Advertisment

କଥା କହୁଛି ଗଛ...ଦେଉଛି ସତର୍କ ସୂଚନା...ସାମନାକୁ ଆସିଲା ଭିଡିଓ...

କଥା କୁହା ଗଛ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମଣିଷଙ୍କ ପରି ଗଛ ମଧ୍ୟ କଥା କହେ । ଭାବ ଆଦାନପ୍ରଦାନ କରେ। ମଣିଷ ପରି ଗଛର ମଧ୍ୟ ଭାଷା ରହିଛି। ନିକଟରେ ଏପରି କିଛି ଗବେଷଣା କରି କହିଛନ୍ତି ଜାପାନର ଏକ ବୈଜ୍ଞାନିକ ଟିମ୍।

ଅଦ୍ୟତନ ହୋଇଛି
Talking Tree

Talking Tree

Advertisment

କଥା କୁହା ଗଛ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମଣିଷଙ୍କ ପରି ଗଛ ମଧ୍ୟ କଥା କହେ । ଭାବର ଆଦାନପ୍ରଦାନ କରେ। ମଣିଷ ପରି ଗଛର ମଧ୍ୟ ଭାଷା ରହିଛି। ନିକଟରେ ଏପରି କିଛି ଗବେଷଣା କରି କହିଛନ୍ତି ଜାପାନର ଏକ ବୈଜ୍ଞାନିକ ଟିମ୍। ସେମାନେ ଏକ ଭିଡିଓ ଉତ୍ତୋଳନ କରିଛନ୍ତି, ଯେଉଁଠି ଗଛ ପରସ୍ପର ସହ କଥା ହେଉଥିବା ନଜର ଆସିଛନ୍ତି।

Advertisment

ସାଇନ୍ସ ଆଲର୍ଟ ଅନୁସାରେ ଗଛ ବାୟୁରେ ଥିବା ଯୌଗିକ ସଂସ୍ପର୍ଶରେ ଆସି ଯୋଗାଯୋଗ କରିଥାଆନ୍ତି। ଏହି ଯୋଗିକ ଘ୍ରାଣ ଶକ୍ତି ଭଳି ହୋଇଥାଏ ଯାହା ନିକଟରେ ଥିବା ଗଛକୁ ବିପଦ ଥିବା ସଂକେତ ଦେଇଥାଏ। ବୈଜ୍ଞାନିକଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓରେ ଗଛଗୁଡିକ ବାୟୁରେ ଥିବା ଆଲାର୍ମକୁ କିପରି ବ୍ୟବହାର କରନ୍ତି ତାହା ଦେଖିବାକୁ ମିଳିଛି।

ଏନେଇ ନେଚର କମ୍ୟୁନିକେସନ ପତ୍ରିକାରେ ପ୍ରକାଶ କରିଛନ୍ତି ସୈତାମା ବିଶ୍ୱବିଦ୍ୟାଳୟର ଆଣବିକ ଜୀବ ବିଜ୍ଞାନୀ ମାସାତ୍ସୁଗୁ। କିପରି ଗୋଟିଏ ‍କ୍ଷତିଗ୍ରସ୍ତ ଗଛ କୀଟ ଭୋଲାଟାଇଲ ଅର୍ଗାନିକ କମ୍ପାଉଣ୍ଡ ସହ ପ୍ରତିକ୍ରିୟା କରେ ତାହା ଟିମ ଦେଖାଇଛି। ଅଧ୍ୟୟନରେ କୁହାଯାଇଛି, ଗଛଗୁଡିକ ପ୍ରେରିତ ହୋଇଥିବା ଭିଓସିକୁ ପ୍ରଥମେ ବୁଝନ୍ତି। ଏହାପରେ ସେମାନେ ବିଭିନ୍ନ ରକ୍ଷା ପ୍ରତିକ୍ରିୟା ପଠାଇଥାଆନ୍ତି। ଏହିଭଳି ପାରସ୍ପରିକ ଯୋଗାଯୋଗ ସେମାନଙ୍କୁ ଆସୁଥିବା ବିପଦରୁ ବଞ୍ଚାଇଥାଏ।

Advertisment

ଏହି ଯୋଗାଯୋଗକୁ ପ୍ରାପ୍ତ କରିବା ପାଇଁ ବୈଜ୍ଞାନିକମାନେ ପତ୍ର ଏବଂ ପ୍ରଜାପତି ସହ ଜଡିତ ଏକ ବାୟୁଚାଳିତ ପମ୍ପର ବ୍ୟବହାର କରିଥିଲେ। ସେହିପରି ସାଧାରଣ ଆରାବିଡୋପସିସ୍ ଥାଲିଆନା ସହିତ  ସୋରିଷ ପ୍ରଜାତିର ଏକ ତୃଣକ ବ୍ୟବହାର କରିଥିଲେ। ସାଇନ୍ସ ଆଲର୍ଟ ଅନୁସାରେ, କୀଟଙ୍କୁ ଏହି ଗଛରେ ଛଡାଗଲା ଯେପରି ସେମାନେ ପତ୍ର ଆଦି ଖାଇପାରିବେ। ଏହି ସମୟରେ ସେମାନେ ସଂକେତ ପାଇଥିଲେ। 

Advertisment

ବୈଜ୍ଞାନିକମାନେ ଏଥିପାଇଁ ଏକ ବାୟୋସେନସରର ବ୍ୟବହାର କରିଥିଲେ। ଏହା ମାଧ୍ୟମରେ ସେମାନେ ଗଛରୁ ଉତ୍ପନ୍ନ ହେଉଥିବା ଚମକଦାର ସବୁଜ ଓ କ୍ୟାଲସିୟମ ଆୟନ ଦେଖିବାକୁ ପାଇଥିଲେ। କ୍ୟାଲସିୟମ ଆୟନ ମନୁଷ୍ୟ କୋଷରେ ସଂଚାଳନରେ ସାହାଯ୍ୟ କରିଥାଏ। କ୍ଷତିଗ୍ରସ୍ତ ଗଛ ତା ନିକଟରେ ଥିବା ଅନ୍ୟ ଏକ  ଗଛ ସହ ଏହି ତରଂଗ ଦ୍ୱାରା ଯୋଗାଯୋଗ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। Z-3-HAL ଓ E-2-HAL ନାମକ ଦୁଇଟି ଯୌଗିକ ଆରାବିଡୋପସିସରେ ସଂକେତ ପଠାଇଥିଲେ। ଏହିପରି ଭାବରେ ଗଛ ପରସ୍ପର ସହ ଯୋଗାଯୋଗ କରୁଥିବା ଜଣାପଡିଛି।

Science
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ