Pet Clinic
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଯାହାକୁ ଦେଖିଲେ ଆପଣଙ୍କ ମନକୁ ବି ଲାଗିବ ଆଘାତ । ଏକ ପେଟ୍ କ୍ଲିନିକ୍କୁ ଚିକିତ୍ସା ପାଇଁ ଆସିଥିବା କୁକୁରକୁ ବିଧା ଗୋଇଠା ମାରୁଛନ୍ତି ଦୁଇ ଯୁବବ । ଭିଡିଓକୁ ଦେଖିଲେ ଯାହା ଜଣାପଡ଼ୁଛି କୁକୁରକୁ ମାଡ଼ ମାରୁଥିବା ଦୁଇ ବ୍ୟକ୍ତି ହେଲେ ସେହି ପେଟ୍ କ୍ଲିନିକ୍ର କର୍ମଚାରୀ । କୁକୁରର ମାଲିକ ଚିକିତ୍ସା ପାଇଁ କୁକୁରକୁ ଛାଡ଼ିଥିବା ବେଳେ ଏମାନେ ଏଭଳି ବ୍ୟବହାର କରୁଛନ୍ତି । ଯାହାକି କଦାପି ଗ୍ରହଣୀୟ ନୁହେଁ ।
ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି । ମଙ୍ଗଳବାର ପୋଲିସ ପାଖରେ ମଧ୍ୟ ଏନେଇ ଖବର ପହଞ୍ଚିଥିଲା । ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାଟି ମହାରାଷ୍ଟ୍ର ଥାନେ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁଇ ଯୁବକ କୁକୁରଙ୍କୁ ଏତେ ଜୋରରେ ମାଡ଼ ମାରୁଛନ୍ତି ଯେ, ମାଡ଼ ବାଜିବା ଶବ୍ଦ ମଧ୍ୟ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ।
କୁକୁରକୁ ଏକ ଟେବୁଲ ଉପରେ ଜୋର ଜବରଦସ୍ତ ବସାଇବା ପରେ ତାକୁ ପ୍ରଥମେ ମୁଥା ବା ବିଧା ମରାଯାଇଥିଲା । କଷ୍ଟ ସହି ନପାରି ଛାଟିପିଟି ହୋଇ କୁକୁରଟି ଟେବୁଲ ଉପରୁ ତଳକୁ ଖସିପଡ଼ିଥିଲା । ଏହି ସମୟରେ ବ୍ୟକ୍ତି ଜଣକ ତାକୁ ପୁଣି ଏକ ଗୋଇଠା ମାରିଥିଲେ । ପରେ କୁକୁରଟି ଭୟରେ ସେଠାରୁ ଦୌଡ଼ି ବାହାରି ଯାଇଥିଲା । ଭିଡିଓରେ ଜଣେ ବ୍ୟକ୍ତିଙ୍କ ଛବି ସମ୍ପୂର୍ଣ୍ଣ ଜଣାପଡ଼ୁଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କର କେବଳ ହାତ ଦେଖାଯାଉଛି ।
ଅନେକ ବଲିଉଡ କଳାକାର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ନିରିହ ପଶୁମାନଙ୍କ ପ୍ରତି ଏଭଳି ଅତ୍ୟାଚାର ଠିକ୍ ନୁହେଁ ବୋଲି ସୋସିଆଲ ମିଡିଆରେ ଅନେକ ମତ ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Pet_Clinic_1707904241.jpg)