Cannabis
‘ବଜାରରେ ଚକଲେଟ୍ ଯେମିତି ଅତି ସହଜରେ ମିଳୁଛି, ଗଞ୍ଜେଇ ବି ସେମିତି ଅତି ସହଜରେ ମିଳିପାରୁଛି ।’ ଆପଣ ଭାବୁଥିବେ ଏଠି ଆମେ ଗଞ୍ଜେଇର ପ୍ରଚାର କରୁଛୁ । ଆଜ୍ଞା ନା । ଆମେ ଆଜି ଏକ ଭାଇରାଲ ଭିଡିଓ ବିଷୟରେ ଆପଣଙ୍କୁ କହୁଛୁ । ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । କଲେଜ ଛାତ୍ରଛାତ୍ରୀମାନେ ଏଥିରେ ଖୁବ୍ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରୁଛନ୍ତି । ଭିଡିଓଟି ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ ।
ଭିଡିଓରେ ଯୁବକ ଜଣକ ଯାହା କହୁଛନ୍ତି ତାହା ଅତି ସାଧାରଣ କଥା । କିନ୍ତୁ ସେ ଏମିତି ଏକ ସ୍ଥାନରେ ତାହା କହୁଛନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଡିଓରେ ଯୁବକଙ୍କ କଥା ଶୁଣିଲେ ଜଣାପଡ଼ୁଛି ଯେ, ଯୁବକ ଜଣକ କୌଣସି ଏକ ନିଶାମୁକ୍ତ କ୍ୟାମ୍ପେନ୍ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ସେ ଜଣେ ବିଶ୍ୱବିଦ୍ୟାଳୟ ଛାତ୍ର । ତାଙ୍କ ସହ ସେଠାରେ ୪ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି । ଆଉ ଷ୍ଟେଜ୍ରେ ଅଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।
ଯୁବକ ଜଣକ ଯେଉଁଭଳି ଚମତ୍କାର ଢ଼ଙ୍ଗରେ ପୋଲିସକୁ ଗଞ୍ଜେଇ ବିକ୍ରି ବିଷୟରେ କହୁଛନ୍ତି ତାହା ଶୁଣି ପୋଲିସ ଅଧିକାରୀ ବି ଚୁପ୍ । ସତେ ଯେମିତି ଉତ୍ତର ଶୂନ୍ୟ । ଆଉ ଯୁବକଙ୍କ କଥା ଅନ୍ୟ ଛାତ୍ରଛାତ୍ରୀମାନେ ତାଳି ମାରି ସ୍ୱାଗତ କରିଛନ୍ତି ।
ଭିଡିଓରେ ଯୁବକ ଜଣକ ସିଧାସିଧା ପୋଲିସର ଅପରଗତା ବିଷୟରେ ବଖାଣୁଛନ୍ତି । ସେ ହସ ମଜା ଛଳରେ କହିଛନ୍ତି, ‘ବିଶ୍ୱବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସୁଥିବା ପ୍ରଥମ ବର୍ଷ ଛାତ୍ର ବି ଜାଣିପାରୁଛି ସେହି ପାଖାପାଖି ଗଞ୍ଜେଇ କେଉଁଠି ମିଳୁଛି । କିନ୍ତୁ ପୋଲିସ ଜାଣିପାରୁନି । ବର୍ତ୍ତମାନ ସମୟରେ ଦୋକାନରେ ଚକଲେଟ୍ ମିଳିବା ଭଳି ଗଞ୍ଜେଇ ବି ଉପଳବ୍ଧ । କିନ୍ତୁ ପୋଲିସ ସେମାନଙ୍କୁ ଧରିପାରୁନି କି ଜାଣିପାରୁନି । ହେଲେ ବିଶ୍ୱବିଦ୍ୟାଳୟକୁ ଆସୁଥିବା ନୂଆ ନୂଆ ପିଲା କିନ୍ତୁ ଅତି ସହଜରେ ଜାଣିପାରୁଛି ।’
ଆଉ ଶେଷରେ ଯୁବକ ଜଣକ କହିଛନ୍ତି ‘ପାଖରେ ପୋଲିସ ଥାନା ରହିଛି । ଆଉ ସେହି ଥାନା ସମ୍ମୁଖରେ ହିଁ ଏକ ଦୋକାନରେ ଗଞ୍ଜେଇ ବିକ୍ରି ହେଉଛି । ତାହା କ’ଣ ପୋଲିସ ଜାଣିପାରୁନି । ଏହାକୁ ଆମେ କ’ଣ କହିବା, ପୋଲିସର ଅପାରଗତା ନା ଆଉ କିଛି ?’
ତେଣୁ ଯେତେ ଦିନ ଯାଏଁ ଏଭଳି ଚାଲିଥିବ ସେତେ ଦିନ ଯାଏ ଏଭଳି ନିଶାମୁକ୍ତି ଅଭିଯାନର କିଛି ମୂଲ୍ୟ ରହିବ ନାହିଁ ବୋଲି ଭିଡିଓରେ ଅନେକ ମତ ଦେଇଛନ୍ତି । ତେବେ ଭାଇରାଲ ଭିଡିଓରେ ଥିବା ଯୁବକ ଜଣକ ବିଆର୍ ଆମ୍ବେଦକର ନାସନାଲ ଲ’ ୟୁନିଭର୍ସିଟିର ଛାତ୍ର ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Cannabis_1709898834.jpg)