Advertisment

ମହାକାଶରେ ଭାରତର ପ୍ରଥମ ସୂର୍ଯ୍ୟ ମିଶନ୍ ଆଦିତ୍ୟ L1,ଆଜି ହେବ ପ୍ରଥମ ଅର୍ବିଟ୍ ରେଜିଂ

ଆଜି ଦିନ ୧୧ଟା ୪୫ରେ ପ୍ରଥମ ଥର ପାଇଁ କକ୍ଷପଥ ପରିବର୍ତ୍ତନ କରିବ । ୧୬ଦିନ ଭିତରେ ପୃଥିବୀ ଚାରିପଟେ ୫ ଥର ବୁଲି କକ୍ଷ ପ୍ରସାରିତ କରିବ ।

ଅଦ୍ୟତନ ହୋଇଛି
Aditya L1

Aditya L1

Advertisment

ମହାକାଶରେ ଭାରତର ପ୍ରଥମ ସୂର୍ଯ୍ୟ ମିଶନ୍ ଆଦିତ୍ୟ L1। ଆଜି ହେବ ପ୍ରଥମ ଅର୍ବିଟ୍ ରେଜିଂ। ଗତକାଲି ସଫଳତାର ସହ ଉତକ୍ଷେପଣ ହେବା ପରେ, ଆଜି ଦିନ ୧୧ଟା ୪୫ରେ ଏହା ପ୍ରଥମ ଥର ପାଇଁ କକ୍ଷପଥ ପରିବର୍ତ୍ତନ କରିବ । ମୋଟ ୧୬ଦିନ ଭିତରେ ପୃଥିବୀ ଚାରିପଟେ ୫ ଥର ବୁଲି ନିଜ କକ୍ଷପଥକୁ ପ୍ରସାରିତ କରିବା ପରେ, ନିଜ ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇଯିବ ଆଦିତ୍ୟ L1।

Advertisment

ଲଞ୍ଚିଂ ଠାରୁ ୧୨୫ ଦିନ ପରେ, ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜ୍ ପଏଣ୍ଟ ବା L1ରେ ପହଞ୍ଚିବ। ସେଠାରେ ଏକ ହାଲୋ ଅର୍ବିଟରେ ବୁଲି ୫ ବର୍ଷ ଯାଏଁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ସଂପର୍କିତ ତଥ୍ୟ ସଂଗ୍ରହ କରିବ। ଗତକାଲି ଦିନ ୧୧ଟା ୫୦ରେ ଶ୍ରୀହରିକୋଟ୍ଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ PSLV-C57 ରକେଟ୍ ସହାୟତାରେ ଆଦିତ୍ୟ-L1ର ସଫଳ ଉତକ୍ଷେପଣ ହୋଇଥିଲା।

ଏହା ହେଉଛି ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଭାରତର ପ୍ରଥମ ସ୍ପେଶ୍ ଅବଜର୍ଭେଟୋରି। ସୂର୍ଯ୍ୟର ବିଭିନ୍ନ ସ୍ତର, ସୌର ପବନ ବା ସୋଲାର ୱିଣ୍ଡ୍ ଏବଂ ବିଭିନ୍ନ ଆଲୋକରଶ୍ମି ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଏଥିରେ ୭ଟି ପେ'ଲୋଡ୍ ବା ଯନ୍ତ୍ରା ଖଞ୍ଜାଯାଇଛି ।...

Advertisment
Solar Mission Aditya-L1
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ