Advertisment

ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ: ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ?

ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ? ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ।

ଅଦ୍ୟତନ ହୋଇଛି
Chandrayaan-3: ISRO awaits Vikram lander and Pragyan rover revival after two weeks of sleep mode

Chandrayaan-3: ISRO awaits Vikram lander and Pragyan rover revival after two weeks of sleep mode

Advertisment

ସୂର୍ଯ୍ୟାଲୋକରେ ଜାଗିବ କି ଆଶାର କିରଣ ? ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ? ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ। ଜହ୍ନରେ ରାତି କଟାଇବା ପରେ ଲ୍ୟାଣ୍ଡର ଓ ରୋଭରକୁ ପୁନଃ ସକ୍ରିୟ କରିବା ପାଇଁ ଚେଷ୍ଟା କରିବ ଇସ୍ରୋ।

Advertisment

ପୃଥିବୀ ସମୟ ଅନୁସାରେ, ଗତ ୧୪ ଦିନ ଧରି ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହୋଇଥିଲା। ଚନ୍ଦ୍ରୟାନ ଅବତରଣ ସ୍ଥଳ ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ପ୍ରଜ୍ଞାନକୁ ଗତ ୨ ତାରିଖରେ ଏବଂ ଲ୍ୟାଣ୍ଡର୍ ବିକ୍ରମକୁ ଗତ ୪ ତାରିଖରେ ସ୍ଲିପ୍‌ ମୋଡ୍‌ରେ ରଖିଥିଲା ଇସ୍ରୋ ।

କେବଳ ରିସିଭରକୁ ଅନ୍ ରଖି ବାକିସବୁ ଯନ୍ତ୍ରପାତିକୁ ବନ୍ଦ କରି ଦିଆଯାଇଥିଲା। ଇତି ମଧ୍ୟରେ ବିତିଯାଇଛି ୨ ସପ୍ତାହରୁ ଅଧିକ ସମୟ। ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟୋଦୟ ହେବା ପରେ ଲ୍ୟାଣ୍ଡର ଓ ରୋଭର୍ କାର୍ଯ୍ୟକ୍ଷମ ହେବା ଲାଗି ଉପଯୁକ୍ତ ଉତ୍ତାପ ଓ ସୌରଶକ୍ତି ସଂଗ୍ରହ କରୁଛନ୍ତି।

Advertisment

ଏହାପରେ ଆଜି ସେମାନଙ୍କୁ ସକ୍ରିୟ କରିବା ଲାଗି ଇସ୍ରୋରୁ କମାଣ୍ଡ ପଠାଯିବ। ଯଦି ଏହା ସଫଳ ହୁଏ, ତେବେ ପୁଣି ଆଗାମୀ ୧୪ ଦିନ ଲାଗି ଚନ୍ଦ୍ରୟାନ-୩ ଜହ୍ନରେ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ ବୋଲି ଆଶା କରାଯାଉଛି।

Chandrayaan-3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ