VIral video : ହଠାତ୍‌ ଆକାଶରୁ ହେଲା କୀଟ ବର୍ଷା !!!

କାର୍‌, ରାସ୍ତା ଚାରିଆଡ଼େ ପୋକ ସାଲୁବାଲୁ(Worm Rain) । ଛତା ନେଇ ଘରୁ ବାହାରିବାକୁ ପରାମର୍ଶ ।

China Worm Rain

ଆକଶରୁ ବର୍ଷିଲା କୀଟ । କଥାଟି ଅବିଶ୍ୱସନୀୟ ମନେ ହେଉଥିଲେ ସୁଦ୍ଧା ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି । ଚୀନର ଲିଆଓନିଙ୍ଗ ପ୍ରାନ୍ତରେ ଏଭଳି ଅଜବ ଧରଣର ଘଟଣା ଦେଖିବାକୁ ମିଳିଛି । ରାସ୍ତା କଡ଼ରେ ପାର୍କିଂ ହୋଇଥିବା କାର୍‌ ଉପରେ କୀଟ ବର୍ଷା ହୋଇଛି । ଆକାଶମାର୍ଗରୁ ଖସିଥିବା କୀଟର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ଫଳରେ କାର୍ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କୀଟପରେ ଆଚ୍ଛାଦିତ ହୋଇଥିବା ବେଳେ ରାସ୍ତାରେ ମଧ୍ୟ ମେଞ୍ଚା ମେଞ୍ଚା କୀଟ ପଡ଼ିଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଚୀନ୍‌ର ଲିଆଓନିଙ୍ଗ ପ୍ରଦେଶରେ ରହୁଥିବା ଲୋକଙ୍କ ଅନୁସାରେ, ହଠାତ୍‌ ଆକାଶରୁ କୀଟପତଙ୍ଗ ଭଳି ଜିନିଷ ବର୍ଷା ହୋଇଥିଲା ।    ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ସେଗୁଡ଼ିକ ବଡ଼ ବଡ଼ ଜିଆ ପରି . . । କୀଟ ଗୁଡ଼ିକ କାରରେ ଏବଂ ଲିଆଓନିଙ୍ଗ ରାସ୍ତାରେ ବିଛାଡି ହୋଇପଡ଼ିଥିବା ଦେଖାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଥିପାଇଁ ଚୀନର ଅଧିକାରୀମାନେ ଲୋକଙ୍କୁ ବାହାରକୁ ବାହାରିଲେ ଛତା ନେଇ ବାହାରିବାକୁ ପରାମର୍ଶ ଦେଇଥିଲେ ।

ତେବେ ଏହା ପଛରେ ଭିନ୍ନ ଭିନ୍ନ କାରଣ ଥିବା କୁହାଯାଉଛି । ଏଗୁଡ଼ିକ କୀଟ ନୁହେଁ ବରଂ ଚୀନରେ ବହୁଳ ଭାବେ ଦେଖାଯାଉଥିବା ଏକ ଫୁଲର କଢ ବୋଲି କୁହାଯାଉଛି । ଲିଆଓନିଙ୍ଗ ପ୍ରାନ୍ତରେ ସେହି ଫୁଲ ଫୁଟୁଥିବା ଗଛ ଅନେକ ସଂଖ୍ୟାରେ ଦେଖିବାକୁ ମିଳେ । ତେବେ ଗଛରେ ଯେବେ କଢ ହୁଏ, ତାହା ପ୍ରାୟତଃ ଏପରି କୀଟ ପରି ତଥା ଜିଆ ପରି ଦେଖାଯାଏ । ଆଉ କିଛି ଲୋକଙ୍କ କହିବା ଅନୁସାରେ ଏହା ଆସପେନ ଗଛର ମଞ୍ଜି । ବସନ୍ତ ଋତୁରେ ଏହି ଗଛର ମଞ୍ଜି ଖସିପଡ଼ିଥାଏ । ତେବେ ଏନେଇ ସରକାରଙ୍କ ପକ୍ଷରୁ ଏନେଇ କୌଣସି ବୟାନ୍‌ ଜାରି କରାଯାଇ ନାହିଁ ।