Advertisment

ବୈଜ୍ଞାନିକଙ୍କ ଖୋଜ୍: ଏମିତି ହେବ ପୃଥିବୀର ଅନ୍ତ

ଅନେକଙ୍କ ମୁହଁରୁ ଆପଣ ଶୁଣିଥିବେ ଦିନେ ନା ଦିନେ ଏ ପୃଥିବୀ ଧ୍ୱଂସ ହେବ। କେହି କେହି ଏହା ମଧ୍ୟ କୁହନ୍ତି କଳିଯୁଗ ଶେଷ ହେବା ବେଳେ ଏ ପୃଥିବୀର ଅନ୍ତ ହେବ। ଏହାକୁ ବିଶ୍ୱାସ କରାଗଲେ ବେଳେ ବେଳେ ମନରେ ପ୍ରଶ୍ନ ଆସେ ଯେ ପୃଥିବୀର ଶେଷ କିପରି ହେବ?

Scientists have found out how the earth will end

Scientists have found out how the earth will end

Advertisment

ଅନେକଙ୍କ ମୁହଁରୁ ଆପଣ ଶୁଣିଥିବେ ଦିନେ ନା ଦିନେ ଏ ପୃଥିବୀ ଧ୍ୱଂସ ହେବ। କେହି କେହି ଏହା ମଧ୍ୟ କୁହନ୍ତି କଳିଯୁଗ ଶେଷ ହେବା ବେଳେ ଏ ପୃଥିବୀର ଅନ୍ତ ହେବ। ଏହାକୁ ବିଶ୍ୱାସ କରାଗଲେ ବେଳେ ବେଳେ ମନରେ ପ୍ରଶ୍ନ ଆସେ ଯେ ପୃଥିବୀର ଶେଷ କିପରି ହେବ?

Advertisment

ଲୋକମାନେ ପ୍ରାୟତଃ କୁହନ୍ତି ଯେ ମହାକାଶରୁ ଏକ ବିରାଟ ପଥର ବା ଉଲ୍‌କାପିଣ୍ଡ ପୃଥିବୀ ସହ ଧକ୍କା ହେବ, ତା’ପରେ ପୃଥିବୀ ଅନେକ ଖଣ୍ଡରେ ବିଭକ୍ତ ହୋଇ ନଷ୍ଟ ହୋଇଯିବ। ତେବେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଖୋଜିବା ପାଇଁ ବୈଜ୍ଞାନିକମାନେ ଦୀର୍ଘ ସମୟ ଧରି ଗବେଷଣା ଏବଂ ଅଧ୍ୟୟନ କରୁଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ଏ ଦିଗରେ ସଫଳତା ପାଇଛନ୍ତି। ଏକ ନୂଆ ଅଧ୍ୟୟନରେ, ବୈଜ୍ଞାନିକମାନେ ଏକ ବାହ୍ୟ ଗ୍ରହରୁ ସୂଚନା ପାଇଛନ୍ତି ଯେ ପୃଥିବୀର ଶେଷ କିପରି ହେବ?

ବୈଜ୍ଞାନିକଙ୍କ ଅନୁଯାୟୀ, ପୃଥିବୀର ଅସ୍ତିତ୍ୱ ସୂର୍ଯ୍ୟଙ୍କ ଅସ୍ତିତ୍ୱ କାରଣରୁ ହୋଇଥାଏ। ଏହା ସ୍ପଷ୍ଟ ଯେ ଯେପର୍ଯ୍ୟନ୍ତ ପୃଥିବୀ ସୂର୍ଯ୍ୟଙ୍କଠାରୁ ଆଲୋକ ପାଉଥିବ, ସେପର୍ଯ୍ୟନ୍ତ ଆମ ଗ୍ରହର ଅସ୍ତିତ୍ୱ ରହିବ। ଏହି ନୂଆ ଅଧ୍ୟୟନରେ, ବୈଜ୍ଞାନିକମାନେ ଏକ ବାହ୍ୟଗ୍ରହ ନିଜ ତାର ଆଡକୁ ମୁହାଁମୁହିଁ ହେବାକୁ ଦେଖିଛନ୍ତି। ଧୀରେ ଧୀରେ, ଏହି ବାହ୍ୟଗ୍ରହର କକ୍ଷପଥ ସମାପ୍ତ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଗ୍ରହମାନଙ୍କର ଜୀବନଚକ୍ର ବୁଝିବା ଦୃଷ୍ଟିକୋଣରୁ ଏହି ଅଧ୍ୟୟନ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହେବ।

Advertisment

ଅନୁସନ୍ଧାନକାରୀମାନେ ଏହା ପୂର୍ବରୁ ଜାଣିସାରିଛନ୍ତି ଯେ ବାହ୍ୟଗ୍ରହଗୁଡିକ ତାରାଗୁଡିକ ସହିତ ମିଶି ନଷ୍ଟ ହୋଇଯାଆନ୍ତି। ଅଦ୍ୟାବଧି ଏହାକୁ କେବଳ ତତ୍ତ୍ୱଗତ ଭାବରେ ବିବେଚନା କରାଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଗ୍ରହ ଧ୍ୱଂସ ହୋଇଥିବାର ଦେଖାଯାଇ ନାହିଁ। ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ଏହି ଅଧ୍ୟୟନରେ ଏହି ପୂରା ଘଟଣା ଦେଖିବାର ସୁଯୋଗ ପାଇଛନ୍ତି। ନାସା ୨୦୦୯ରେ ନିଜେ ଟେଲିସ୍କୋପ ସାହାଯ୍ୟରେ ନିଜ ତାରା ଆଡକୁ ଗତି କରୁଥିବା ବାହ୍ୟ ଗ୍ରହ କେପଲର୍ ୧୬୫୮ ବିକୁ ଆବିଷ୍କାର କରିଥିଲା। ତେବେ ଏହି ବାହ୍ୟ ଗ୍ରହର ଅସ୍ତିତ୍ୱକୁ ନିଶ୍ଚିତ କରିବାକୁ ବୈଜ୍ଞାନିକମାନଙ୍କ ପାଇଁ ଏକ ଦଶନ୍ଧି ସମୟ ଲାଗିଯାଇଛି।

ବୈଜ୍ଞାନିକଙ୍କ ଅନୁଯାୟୀ ଏହି ବାହ୍ୟ ଗ୍ରହ ଏବଂ ବୃହସ୍ପତି ମଧ୍ୟରେ ଅନେକ ସମାନତା ଅଛି। ଉଭୟର ଆକାର ଏବଂ ଓଜନ ପ୍ରାୟ ସମାନ। ଉଭୟଙ୍କ ମଧ୍ୟରେ କେବଳ ପାର୍ଥକ୍ୟ ହେଉଛି ବାହ୍ୟ ଗ୍ରହ ନିଜର ତାରାର ଅତି ନିକଟତର ହୋଇଯାଇଛି ।

Advertisment

ଏହି ଦୁଇ ଗ୍ରହ ମଧ୍ୟରେ ଦୂରତା ସୂର୍ଯ୍ୟ ଏବଂ ବୁଧ ମଧ୍ୟରେ ଥିବା ଦୂରତାର ଅଷ୍ଟମ ଭାଗ ସହିତ ସମାନ ରହିଛି। ଏହିପରି ବାହ୍ୟ ଗ୍ରହର ଅନ୍ତ କକ୍ଷପଥ ସମାପ୍ତ ହେବାପରେ ତାରା ସହ ମିଶି ଶେଷ ହୁଏ। ବୈଜ୍ଞାନିକଙ୍କ ଅନୁଯାୟୀ ବାହ୍ୟ ଗ୍ରହର କକ୍ଷପଥ ପ୍ରତିବର୍ଷ ହ୍ରାସ ପାଉଛି। ତଥାପି ଏହା ଅତି ମନ୍ଥର ଗତିରେ ଏହାର ସୂର୍ଯ୍ୟ ଆଡକୁ ଗତି କରୁଛି। ବାହ୍ୟ ଗ୍ରହର କକ୍ଷପଥ ପ୍ରତିବର୍ଷ ୧୩୧ ମିଲିସେକେଣ୍ଡ ହାରରେ ହ୍ରାସ ପାଉଛି।

ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଯେକୌଣସି ଗ୍ରହ ଏବଂ ଏହାର ସୂର୍ଯ୍ୟ ମଧ୍ୟରେ ଥିବା ମାଧ୍ୟାକର୍ଷଣ ଶକ୍ତି ପରସ୍ପରର ଆକାରରେ ପରିବର୍ତ୍ତନ ଆଣେ। ଏହି ପରିବର୍ତ୍ତନ ହେତୁ ଜବରଦସ୍ତ ଉର୍ଜା ବାହାରିଥାଏ। ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଏଭଳି ଉର୍ଜା ବୃହସ୍ପତି ଗ୍ରହ ଏବଂ ଏହାର ଚନ୍ଦ୍ର ମଧ୍ୟରେ ମାଧ୍ୟାକର୍ଷଣ ଶକ୍ତି ହେତୁ ମଧ୍ୟ ସୃଷ୍ଟି ହେଉଛି।

Solar System Nasa Study
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ