8 ways of puja to satisfy goddess of wealth mata lakshmi
ମାଆ ଲକ୍ଷ୍ମୀ ହେଉଛନ୍ତି ପ୍ରାଚୁର୍ଯ୍ୟର ଦେବୀ। ସେ ଶକ୍ତି, ଧନ, ପ୍ରଗତି ଓ ସୌନ୍ଦର୍ଯ୍ୟର ଆଧାର। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ମାଆ ଲକ୍ଷ୍ମୀ ଯାହାଙ୍କ କାନ୍ଧରେ ବସନ୍ତି ବା ଯାହାଙ୍କ ଘରେ ବିଜେ ହୁଅନ୍ତି, ସେହି ଘରଟି ପ୍ରାଚୁର୍ଯ୍ୟରେ ଭରିଉଠେ। ସେଥିପାଇଁ ପ୍ରତି ହିନ୍ଦୁ ଘରେ ମାଆ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ସୁନିଶ୍ଚିତ ହୋଇଥାଏ।
ମାଆ ଲକ୍ଷ୍ମୀ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ପ୍ରାଣପ୍ରିୟା ପତ୍ନୀ। ପୁରାଣ କୁହେ, ପ୍ରଭୁ ବିଷ୍ଣୁ, ସବୁ ଯୁଗରେ ନୂଆ ନୂଆ ଅବତାରରେ ସର୍ବଦା ମାଆ ଲକ୍ଷ୍ମୀଙ୍କର ସ୍ୱାମୀ ଭାବରେ ରହି ଆସିଛନ୍ତି। ଗୁରୁବାର ହେଉଛି ମାଆ ଲକ୍ଷ୍ମୀଙ୍କର ବାର। କିନ୍ତୁ କେତେକ ଯୁକ୍ତି କୁହେ, ମାଆ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ପାଇଁ ଶୁକ୍ରବାର ମଧ୍ୟ ଏକ ସୁନ୍ଦର ଅବସର।
ହିନ୍ଦୁ ଧର୍ମର ପଣ୍ଡିତମାନେ କୁହନ୍ତି, ଏହି ୮ଟି ଉପାୟରେ ଆରାଧନା କଲେ ମାଆ ଲକ୍ଷ୍ମୀ ଖୁସି ହୋଇଥାନ୍ତି।
୧. ଘରେ ଲକ୍ଷ୍ମୀପାଦ ଆଙ୍କନ୍ତୁ
ଘରେ ମାଆ ଲକ୍ଷ୍ମୀଙ୍କ ଉପସ୍ଥିତି ହିଁ ଆମକୁ ତାଙ୍କ ମନସ୍କ କରିଥାଏ। ସେଥିପାଇଁ ପଣ୍ଡିତମାନଙ୍କ ପରାମର୍ଶ ହେଲା, ପୂଜା ଘରେ ମାଆ ଲକ୍ଷ୍ମୀଙ୍କ ପାଦପଦ୍ମ ଆଙ୍କନ୍ତୁ। ଏହାଦ୍ୱାର ପ୍ରତୀତ ହେବ ଯେ, ଆମେ ମାଆଙ୍କୁ ଆମ ଘରକୁ ସ୍ୱାଗତ କରୁଛନ୍ତି। ଏହାଦ୍ୱାରା ପ୍ରଭୁ ବିଷ୍ଣୁ ମଧ୍ୟ ଆମ ଘରକୁ ଆସିଥାନ୍ତି। କାରଣ ମାଆ ଲକ୍ଷ୍ମୀ ଓ ପ୍ରଭୁ ବିଷ୍ଣୁ ଏକକ, ଗୋଟିଏ ସ୍ଥାନରେ ଅବସ୍ଥାନ କରିଥାନ୍ତି, ସେମାନେ ଅଲଗା ରୁହନ୍ତି ନାହିଁ। ସେମାନଙ୍କ ଆଶୀର୍ବାଦ ଆମକୁ ସବୁପ୍ରକାର ଅଶୁଭ ଶକ୍ତିରୁ ଦୂରେଇ ଦେବ। ଘରେ ଶାନ୍ତି ବିରାଜମାନ କରିବ।
୨. ଲକ୍ଷ୍ମୀ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରନ୍ତୁ
ମାଆ ଲକ୍ଷ୍ମୀଙ୍କ ଆବିର୍ଭାବ ପାଇଁ ଘର ଭିତରେ ଶାନ୍ତ ପରିବେଶ ସୃଷ୍ଟି ହେବା ଜରୁରି। ସେଥିପାଇଁ ରେକର୍ଡରରୁ ଲକ୍ଷ୍ମୀ ଗାୟତ୍ରୀ ମନ୍ତ୍ର ବଜାନ୍ତୁ। କୁହାଯାଏ ଦୈନିକ ଲକ୍ଷ୍ମୀ ଗାୟତ୍ରୀ ମନ୍ତ୍ର ୧୦୮ଥର ବଜେଇଲେ ଓ ଶୁଣିଲେ ମାଆ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ଓ ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। ମନେମନେ ଏହି ମନ୍ତ୍ର ୧୦୮ଥର ଉଚ୍ଚାରଣ କରନ୍ତୁ। ପଦ୍ମମାଳି ଗଡ଼େଇ ଗଡ଼େଇ ୧୦୮ଥର ଲକ୍ଷ୍ମୀ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରନ୍ତୁ।
୩. ଘିଅ ଦୀପ ଜାଳନ୍ତୁ
ଘରେ ଘିଅ ଦୀପ ଦୁଇଟି ଜାଳନ୍ତୁ। ମାଆ ଲକ୍ଷ୍ମୀଙ୍କୁ ପଦ୍ମଫୁଲଟିଏ ଯାଚନ୍ତୁ, ତା ସହିତ ନଡ଼ିଆ ଓ ମିଠା ଚାଉଳ କ୍ଷୀରି ଟିକିଏ ଭୋଗ ଲଗାନ୍ତୁ।
୪. ପଦ୍ମ ଆକୃତିର ଦୀପ ଜାଣନ୍ତୁ
ମାଆ ଲକ୍ଷ୍ମୀ ପଦ୍ମ ଉପରେ ଉପବେସନ କରନ୍ତି। ତେଣୁ ପ୍ରତି ଶୁକ୍ରବାର ଏକ ମାଟି ଘିଅ ଦୀପ ଜାଳନ୍ତୁ, ଯେଉଁଥିରେ ବଳିତା ଗୁଡ଼ିକୁ ପଦ୍ମଫୁଲ ପରି ସଜେଇଥିବେ। ପୂରା ଦୀପଟି ପଦ୍ମଫୁଲ ଆକୃତି ପରି ଦିଶୁଥିବ। କୁହାଯାଏ ଏହା ଆମକୁ ବସ୍ତୁଗତ ଭାବରେ ସଫଳତା ଆଣି ଦେଇଥାଏ।
୫. ଘରେ ଶଙ୍ଖ ଓ କଉଡ଼ି ରଖନ୍ତୁ
ଘରେ ଶଙ୍ଖ ଓ କଉଡ଼ି ରଖିଲେ ଏହା ସକାରାତ୍ମକ ପରିବେଶ ସୃଷ୍ଟି କରିଥାଏ। ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ପାଇଁ ପୂଜା ଘରେ ଏକ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖନ୍ତୁ। କୁହାଯାଏ, ମାତାଙ୍କର ଆଶୀର୍ବାଦ ଏହି ଶଙ୍ଖ ମାଧ୍ୟମରେ ଆସିଥାଏ। ତେଣୁ ଶଙ୍ଖଟିକୁ ପୂଜା ଘରର ଏକ ପବିତ୍ର ସ୍ଥାନରେ ରଖନ୍ତୁ। ଶଙ୍ଖଟି ରଖିବା ଦ୍ୱାରା ଘର ଚାରିପଟେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ। ପ୍ରତିବଦଳରେ ଘରକୁ ପ୍ରାଚୁର୍ଯ୍ୟଭରା ଶକ୍ତିକୁ ଆକୃଷ୍ଟ କରିଥାଏ। କାରଣ ଶଙ୍ଖ ହେଉଛି କୁବେରଙ୍କର ସହଯୋଗୀ।
ଶଙ୍ଖଟିକୁ ସଫା କରି ଏହାକୁ ଏକ ସଫା କପଡ଼ା ଉପରେ ରଖିବେ। କପଡ଼ାର ରଙ୍ଗ ଧଳା, ହଳଦିଆ କିମ୍ବା ଲାଲ୍ ହୋଇଥିବା ଜରୁରି। କିମ୍ବା ଶଙ୍ଖଟିକୁ ଏକ ରୁପା କିମ୍ବା ମାଟିର ପାତ୍ର ଉପରେ ରଖିପାରିବେ। ପୂଜା ସମୟରେ ଶଙ୍ଖରୁ ପାଣି ନେଇ ଏହାକୁ ଛିଞ୍ଚିବା ଉଚିତ। ଏହାଦ୍ୱାରା ପୂଜା ଘରଟି ପବିତ୍ର ହୋଇଯାଏ।
୬. ତୁଳସୀ ଗଛ କିମ୍ବା ତୁଳସୀ ଚଉରାକୁ ପୂଜା କରନ୍ତୁ
ଦୈନିକ ତୁଳସୀ ଚଉରାରେ ଦୀପଟିଏ ଜାଳନ୍ତୁ। ତୁଳସୀ ବୃକ୍ଷ ମାଆ ଲକ୍ଷ୍ମୀଙ୍କ ପ୍ରିୟ। କୁହାଯାଏ ଯେଉଁଠି ତୁଳସୀ ବୃକ୍ଷ ରହିଥାଏ ସେଠାରେ ଦେବଦେବୀମାନେ ବାସ କରିଥାନ୍ତି। ତୁଳସୀର ବାସ୍ନା ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ତୁଳସୀ ଗଛକୁ ପୂଜା କଲେ ଏହା ଆମର ସମସ୍ତ ମନସ୍କାମନା ପୂରଣ କରିଥାଏ।
୭. ଘରେ ବାଉଁଶ ତିଆରି ବଂଶୀ ରଖନ୍ତୁ
ଘରେ ଶାନ୍ତି ଓ ସୌହାର୍ଦ୍ୟ ବଜାୟ ରଖିବା ପାଇଁ ଗୋଟିଏ ବାଉଁଶ ତିଆରି ବଂଶୀକୁ ରେଶମ କପଡ଼ାରେ ବାନ୍ଧି ଘରେ ରଖନ୍ତୁ। ବଂଶୀ ହେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କର ସହଚର ଏବଂ ପ୍ରଭୁ ବିଷ୍ଣୁଙ୍କର ଅବତାର। ଯେହେତୁ ବଂଶୀଟିଏ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିପାରେ ବା ଖୁସି କରିପାରେ, ତେଣୁ ଏହା ମଧ୍ୟ ତାଙ୍କ ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିପାରେ। ଏହା ଘରର ସଦସ୍ୟମାନଙ୍କ ଭିତରେ ସଂପର୍କକୁ ଘନିଷ୍ଠ କରିଥାଏ।
୮. ଗାଈକୁ ଖାଇବାକୁ ଦିଅନ୍ତୁ
ଗୋମାତାକୁ ହିନ୍ଦୁ ଧର୍ମରେ ଦେବୀ ଭାବରେ ଗ୍ରହଣ କରାଯାଏ। କୁହାଯାଏ, ଶୁକ୍ରବାର ଦିନ ଗୋଟିଏ ଗାଈକୁ ଭାତ ରାନ୍ଧି ଖାଇବାକୁ ଦେଲେ ଏହାକୁ ଶୁଭ ବୋଲି ବିଚାର କରାଯାଏ। କୁହାଯାଏ ଯେତେବେଳେ ଗାଈଗୋରୁଙ୍କୁ ଆମେ ପେଟ ପୂରା ଖାଇବାକୁ ଦିଅନ୍ତି ତେବେ ଈଶ୍ୱର ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦିଅନ୍ତି। ଆମ ପାଇଁ ଆସୁଥିବା ସମସ୍ୟା ଦୂରେଇ ଯିବ।
କୁହାଯାଏ, ଯଦି ଆମେ ମାଆ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିପାରିବା ତେବେ ସେ ଆମ ଘରକୁ ୧୬ ପ୍ରକାର ଧନସଂପତ୍ତିରେ ଭରି ଦେଇଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745065316.jpg)