Advertisment

Benefits of Chanting Om Namah Shivaya: ଓମ୍ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କଲେ ମିଳେ ଏହ ୧୫ଟି ଉପକାର

ଏହା ଏମିତି ଏକ ମନ୍ତ୍ର ଯାହା ହିନ୍ଦୁ ଧର୍ମରେ ସବୁଠାରୁ ଅଧିକଥର ଉଚ୍ଚାରଣ ହୋଇଥାଏ। ଏହାର ଉଚ୍ଚାରଣ ଦ୍ୱାରା ଆମକୁ ଯେତେ ଅଧିକ ଫାଇଦା ମିଳିଥାଏ, ବୋଧହୁଏ ଅନ୍ୟ କୌଣସି ମନ୍ତ୍ର ଏପରି ଲାଭ ଦେଇନଥାଏ। ଜାଣନ୍ତୁ ଏହି ୧୫ଟି ଫାଇଦା।

ଅଦ୍ୟତନ ହୋଇଛି
15 spiritual and mental benefits of chanting omm namah shivay mantra

15 spiritual and mental benefits of chanting omm namah shivay mantra

Advertisment

ହିନ୍ଦୁ ଧର୍ମଶାସ୍ତ୍ରରେ ଓମ୍ ନମଃ ଶିବାୟ (Om Namah Shivay) ମନ୍ତ୍ରଟି ସବୁଠୁ ପୁରୁଣା ଓ ଶକ୍ତିଶାଳୀ ମନ୍ତ୍ର ଭାବେ ବିବେଚନା କରାଯାଏ। ଶୈବ ପୂଜନରେ ଯଦିଓ ପ୍ରଭୁ ଶିବଙ୍କ ପାଇଁ ଅନେକ ମନ୍ତ୍ର ରହିଛି, କିନ୍ତୁ ଓମ୍ ନମଃ ଶିବାୟ ସବୁଠାରୁ ଶକ୍ତିଶାଳୀ ଓ ଲୋକପ୍ରିୟ। ଏହାକୁ ଶିବଙ୍କର ପ୍ରଧାନ ମନ୍ତ୍ର ବୋଲି କୁହାଯାଏ।

Advertisment

ପଞ୍ଚତତ୍ତ୍ୱକୁ ବୁଝାଏ ଓମ୍ ନମଃ ଶିବାୟ

ହିନ୍ଦୁ ଧର୍ମର ଶାସ୍ତ୍ରଜ୍ଞମାନଙ୍କ ସୂଚନା ଅନୁଯାୟୀ, ଓମ୍ ନମଃ ଶିବାୟ ହେଉଛି ବେଦରେ ସୂଚିତ ପ୍ରଥମ ପଦ। ବିଶେଷକରି ଋକ୍ ବେଦ ଓ ଯଜୁର୍ବେଦ। ଏହାକୁ ବିଶ୍ୱବ୍ରହ୍ମାଣ୍ଡର ମୌଳିକ ଧ୍ୱନୀ ଭାବେ ବିବେଚନା କରାଯାଏ। କୁହାଯାଏ ଏହି ଧାଡ଼ିର ୫ଟି ଅକ୍ଷର ନ, ମ, ଶି, ବା, ୟ, ପ୍ରକୃତିର ପଞ୍ଚତତ୍ତ୍ୱ- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ମହାଶୂନ୍ୟକୁ ବୁଝାଏ।

ଶୈବଧର୍ମ ହେଉଛି ସନାତନ ଧର୍ମର ଏକ ପ୍ରମୁଖ ବିଭାଗ। ଯାହା ପ୍ରଭୁ ଶିବଙ୍କୁ ସର୍ବଶକ୍ତିମାନ ବୋଲି ବିଚାର କରିଥାଏ। ଶିବ ହେଉଛନ୍ତି ଶକ୍ତି, ସ୍ୱାସ୍ଥ୍ୟ, ଧନ ଓ ସଫଳତାର ଧାରକ। ଭଗବାନ ଶିବଙ୍କ ବିଷୟରେ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଲା, ସେ ସନାତନ ଧର୍ମର ସବୁଠାରୁ ଦୟାଳୁ ଠାକୁରମାନଙ୍କ ମଧ୍ୟରୁ ଜଣେ।

Advertisment

ପ୍ରଭୁ ଶିବଙ୍କର ରଙ୍ଗ ପ୍ରକୃତରେ କ'ଣ?

ପ୍ରଭୁ ଶିବଙ୍କର ଦେହର ରଙ୍ଗ ପ୍ରକୃତରେ ଧଳା। ତାଙ୍କୁ ଆମେ ଅଧିକାଂଶ ସମୟରେ ନୀଳ ରଙ୍ଗରେ ସିନା ଦେଖି ଆସିଛନ୍ତି, ହେଲେ ତାଙ୍କ ଶରୀରର ରଙ୍ଗକୁ କର୍ପୁର ପରି ଧଳା ବୋଲି ବର୍ଣ୍ଣନା କରାଯାଇ ଆସିଛି। ସେହିପରି ତାଙ୍କୁ ସବୁବେଳେ ରୁଦ୍ର ରୂପରେ ଜଣେ କ୍ରୋଧୀ ଠାକୁର ବୋଲି ଆମେ ବିବେଚନା କରନ୍ତି। କିନ୍ତୁ ଏହା ଭୁଲ୍। ପ୍ରଭୁ ଶିବ ଅଧିକାଂଶ ସମୟରେ ଶାନ୍ତ ରୁହନ୍ତି। ଆଉ ସେ ବହୁତ ଦୟାଳୁ ପ୍ରକୃତିର ବୋଲି ପୋରାଣିକ ଆଖ୍ୟାନ କରୁଛି।

ସର୍ବ ପୁରାତନ ମନ୍ତ୍ର !

ହିନ୍ଦୁ ଧର୍ମରେ ଓମ୍ ନମଃ ଶିବାୟ ଧ୍ୱନୀ ସର୍ବପୁରାତନ ବୋଲି କୁହାଯାଏ। ଓମ୍ ନମଃ ଶିବାୟ ଓ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପ୍ରଭୁ ଶିବଙ୍କର ଦୁଇଟି ଶକ୍ତିଶାଳୀ ମନ୍ତ୍ର। ତେବେ ହିନ୍ଦୁ ଧର୍ମରେ ସବୁଠାରୁ ଅଧିକ ଉଚ୍ଚାରଣ ହେଉଥିବା ମନ୍ତ୍ର ବା ଧ୍ୱନୀ ହେଉଛି ଓମ୍ ନମଃ ଶିବାୟ। ମହାଶିବରାତ୍ରୀ ହେଉଛି ପ୍ରଭୁ ଶିବଙ୍କର ମୁଖ୍ୟ ପୂଜା ଉତ୍ସବର ଦିନ। ଏହି ଦିନଟି ହିନ୍ଦୁ ଧର୍ମରେ ସମସ୍ତେ ପାଳନ କରନ୍ତି ଏବଂ ଓମ୍ ନମଃ ଶିବାୟ ଧ୍ୱନୀରେ ଉଛୁଳି ପଡ଼େ ସାରା ଭାରତ। କିଛି ରାଜ୍ୟରେ ଶିବ ପୂଜା ବେଶୀ ଗୁରୁତ୍ୱ ବହନ କରିଥାଏ। ଯେମିତି ଆମ ରାଜ୍ୟ ଓଡ଼ିଶାରେ ଅନେକ ପ୍ରସିଦ୍ଧ ଶୈବପୀଠ ରହିଛି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ମଧ୍ୟ ଶିବଙ୍କ ପୂଜା ଗୁରୁତ୍ୱ ବହନ କରିଥାଏ। ଶିବ ପୁରାଣରେ ଏହି ମନ୍ତ୍ରର ଶକ୍ତି ବିଷୟରେ ଉଲ୍ଲେଖ ରହିଛି।

Advertisment

ଏହି ମନ୍ତ୍ର ଆମକୁ ଗାଇଡ଼ କରେ

ଓମ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଆମ ଭିତରେ ଶକ୍ତି ଭରିଉଠେ। ନିଜ ଭିତରେ ମନୋବଳ କଠୋର ହୋଇଯାଏ। ଆଜିକାଲିର ବ୍ୟସ୍ତ ଜୀବନରେ ଆମ ମସ୍ତିଷ୍କ ଏକାଗ୍ର ହୋଇପାରେ ନାହିଁ। ବହୁତ ପ୍ରକାର କାମ ଏକସଙ୍ଗେ କରିବାକୁ ପଡୁଥିବାରୁ ଆମ ମସ୍ତିଷ୍କ ବିଚଳିତ ହୋଇଉଠେ। ଏହା ଆମକୁ ଭିତରୁ ଭିତରୁ ଚିଡ଼ିଚିଡ଼ା କରିଦିଏ। ଏଭଳି ସମୟରେ ଏହି ମନ୍ତ୍ର ‘ଓମ୍ ନମଃ ଶିବାୟ’ ଔଷଧ ପରି କାମ ଦିଏ। ନିୟମିତ ଏହି ମନ୍ତ୍ର ଉଚ୍ଚାରଣ ଦ୍ୱାରା ଆମ ଭିତରେ ଶାନ୍ତି ଫେରିଆସେ, କାମରେ ସ୍ପଷ୍ଟତା ଆସେ, ମନ ବିଚଳିତ ହୁଏନାହିଁ, ଈଶ୍ୱର ସତ୍ତା ସହ ନିଜକୁ ଯୋଡ଼ିହେଲା ପରି ଲାଗେ। ତେଣୁ ସବୁ କାମ ପାଇଁ ଆମକୁ କେହି ଜଣେ ଗାଇଡ଼ କରୁଥିବା ପରି ମନେହୁଏ।

ଘରେ ନିୟମିତ ଓମ୍ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କଲେ କିମ୍ବା ରେକର୍ଡର ବଜାଇଲେ, ଏହାର ଧ୍ୱନୀ ପରିବେଶରୁ ନକାରାତ୍ମକ ତତ୍ତ୍ୱକୁ ଦୂରେଇ ଦିଏ କିମ୍ବା ନାଶ କରିଦିଏ। ସକାଳୁ ସକାଳୁ ଓମ୍ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କଲେ କିମ୍ବା ଘରେ ଏହାକୁ ଧୀରେ ଧୀରେ ବଜାଇଲେ ଏହା ମନରେ ଶକ୍ତି ଭରିଦିଏ, ପରିବେଶ ପବିତ୍ର ଲାଗେ, ଶରୀରରେ ଆଧ୍ୟାତ୍ମିକ ଶକ୍ତି ଭରିଉଠେ। ଏହାଦ୍ୱାରା ଅନେକ ଶାରିରୀକ ଫାଇଦା ମିଳିଥାଏ। ଯେହେତୁ ମନ ଭଲ ରୁହେ ତେଣୁ ଶରୀର ମଧ୍ୟ ସୁସ୍ଥ ରୁହେ। ତେବେ ସଂକ୍ଷେପରେ ଓମ୍ ନମଃ ଶିବାୟ ମନ୍ତ୍ର ଆମକୁ ଏହି ୧୫ଟି ଲାଭ ଦେଇଥାଏ। ନଜର ପକାନ୍ତୁ ଏହା ଉପରେ।

ଓମ୍ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣର ୧୫ ଲାଭ

  1. ଭକ୍ତିର ସହ ନିୟମିତ ଏହାର ଉଚ୍ଚାରଣ କଲେ ମନ ସ୍ଥିର ହୋଇଯାଏ, ଫଳରେ ମୋକ୍ଷ ପ୍ରାପ୍ତିର ସୁଖ ମିଳେ।
  2. ଏହି ମନ୍ତ୍ର ଆମର ସମଗ୍ର ମନ ଓ ଶରୀରକୁ ଏକ ଆଲୋକିତ ଦିଗ ଆଡ଼କୁ ନେଇଯାଏ।
  3. ଏହା ଆମକୁ ଈଶ୍ୱରୀୟ ଆନନ୍ଦ ଦେଇଥାଏ।
  4. ଏହି ମନ୍ତ୍ର ଆମ ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିବାକୁ ଶକ୍ତି ଦିଏ, ତା ସହିତ ଆମ ମନରେ ଉଠୁଥିବା ଅଯଥା ଉତ୍କଣ୍ଠାକୁ ନିୟନ୍ତ୍ରଣ କରିଥାଏ।
  5. ଏହି ମନ୍ତ୍ର ଉଚ୍ଚାରଣ ଦ୍ୱାରା ଆମକୁ ମାନସିକ ଶାନ୍ତି ମିଳିଥାଏ।
  6. ଓମ୍ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ ଦ୍ୱାରା ମନ ଓ ହୃଦୟରେ ଆନନ୍ଦ ଭରିଉଠେ।
  7. ନିୟମିତ ଏହା ଉଚ୍ଚାରଣ ଦ୍ୱାରା ଆମର ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।
  8. ଶାସ୍ତ୍ର କହୁଛି, ଏହି ମନ୍ତ୍ର ଉଚ୍ଚାରଣ କଲେ ପ୍ରଭୁ ଶିବ ଆମର ସୁରକ୍ଷା ପାଇଁ ଏକ ଢାଲ ପରି କାମ କରିଥାନ୍ତି।
  9. ଏହି ମନ୍ତ୍ର ଆମ ପାଶବିକ ମନୋବୃତ୍ତିକୁ ନାଶ କରିଥାଏ।
  10. ଆମ ଭିତରେ ଓ ବାହାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।
  11. ଏହି ମନ୍ତ୍ର ଆମକୁ ଆଧିଭୌତିକ ଅନୁଭୂତିର ଅନୁଭବ ଦେଇଥାଏ।
  12. ନିୟମିତ ଏହି ମନ୍ତ୍ର ଉଚ୍ଚାରଣ ଦ୍ୱାରା ଆମର ସ୍ୱାସ୍ଥ୍ୟ ଭଲ ରହିଥାଏ।
  13. ଏହା ଆମ ଭିତରେ ସକାରାତ୍ମକ ମନୋଭାବ ଭରିଦିଏ, ଜୀବନକୁ ଭଲ ପାଇବା ଶିଖାଏ।
  14. ଏହି ମନ୍ତ୍ର ନିୟମିତ ଉଚ୍ଚାରଣ କଲେ ମନରେ ଥିବା ପାପଶକ୍ତି ନାଶ ଯାଇଥାଏ।
  15. ଓମ୍ ମନଃ ଶିବାୟ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଆତ୍ମଜ୍ଞାନ ହାସଲ ହୋଇଥାଏ।
Omm Namah Shivay
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ