Advertisment

ଇସ୍ରୋ ପାଇଁ ଅଗ୍ନି ପରୀକ୍ଷା, ପ୍ରପଲ୍ସନ ମଡ୍ୟୁଲରୁ ବିଚ୍ଛିନ୍ନ ହେବ ଚନ୍ଦ୍ରୟାନର ଲ୍ୟାଣ୍ଡର୍

ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା । ଆଜି ଇସ୍ରୋ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା ।

ଅଦ୍ୟତନ ହୋଇଛି
Chandrayaan 3 LIVE updates

Chandrayaan-3

Advertisment

ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା। ଆଜି ଇସ୍ରୋ ପାଇଁ ଆଉ ଏକ ବଡ଼ ଅଗ୍ନି ପରୀକ୍ଷା । ଆଜି ଆଉ ଏକ ବଡ଼ ଜଟିଳ ପ୍ରକ୍ରିୟା ସମ୍ପାଦନ କରାଯିବ । ପ୍ରପଲସନ୍ ମଡ୍ୟୁଲରୁ ବିଚ୍ଛିନ୍ନ ହେବ ଚନ୍ଦ୍ରୟାନର ଲ୍ୟାଣ୍ଡର୍ ।

Advertisment

ଏପର୍ଯ୍ୟନ୍ତ ସ୍ପେଶ କ୍ରାଫ୍ଟର ଗତିପଥ ପରିବର୍ତ୍ତନରେ ସହାୟକ ହେଉଥିବା ପ୍ରପଲ୍ସନ ମଡ୍ୟୁଲ ବା ଏକ ଛୋଟ ରକେଟ୍ ଆଜି ଅଲଗା ହୋଇଯିବା ପରେ, ଲ୍ୟାଣ୍ଡର ନିଜେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ଏହା ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର ପଥରୁ ଅବତରଣ ଆରମ୍ଭ କରିବ ।

ସବୁକିଛି ଠିକ୍ ଚାଲିଲେ, ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ତା ଭିତରୁ ରୋଭର୍ ବାହାରି ଚନ୍ଦ୍ରପୃଷ୍ଠରେ ୧୪ଦିନ ଲାଗି ବିଚରଣ କରିବ ।...

Advertisment
Chandrayaan-3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ