିକ ଫଲୋର୍ସ ଅଛନ୍ତି, କିନ୍ତୁ ଭିୟୁ ବଢୁନି ତେବେ ଜାଣିନିନ୍ତୁ ଯେ ଆପଣ କିଛି ଭୁଲ୍ କରିଛନ୍ତି। ଆପଣ ଯଦି ଚାହୁଛନ୍ତି ଅନ୍ୟମାନଙ୍କ ପରି ଆପଣ ବି ଭଲ ଭିୟୁ ପାଆନ୍ତୁ ତେବେ ଏଠାରେ ୫ଟି ଉପାୟ ଦିଆଗଲା। ଏହାକୁ ଭଲ ଭାବେ ପଢନ୍ତୁ ଆଉ ଭିୟୁ ବଢାନ୍ତୁ।

ଇନଷ୍ଟାଗ୍ରାମ ରିଲ୍ସ ଭାଇରାଲ୍:

ମାଗଣାରେ ଇନଷ୍ଟାଗ୍ରାମ ଷ୍ଟୋରୀ ଭିୟୁ ବଢାଇବାକୁ, ସର୍ବପ୍ରଥମେ ଆପଣଙ୍କୁ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ ଭାଇରାଲ କରିବାକୁ ପଡିବ। ଇନଷ୍ଟାଗ୍ରାମ ରିଲ୍ସ ଭାଇରାଲ ହେବା ମାତ୍ରେ ଅଧିକ ଫଲୋର୍ସ ଆସିବା ଆରମ୍ଭ କରିବେ, ଯେଉଁ କାରଣରୁ ଇନଷ୍ଟାଗ୍ରାମ ଷ୍ଟୋରୀ ଭିୟୁ ବଢିବା ଆରମ୍ଭ ହେବ।

Advertisment

ଫେସ୍‌ବୁକ୍‌ରେ ଶେୟାର:

ଅଧିକ ଇନଷ୍ଟାଗ୍ରାମ ଷ୍ଟୋରୀ ଭିୟୁ ପାଇବାକୁ, ଫେସବୁକରେ ଇନଷ୍ଟାଗ୍ରାମ ଷ୍ଟୋରୀ ଶେୟାର କରିବା ଜରୁରୀ। ଯେଉଁମାନେ ଆପଣଙ୍କର ଫେସବୁକରେ ବନ୍ଧୁ ଅଛନ୍ତି, ସେମାନେ ସମସ୍ତେ ଆପଣଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀ ଦେଖିବେ ଏବଂ ଲିଙ୍କ୍‌ରେ କ୍ଲିକ୍ କରି ସେମାନେ ସିଧାସଳଖ ଆପଣଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆସିବେ। ଏଠାରୁ ସେମାନେ ଆପଣଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀକୁ ସ୍ପଷ୍ଟ ଭାବରେ ଦେଖିବାକୁ ସମର୍ଥ ହେବେ।

ପ୍ରୋଫାଇଲରେ ଷ୍ଟୋରୀ ପ୍ରୋମୋସନ୍‌:

ଅନେକ ଲୋକ ଏହି ପଦ୍ଧତି ଜାଣନ୍ତି ନାହିଁ କାରଣ ଏହି ପଦ୍ଧତି ଅଧିକ ଫରକ ପକାଏ ନାହିଁ କିନ୍ତୁ ଏହି ଛୋଟ ପଦ୍ଧତି ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ନିଜ ବାୟୋରେ ନିଜକୁ ଏକ କଲ୍-ଟୁ-ଫଙ୍କସନ୍ ଯୋଡିବାକୁ ପଡିବ କିମ୍ବା ନିଜର ପ୍ରୋଫାଇଲରେ ଏକ ନିର୍ଦ୍ଦିଷ୍ଟ ଷ୍ଟୋରୀକୁ ହାଇଲାଇଟ୍ କରିବାକୁ ହେବ। ଫଳରେ ନିଜର ଫଲୋର୍ସମାନଙ୍କ କରେଣ୍ଟ୍ ଷ୍ଟୋରୀ ପ୍ରତି ଧ୍ୟାନ ଆସିବ।

Advertisment

ଇନ୍‌ଫ୍ଲ୍ୟୁଏନ୍ସରମାନଙ୍କ ସହିତ ସହଯୋଗ:

ଆଜି ଅନେକ ଲୋକ ଆପ୍ ମାଧ୍ୟମରେ ଇନଷ୍ଟାଗ୍ରାମ ଷ୍ଟୋରୀ ଭିୟୁ ବୃଦ୍ଧି କରୁଛନ୍ତି, କିନ୍ତୁ ଏହା ବେଶି ଦିନ ରହିବ ନାହିଁ। ଅନ୍ୟ ଏକ ଉପାୟ ଅଛି ଯାହା ଦ୍ୱାରା ଆପଣ ଇନଷ୍ଟାଗ୍ରାମ ଷ୍ଟୋରୀ ଭିୟୁକୁ ଅତି ଶୀଘ୍ର ବଢାଇ ପାରିବେ।

ଏହି ଉପାୟ ହେଉଛି ଇନ୍‌ଫ୍ଲ୍ୟୁଏନ୍ସରମାନଙ୍କ ସହିତ ସହଯୋଗ କରିବା। ଏହା ଆପଣଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀକୁ ଏକ ବଡ ଦର୍ଶକ ପ୍ରଦାନ କରିପାରିବ। ଯାହାଫଳରେ ଇନଷ୍ଟାଗ୍ରାମ ଷ୍ଟୋରୀ ଅତି ଶୀଘ୍ର ବଢିପାରେ।

ନିଜ ଶ୍ରୋତାମାନଙ୍କ ସହିତ ଯୋଗାଯୋଗ:

ଯଦି ଆପଣ ପ୍ରତିଦିନ ମାଗଣାରେ ୫୦୦ ଇନଷ୍ଟାଗ୍ରାମ ଷ୍ଟୋରୀ ଭିୟୁ ବଢାଇବାକୁ ଚାହାଁନ୍ତି, ତେବେ ଆଜିଠାରୁ କମେଣ୍ଟ୍, ଡାଇରେକ୍ଟ ମେସେଜ୍ ଏବଂ ମେନ୍‌ସନ୍ ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରନ୍ତୁ। ନିଜର ଶ୍ରୋତାମାନଙ୍କ ସହିତ ଯେତେ ଅଧିକ ଜଡିତ ହେବେ, ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଧିକ ଭିୟୁ ପାଇବେ। ଏହା ସହିତ, ଆରମ୍ଭରେ Interactive features ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଇନଷ୍ଟାଗ୍ରାମରେ ଥିବା polls, quizzes, question stickers ଭଳି Interactive features ବ୍ୟବହାର କରିବା ଉଚିତ।

Instagram Social Media Instagram Reels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ