Advertisment

Mahashivratri: ଶିବ ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ୫ କଳାକାର

ଭଗବାନ ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂହଙ୍କ ଚେହେରା। ଲୋକେ ତାଙ୍କ ଫଟୋ ରଖି ପୂଜା କରୁଛନ୍ତି ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ପୂଜା ପାଉଛନ୍ତି। କିଏ ସେମାନେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Mahasivaratri 2023: 5 Artists Who Created a Unique Identity As Shiva

5 artists who created a unique identity as Shiva

Advertisment

ମହାଶିବରାତ୍ରୀକୁ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଲୋକେ ଶୈବପୀଠ ଯାଇ ଭକ୍ତିର ସହ ଦୀପଦାନ କରନ୍ତି। ହିନ୍ଦୁ ବିଶ୍ୱାସ ଅନୁଯାୟୀ ମହାଶିବରାତ୍ରୀ ହେଉଛି ଭଗବାନ ଶିବଙ୍କ ଉପାସନା, ତପସ୍ୟା ଏବଂ ଶ୍ରଦ୍ଧାର ପର୍ବ। ଏହା ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ ପାଳନ କରାଯାଏ। ମହାଶିବରାତ୍ରୀ ଦିନ ଭକ୍ତମାନେ ମଧ୍ୟ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଉପବାସ ପାଳନ କରନ୍ତି।

Advertisment

ଶିବ ମହିମାକୁ ଜନସାଧାରଣରେ ପ୍ରଚାର ପ୍ରସାର କରିବା ନେଇ ମନୋରଂଜନ ଜଗତ ମଧ୍ୟ ସବୁବେଳେ ଚେଷ୍ଟା କରିଛି। ଭଗବାନ ଶିବଙ୍କ ଉପରେ ଅନେକ ଫିଲ୍ମ ଓ ଟିଭିରେ ଅନେକ ଶୋ’ ମଧ୍ୟ କରାଯାଇଛି। ମହାଦେବଙ୍କ ଭୂମିକାରେ ଅନେକ କଳାକାରଙ୍କୁ ଦେଖିବାକୁ ମିଳିଛି। ତେବେ ଆମେ ସେହି କଳାକାରମାନଙ୍କୁ ମନେପକାଇବା, ଯେଉଁମାନେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଅଧିକ ପଢ଼ନ୍ତୁ: ମହାଶିବରାତ୍ରୀ ପଛର ୪ଟି ବଡ଼ କାରଣ; ଆସନ୍ତୁ ଜାଣିବା…

ସମର ଜୟ ସିଂହ:

୯୦ ଦଶକରେ ସମର ଜୟ ସିଂହ 'ଓମ୍ ନମଃ ଶିବାୟ'ରେ ମହାକାଳ ଭୂମିକାରେ ନଜର ଆସିଥିଲେ। ଲୋକମାନେ ଭଗବାନ ଶିବଙ୍କ ଭୂମିକାରେ ସମର ଜୟ ସିଂହଙ୍କୁ ଏତେ ପସନ୍ଦ କରିଥିଲେ ଯେ ବାସ୍ତବ ଜୀବନରେ ମଧ୍ୟ ଲୋକମାନେ ସମର ଜୟ ସିଂହଙ୍କୁ ଭଗବାନ ଶିବ ବୋଲି ଭାବିବା ଆରମ୍ଭ କରିଥିଲେ। ଅନେକଙ୍କ ଘରେ ତାଙ୍କ ଫଟୋ ଏବେ ବି ପୂଜା ପାଉଛି।

Advertisment

ସମର ଜୟ ସିଂହ 'ସମ୍ରାଟ ଅଶୋକ', 'ମୃତ୍ୟୁଞ୍ଜୟ', 'ରାମାୟଣ' ଏବଂ 'ମହାରାଜା ରଣଜିତ୍ ସିଂ' ସମେତ ଅନେକ ପୌରାଣିକ ଶୋ’ରେ ଅଭିନୟ କରିଥିଲେ ମଧ୍ୟ ସେ ଭଗବାନ ଶିବଙ୍କ ଚରିତ୍ରରେ ଛାଇ ଯାଇଥିଲେ। ଆଜି ବି ଲୋକମାନେ ଯେବେ ଶିବଙ୍କ ଜୀବନ୍ତ ଚେହେରାକୁ ମନେ ପକାନ୍ତି, ତାଙ୍କ ସାମ୍ନାକୁ ସମର ଜୟ ସିଂହଙ୍କ ଚେହେରା ହିଁ ଆସିଯାଏ।

ମୋହିତ ରାଇନା:

ମୋହିତ ରାଇନା ଟିଭି ଶୋ 'ଦେବୋ କେ ଦେବ ମହାଦେବ'ରେ ଶିବ ରୂପେ ଦେଖାଦେଇଥିଲେ। ଏହି ଟିଭି ଶୋ’ରେ ସୋନାରିକା ଭଦୌରିଆ ମାତା ପାର୍ବତୀଙ୍କ ଭୂମିକାରେ ଏବଂ ମୌନୀ ରୟ ଦେବୀ ସତୀ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ମୋହିତ ହିନ୍ଦୀ ଫିଲ୍ମରେ କାମ କରୁଛନ୍ତି।

Advertisment

ଅରୁଣ ଗୋଭିଲ:

ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଛନ୍ତି ଅରୁଣ ଗୋଭିଲ। କିନ୍ତୁ ସେ 'ଶିବ ମହିମା' ଚଳଚ୍ଚିତ୍ରରେ ଭଗବାନ ଶିବଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଶାନ୍ତିଲାଲ ସୋନିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଶିବ ମହିମା' ୧୯୯୨ ମସିହାରେ ପରଦାକୁ ଆସିଥିଲା।

ଯଶୋଧନ ରାଣା:

ଟିଭି ଅଭିନେତା ଯଶୋଧନ ରାଣା ସିରିଏଲ୍‌ 'ଓମ୍‌ ନମଃ ଶିବାୟ'ରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ରେ ପାର୍ବତୀ ଭୂମିକାରେ ଅଭିନୟ କରିଥିବା ଗାୟତ୍ରୀ ଶାସ୍ତ୍ରୀଙ୍କ ସହିତ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଦାରା ସିଂହ:

'ରାମାୟଣ'ରେ ହନୁମାନ ଭାବେ ପରିଚିତ ଅଭିନେତା ଦାରା ସିଂହ ମଧ୍ୟ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ୧୯୭୪ ମସିହାରେ ଆସିଥିବା ଚଳଚ୍ଚିତ୍ର 'ହର୍-ହର୍‌ ମହାଦେବ'ରେ ଦାରା ସିଂହ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ।

Jagara Yatra Mahashivratri Jagara Jatra Mahashiv Ratri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ