Advertisment

ନିଆରା ନିମନ୍ତ୍ରଣ ପତ୍ର.. ବର ପିତା କହିଲେ, ଗିଫ୍ଟ ଆଣନି ମୋଦିଙ୍କୁ ଭୋଟ ଦିଅ

ପୁଅର ବିବାହ ଭୋଜିରେ ଅତିଥିଙ୍କୁ ଉପହାର ଆଣିବାକୁ ମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦେବା ପାଇଁ ଅପିଲ୍‌ କଲେ ବର ପିତା।

ଅଦ୍ୟତନ ହୋଇଛି
Wedding Card:Vote for PM Modi Instead Of Gifts

Wedding Card

Advertisment

ପୁଅ ବାହାଘରରେ ବାପାଙ୍କ ନିଆରା ସ୍ଲୋଗାନ। ନିମନ୍ତ୍ରଣ ପତ୍ରରେ ଲେଖିଲେ କିଛି ଏମିତି କଥା। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ପୁଅର ବିବାହ ଭୋଜିରେ ଅତିଥିଙ୍କୁ ଉପହାର ଆଣିବାକୁ ମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦେବା ପାଇଁ ଅପିଲ୍‌ କଲେ ବର ପିତା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମୁଣ୍ତ ଉପରେ ସାଧାରଣ ନିର୍ବାଚନ। ତାରିଖ ଘୋଷଣା ପରେ ତତ୍ପର ହୋଇଗଲେଣି ରାଜନୈତିକ ଦଳର ପ୍ରତିଟି କର୍ମୀ। ନିଜ ଦଳକୁ ଜିତାଇବା ପାଇଁ ଆରମ୍ଭ କଲେଣି କ୍ୟାମ୍ପେନିଂ। ଏବେ ବିବାହର ନିମନ୍ତ୍ରଣ ପତ୍ରରେ ବି କ୍ୟାମ୍ପେନିଂ ଆରମ୍ଭ ହୋଇଯାଇଛି। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ। ପୁଅର ବିବାହ ଭୋଜିରେ ଉପହାର ଆଣିବାକୁ ମନା କରିଛନ୍ତି ବାପା। ତା ବଦଳରେ ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୋଟ୍‌ ଦେବା ପାଇଁ ଅନୁରୋଧ କରିଛନ୍ତି। ବିବାହର ନିମନ୍ତ୍ରଣ ପତ୍ରର ଏକ ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ସାଇ କୁମାର ଓ ମହିମା ରାଣୀଙ୍କ ବିବାହ ନିମନ୍ତ୍ରଣ ପତ୍ରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ସାଇଙ୍କ ବାପା ନରସିମହାଲୁ କହିଛନ୍ତି, ଆପଣ ଯଦି ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୋଟ ଦେବେ, ତାହା ଆମ ପାଇଁ ବଡ଼ ଉପହାର ହେବ। ଏପ୍ରିଲ ୪ରେ ଏହି ବିବାହ ଭୋଜିର ଆୟୋଜନ କରାଯାଇଛି। ନିମନ୍ତ୍ରଣ କାର୍ଡରେ ମୋଦିଙ୍କ ଫଟୋ ମଧ୍ୟ ରହିଛି।

Advertisment

ବ୍ୟକ୍ତି ଜଣକ ଏହି ଲେଖା ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଦଳ ପ୍ରତି ଥିବା ସମ୍ମାନ ଦର୍ଶାଇଥିବା ଜଣାପଡ଼ିଛି। ତେବେ ଏହା କ୍ୟାମ୍ପେନିଂର ଏକ ନିଆରା ଉପାୟ। ତେବେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳଙ୍କ ଅଙ୍କକଷା ଆରମ୍ଭ ହୋଇଯାଇଛି। ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଭିନ୍ନ ଦଳ କସରତ ଆରମ୍ଭ କରୁଛନ୍ତି।

PM Narendra Modi Wedding Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ